ମୋ ସରକାରକୁ ଫୋନ କଲାରୁ କଥା ରହିଲା

ଭୁବନେଶ୍ୱର,୩।୩(ବ୍ୟୁରୋ): ନିଜ ହାତରୁ ୧୫ଶହ ଟଙ୍କା ବ୍ୟୟରେ ପାଣି ପାଇପ ମରାମତି କରିଥିବା ଖୋର୍ଦ୍ଧାର ଅକ୍ଷୟ କୁମାର ମହାପାତ୍ର ମୋ ସରକାର ଫୋନ ନମ୍ବରକୁ ଫୋନ କରି ତାଙ୍କ ମରାମତି ବାବଦ ଅର୍ଥ ଫେରି ପାଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ମୋ ସରକାର ଯୋଜନାରେ ଆସୁଥିବା ଟେଲିଫୋନ ନମ୍ବରକୁ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥିନନ୍‌ ଅନୁଧ୍ୟାନ କରିବା ସମୟରେ ଏଭଳି ଅଭିଯୋଗ ତାଙ୍କ ନଜରକୁ ଆସିଥିଲା। ମାମଲାର ବୀବରଣୀରୁ ଯାହା ଜଣାପଡିଛି, ଖୋର୍ଦ୍ଧା ସ୍ଥିତ ଅକ୍ଷୟ କୁମାରଙ୍କ ଘରେ କିଛିଦିନ ତଳେ ପାଣି ପାଇପ ସଂଯୋଗ କରାଯାଇଥିଲା। କିନ୍ତୁ ଠିକ୍‌ଭାବରେ କାମ ହୋଇ ନ ଥିବା ଯୋଗୁରୁ ପାଇପ୍‌ରେ ଲିକ୍‌ ହୋଇଥିଲା। ଏହାକୁ ମରାମତି କରିବା ପାଇଁ ସେ ମୋ ସରକାର ଅଭିଯୋଗ ନମ୍ବରକୁ ବାରମ୍ବାର ଟେଲିଫୋନ କରିବା ସତ୍ତ୍ୱେ କାମ କରିଥିବା କଣ୍ଟ୍ରାକ୍ଟର କିମ୍ବା ଓ୍ବାଟେ୍‌କୋ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ। ଫଳରେ ଅକ୍ଷୟ ବାଧ୍ୟହୋଇ ଜଣେ ଘରୋଇ ମିସ୍ତ୍ରୀଙ୍କୁ ୧୫ଶହ ଟଙ୍କା ଦେଇ ପାଇପ୍‌ର ମରାମତି କରିଥିଲେ। ଏଭଳି ଅଭିଯୋଗ ଯେତେବେଳେ ସଚିବଙ୍କ ଦୃଷ୍ଟିକୁ ଆସିଲା ସଙ୍ଗେସଙ୍ଗେ ସେ ଏହାର ତଦନ୍ତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶର ଐତିହାସିକ ବିଜୟ

ଢାକା,୧୨ା୫: ଅଧିନାୟକ ନଜମୁଲ ହୋସେନ ଶାଣ୍ଟୋଙ୍କ ଶତକ ପରେ ମେହିଦି ହାସନ ମିରାଜ ଓ ନାହିଦ ରାଣାଙ୍କ ୫ ଉଇକେଟ ସଫଳତା ବଳରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା…

ସରକାର ହେଉ ହେଉ ଥାଲାପଥି ବିଜୟଙ୍କୁ ଝଟ୍‌କା! ସୁପ୍ରିମକୋର୍ଟ ପହଞ୍ଚିଲା…

ଚେନ୍ନାଇ,୧୨।୫: ଟିଭିକେ ବିଧାୟକ ଆର. ଶ୍ରୀନିବାସ ସେତୁପତି ମାଡ୍ରାସ ହାଇକୋର୍ଟଙ୍କ କୌଣସି ଫ୍ଲୋର ଟେଷ୍ଟରେ ଭୋଟ ଦେବାରୁ ବାରଣ କରିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ…

ଥାଇଲାଣ୍ଡ ଓପନ: ସାତ୍ତ୍ୱିକ-ଚିରାଗ ଯୋଡ଼ି ଜିତିଲେ

ବ୍ୟାଙ୍କକ୍‌, ୧୨ା୫: ଟପ୍‌ ସିଡ୍‌ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ଯୋଡ଼ି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ବିଜୟ ଲାଭ…

ଭିନେଶଙ୍କ ସମର୍ଥନରେ ବାହାରି ସାକ୍ଷୀ ମଲିକ

ନୂଆଦିଲ୍ଲୀ,୧୨ା୫: ଅବସରରୁ ଫେରିବାକୁ ନେଇ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହ ଚାଲିଥିବା ବିବାଦରେ ଭିନେଶ ଫୋଗତଙ୍କ ସମର୍ଥନରେ ବାହାରିଛନ୍ତି ଅଲିମ୍ପିକ୍‌ ବ୍ରୋଞ୍ଜ ପଦକଧାରୀ ରେସଲର…

୪୦ ଫୁଟ୍ ଗଭୀର କୂଅ ଭିତରେ ପଡ଼ିଲେ ବୃଦ୍ଧା

ପାଟଣା, ୧୨/୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ପଞ୍ଚାୟତ ନେଉଳିପଶି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୋମବାର ରାତିରେ ଶୌଚ…

ଡହଡହ ଖରାରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ, ସହାୟତା ନମ୍ବରକୁ ଫୋନ କଲେ…

ଦାମନଯୋଡି,୧୨ା୫(ନରସିଂହ ବ୍ରହ୍ମା): ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ସରକାର ଘୋଷଣା କରିଛନ୍ତି। କୋରାପୁଟ ଜିଲା ସେମିଳିଗୁଡ଼ା ଓ…

ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ନର୍ସିଂ ଛାତ୍ରୀଙ୍କ ସାଇକଲ ଚୋରି, ସିସିଟିଭିରେ ରେକର୍ଡ

ବଲାଙ୍ଗୀର,୧୨।୫(ସୁନିଲ କୁମାର ମହାନ୍ତି): ହସ୍ପିଟାଲ ଭିତରେ ପୀଡିତ ରୋଗୀଙ୍କୁ ସେବା ଯୋଗାଉଥିବାବେଳେ ଜଣେ ନର୍ସିଂ ଛାତ୍ରୀଙ୍କ ସାଇକଲକୁ ହସ୍ପିଟାଲ ପରିସରରୁ ଜଣେ ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ…

ଯୌତୁକ ପାଇଁ ବଧୂ ହତ୍ୟା: ସ୍ୱାମୀ, ଶାଶୁ , ଶଶୁର ଗିରଫ

ନନ୍ଦପୁର,୧୨।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖୁର୍ଜୀ ପଞ୍ଚାୟତ ନନ୍ଦୀଗାଁରେ ସୋମବାର ଜଣେ ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri