ମୋ ଭାଷା, ମୋ ପରିଚୟ

ଭୁବନେଶ୍ୱର,୨୧।୨(ବ୍ୟୁରୋ) : ମା’ ଗର୍ଭରୁ ମାଟିରେ ପାଦ ରଖିବା ପରେ ମଣିଷ ଯେଉଁ ଭାଷା ପ୍ରଥମେ ଶିଖେ ଓ କହେ, ତାହା ହେଉଛି ମାତୃଭାଷା। ବ୍ୟକ୍ତିର ସମ୍ମାନ ଓ ସ୍ବାଭିମାନ, ସ୍ବପ୍ନ ଓ ଜୀବନ- ସବୁଠି ପ୍ରତିଧ୍ୱନିତ ହୁଏ ଯେଉଁ ଶବ୍ଦ, ତା’ହେଲା ମାତୃଭାଷା। ମାତୃଭାଷା ବ୍ୟକ୍ତିର ପରିଚୟ। ବିକାଶର ପ୍ରବେଶପଥ ବି ମାତୃଭାଷା। ହେଲେ ପରିବର୍ତ୍ତନର ଆହ୍ବାନରେ ଧୀରେ ଧୀରେ ମାତୃଭାଷା ନିଜ ଅସ୍ତିତ୍ୱ ହରାଉଛି। ହିନ୍ଦୀ ଓ ଇଂଲିଶ ଆଗରେ ଆଞ୍ଚଳିକ ଭାଷାଗୁଡ଼ିକ କ୍ରମଶଃ ବାଷ୍ପରୁଦ୍ଧ ହୋଇ ମରିଯାଉଛି। ମାତୃଭାଷାକୁ ସମ୍ମାନପୂର୍ବକ ଫେବୃୟାରୀ ୨୧କୁ ବିଶ୍ୱ ମାତୃଭାଷା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହାକୁ ନେଇ ମତାମତ ଭିତ୍ତିକ ସ୍ବତନ୍ତ୍ର ଉପସ୍ଥାପନା।

କୌଣସି ଭାଷାକୁ ବିରୋଧ କରିବା ଉଚିତ ନୁହେଁ। କାରଣ ପିଲାମାନେ ଏକାସଙ୍ଗେ ଅନେକ ଭାଷା ଶିଖିପାରିବେ। ଇଂଲିଶ ଓ ଅନ୍ୟା ଭାଷା ସହ ନିଜ ମାତୃଭାଷା ଶିଖିବା ଜରୁରୀ। ଏହାକୁ କେବେ ଅବହେଳା କରିବା ଉଚିତ ନୁହେଁ। ହେଲେ ଦୁଃଖର ବିଷୟ ଯେ, ଆଜିକାଲି ଆମକୁ ନିଜ ଭାଷା କହିବାକୁ ଲାଜ ଲାଗୁଛି। ମାତୃଭାଷା ପ୍ରତି ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ଉଭୟ ସରକାର ଏବଂ ଆମେ ନିଜେ ସଚେତନା ହେବା ଆବଶ୍ୟକ। ଘରେ ପିଲାବେଳୁ ଓଡ଼ିଆରେ ଲେଖିବା, ପଢ଼ିବା ଉପରେ ଗୁରୁତ୍ବ ଦେଲେ ମାତୃଭାଷାର ଯଥୋଚିତ ଉନ୍ନତି ହୋଇପାରିବ। – ପ୍ରଜ୍ଞା ଦାସ, ଇଞ୍ଜିନିୟର
ବୌଦ୍ଧିକ ବିକାଶ କରେ ନିଜ ମାତୃଭାଷା
ମାନସିକ ଅଭିବୃଦ୍ଧି ପାଇଁ ମାତୃଭାଷା ହିଁ ଏକମାତ୍ର ମାଧ୍ୟମ। କୌଣସି ଭାଷାକୁ ଆମେ ପଢ଼ିବା ମାଧ୍ୟମ କରିପାରିବା। ହେଲେ ମାତୃଭାଷା ମାଧ୍ୟମରେ ହିଁ ଏକ ପିଲାର ପୂର୍ଣ୍ଣ ବିକାଶ ହୁଏ। ଯଦି ଆମେ ମାତୃଭାଷା ପିଲାକୁ ନ ପଢ଼ାଉଛେ ତା’ହେଲେ ପିଲାର ବୌଦ୍ଧିକ ବିକାଶ ସମ୍ପୂର୍ଣ୍ଣ ହେବନାହିଁ। ଏହା ମୁଁ କହୁନି, ଗବେଷଣା କହୁଛି। ଆମେ ପଢ଼ିବାବେଳେ ଗାଈର ଆତ୍ମକାହାଣୀ କହିଲେ ସବୁଠାରୁ ଗଧ ପିଲା ବି ଓଡ଼ିଆରେ ୫ ଧାଡ଼ି ଲେଖୁଥିଲା। ହେଲେ ଏବେ ଇଂଲିଶ ମିଡିୟମ୍‌ରେ ୫ମ ଶ୍ରେଣୀରେ ପ୍ରଥମ ହେଉଥିବା ପିଲା ୫ ଧାଡ଼ି ଲେଖିପାରୁନି। ବୌଦ୍ଧିକ ଅଭିବୃଦ୍ଧି ପାଇଁ ମାତୃଭାଷା ପଢ଼ିବା ଓ ଶିଖିବା ନିହାତି ଆବଶ୍ୟକ। ସେଥିପାଇଁ ଦିଲ୍ଲୀରେ ଆମେ ଓଡ଼ିଆ ପିଲାଙ୍କୁ ନିଜ ଭାଷା ଶିଖାଇବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରୁଛୁ।
– ଦେବେନ୍ଦ୍ର ନାଥ ରାଉତ, ଅଧ୍ୟକ୍ଷ, ଦି ଇଣ୍ଟେଲେକ୍ଟସ
ଗର୍ବର ସହ ଓଡ଼ିଆ କହିବା ଉଚିତ
ମାତୃଭାଷାର ଗୁରୁତ୍ୱ ସବୁବେଳେ ଅଛି ଓ ରହିବ। ଓଡ଼ିଆ ଜାତି ବୋଲି ଆମେ ଯେପରି ଗର୍ବ କରୁଛେ, ସେହିଭଳି ଓଡ଼ିଆକୁ ମଧ୍ୟ ଗର୍ବର ସହ କହିବା ଉଚିତ୍‌। ନିଜ ମାତୃଭାଷାରେ ଯେଉଁ ମିଠାପଣ ଓ ସୌନ୍ଦର୍ଯ୍ୟ ଥାଏ, ତାହା ଆଉ କେଉଁଥିରେ ନ ଥାଏ। ଯିଏ ନିଜ ମାଟି, ନିଜ ମା’ ଓ ନିଜ ମାତୃଭାଷାକୁ ଭୁଲିଛି, ସେ କାହାକୁ ବି ଭଲପାଇପାରିବ ନାହିଁ। ପ୍ରଥମେ ନିଜ ଭାଷାକୁ ଭଲପାଇଲେ ଅନ୍ୟ ଭାଷାକୁ ନିଜର କରିପାରିବ। ମା’, ବାପାମାନେ ନିଜ ପିଲାଙ୍କୁ ଓଡ଼ିଆ ନ ଶିଖାଇବା କଥାକୁ ମୁଁ କେବେ ସମର୍ଥନ କରେନା। କାରଣ ଆଗରୁ ଇଂଲିଶ ମିଡିୟମ୍‌ ସ୍କୁଲ୍‌ ନ ଥିଲା। ଲୋକେ ଓଡ଼ିଆ ମିଡିୟମ୍‌ରେ ପାଠ ପଢ଼ି ଆଇଏଏସ୍‌, ଆଇପିଏସ୍‌ ହେଉଥିଲେ।
– ଲୋରା ମହାପାତ୍ର, ସାମାଜିକ କର୍ମୀ
ସ୍କୁଲ କର୍ତ୍ତୃପକ୍ଷ ମାତୃଭାଷା ଶିକ୍ଷାକୁ ସମାନ ଗୁରୁତ୍ୱ ଦିଅନ୍ତୁ
ହିନ୍ଦୀ, ଇଂଲିଶ ଶିଖିବା ଆମର ଆବଶ୍ୟକତା। ହେଲେ ତାହା ଆମ ପରିଚୟ ନୁହେଁ। ଭାଷା ବିନା ନିଜର ପରିଚୟ ନାହିଁ। ଆମେ ଯଦି ପିଲାଙ୍କୁ ଓଡ଼ିଆ ନ ଶିଖାଉଛେ ତା’ହେଲେ ଆମ ନିଜ ପରିଚୟ ଭୁଲିଯାଉଛେ। ମୋର ନିଜର ଇଂଲିଶ ମିଡିୟମ୍‌ ସ୍କୁଲ୍‌ ଅଛି। ହେଲେ ଆମେ ଇଂଲିଶ ସହ ଓଡ଼ିଆକୁ ସମାନ ଗୁରୁତ୍ୱ ଦେଉ। ପିଲା ଓଡ଼ିଆ ଜାଣିଲେ ହିଁ ତାଙ୍କର ମାନସିକ ଏବଂ ବୌଦ୍ଧିକ ବିକାଶ ହୋଇପାରିବ। ଓଡ଼ିଆକୁ ଯିଏ ବୁଝିଛି ତା’ର ମଧୁରତା ଜାଣିଛି। ସ୍କୁଲ୍‌ରେ ଓଡ଼ିଆ ପଢ଼ିବା ବାଧ୍ୟତାମୂଳକ ହେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ପିଲାଙ୍କୁ ପ୍ରଥମରୁ ଓଡ଼ିଆ ପ୍ରତି ଆକର୍ଷିତ କରିବା ପାଇଁ ବାପା, ମା’ଙ୍କ ସହ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କର ବି ସମାନ ଭୂମିକା ରହିଛି।
– ମନସ୍ମିତା ଜେନା, ଭାଇସ ଚେୟାରମ୍ୟାନ୍‌, ଚନ୍ଦ୍ରଶେଖର ଇଂଲିଶ ମିଡିୟମ ସ୍କୁଲ
ଓଡ଼ିଆ ଜାଣି ନ ଥିବା କହି ଷ୍ଟାଇଲ୍‌ ମାରନ୍ତି
ନିଜର ନିଜତ୍ୱ ମାତୃଭାଷାରେ ମିଳେ। ନିଜ ମାତୃଭୂମିର ଐତିହ୍ୟ, ବୀରତ୍ୱ ଓ ବଳିଦାନ ନିଜକୁ ମାନସିକ ଭାବେ ଶକ୍ତିଶାଳୀ କରାଏ। ମୋ ପାଇଁ ମୋ ମାତୃଭାଷା ଜୀବନ ଜୀଇଁବା ସଙ୍ଗେ ସମାନ। ସେଥିପାଇଁ ମୋ ଝିଅକୁ ଓଡ଼ିଆ ମାଧ୍ୟମ ସ୍କୁଲରେ ପଢ଼ାଉଛି। ଓଡ଼ିିଆ ଘରେ ଜନ୍ମ ହୋଇ ଓଡ଼ିଆ ଜାଣି ନ ଥିବା କହି ଷ୍ଟାଇଲ୍‌ ମାରିବା ମନକୁ କଷ୍ଟ ଦିଏ। ଆମେ ନିଜେ ଯଦି ନିଜ ମାତୃଭାଷା ଠିକ୍‌ରେ ନ ଜାଣିବା, ନିଜ ମାତୃଭୂମିର ଗରିମା ବିଷୟରେ ଅନ୍ୟକୁ କ’ଣ କହିବା? ଆମେ ଆମ ଐତିହ୍ୟ ବିଷୟରେ ଅନ୍ୟକୁ ଆନ୍ତରିକତାର ସହ କହିପାରିଲେ ହିଁ ଆମ ଓଡ଼ିଆ ଜାତିର ଐତିହ୍ୟର ପ୍ରସାର ହେବ। – ସମ୍ବିତ ନନ୍ଦ, ଉଦ୍ୟୋଗୀ
ଓଡ଼ିଆ ସ୍କୁଲରେ ପଢ଼ିଥିବାରୁ ଗର୍ବ ଅନୁଭବ କରେ
ମାତୃଭାଷା ପାଇଁ ମମତା ସମସ୍ତଙ୍କର ରହିବା ଉଚିତ। ମୋର ବି ଅଛି। ଆଶାକରୁଛି ଅନ୍ୟମାନଙ୍କର ଥିବ। ଓଡ଼ିଆ ଘରର ପିଲା ହୋଇ ଓଡ଼ିଆ ସ୍କୁଲରେ ପଢ଼ିଥିବାରୁ ମୁଁ ଗର୍ବିତ। ଓଡ଼ିଆରେ କଥା ହେବାକୁ ମୁଁ ଗର୍ବ ଅନୁଭବ କରେ। କେବଳ ଆବଶ୍ୟକତା ଥିଲେ ଇଂଲିଶ ଏବଂ ହିନ୍ଦୀର ବ୍ୟବହାର କରେ।
– ଅନିଶ ରଥ, ଛାତ୍ରନେତା
ନିଜ ଭାଷା ଏତେ ଭଲ, ଅନ୍ୟ ଭାଷାରେ କାହିଁକି କଥା ହେବି
ନିଜ ମାତୃଭାଷାର ସୌନ୍ଦର୍ଯ୍ୟ ଆଉ କେଉଁ ଭାଷାରେ ନ ଥାଏ। ଆମ ନିଜ ଭାଷା ଏତେ ଭଲ ହୋଇକି ଆମେ କ’ଣ ପାଇଁ ଆଉ କେଉଁ ଭାଷାରେ କଥା ହେବୁ? କେବଳ ଆବଶ୍ୟକତା ଅନୁସାରେ ଯେଉଁଠାରେ ଓଡ଼ିଆ କହିଲେ ସାମ୍ନାଲୋକ ବୁଝିପାରେନା ସେଠାରେ ଇଂଲିଶ ଏବଂ ହିନ୍ଦୀରେ କଥାହୁଏ। ନଚେତ୍‌ ସାଙ୍ଗସାଥୀ, ଘର ପରିବାର ସବୁଠାରେ ଓଡ଼ିଆରେ କଥା ହେବାକୁ ଭଲପାଏ। ଏତିକି କହିବି ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ।
– କମଲ କୁମାର ଷଡ଼ଙ୍ଗୀ, ପ୍ରକଳ୍ପ ସଂଯୋଜକ
ଓଡ଼ିଆ ସବୁବେଳେ ହୃଦୟ ନିକଟରେ ଅଛି
ମୁଁ ଆରମ୍ଭରୁ ଓଡ଼ିଆ ମିଡିୟମ୍‌ ସ୍କୁଲରେ ପଢ଼ି ପଢ଼ି ଆସିଛି। କଲେଜରେ ବି ଓଡ଼ିଆ ପଢ଼ିଛି। ଛୋଟରୁ ବଡ଼ ଯାଏଁ ଓଡ଼ିଆରେ କଥା ହୋଇଆସିଛି। ଏବେ ବାହାରେ ରହିବାରୁ ବାଧ୍ୟ ହୋଇ ଇଂଲିଶ ଓ ହିନ୍ଦୀରେ କଥାହେବାକୁ ପଡ଼ୁଛି। ଏହା ମାନେ ନୁହେଁ ଯେ ବାହାରେ ରହୁଛି ବୋଲି ମୁଁ ଓଡ଼ିଆକୁ ଭୁଲିଯିବି। ଓଡ଼ିଆ ସବୁବେଳେ ହୃଦୟ ନିକଟରେ ଅଛି ଓ ରହିବ। ନିଜ ମାତୃଭାଷା ପ୍ରତି ମମତା ଆଗରୁ ଯେତିକି ଥିଲା ଏବେ ବି ସେତିକି ଅଛି।
– ସ୍ବପ୍ନା ସୋନାଲିକା ରାଉତ, ଆଇଟି ପ୍ରଫେଶନାଲ


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri