ମୋ ଭାଷା, ମୋ ପରିଚୟ

ଭୁବନେଶ୍ୱର,୨୧।୨(ବ୍ୟୁରୋ) : ମା’ ଗର୍ଭରୁ ମାଟିରେ ପାଦ ରଖିବା ପରେ ମଣିଷ ଯେଉଁ ଭାଷା ପ୍ରଥମେ ଶିଖେ ଓ କହେ, ତାହା ହେଉଛି ମାତୃଭାଷା। ବ୍ୟକ୍ତିର ସମ୍ମାନ ଓ ସ୍ବାଭିମାନ, ସ୍ବପ୍ନ ଓ ଜୀବନ- ସବୁଠି ପ୍ରତିଧ୍ୱନିତ ହୁଏ ଯେଉଁ ଶବ୍ଦ, ତା’ହେଲା ମାତୃଭାଷା। ମାତୃଭାଷା ବ୍ୟକ୍ତିର ପରିଚୟ। ବିକାଶର ପ୍ରବେଶପଥ ବି ମାତୃଭାଷା। ହେଲେ ପରିବର୍ତ୍ତନର ଆହ୍ବାନରେ ଧୀରେ ଧୀରେ ମାତୃଭାଷା ନିଜ ଅସ୍ତିତ୍ୱ ହରାଉଛି। ହିନ୍ଦୀ ଓ ଇଂଲିଶ ଆଗରେ ଆଞ୍ଚଳିକ ଭାଷାଗୁଡ଼ିକ କ୍ରମଶଃ ବାଷ୍ପରୁଦ୍ଧ ହୋଇ ମରିଯାଉଛି। ମାତୃଭାଷାକୁ ସମ୍ମାନପୂର୍ବକ ଫେବୃୟାରୀ ୨୧କୁ ବିଶ୍ୱ ମାତୃଭାଷା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହାକୁ ନେଇ ମତାମତ ଭିତ୍ତିକ ସ୍ବତନ୍ତ୍ର ଉପସ୍ଥାପନା।

କୌଣସି ଭାଷାକୁ ବିରୋଧ କରିବା ଉଚିତ ନୁହେଁ। କାରଣ ପିଲାମାନେ ଏକାସଙ୍ଗେ ଅନେକ ଭାଷା ଶିଖିପାରିବେ। ଇଂଲିଶ ଓ ଅନ୍ୟା ଭାଷା ସହ ନିଜ ମାତୃଭାଷା ଶିଖିବା ଜରୁରୀ। ଏହାକୁ କେବେ ଅବହେଳା କରିବା ଉଚିତ ନୁହେଁ। ହେଲେ ଦୁଃଖର ବିଷୟ ଯେ, ଆଜିକାଲି ଆମକୁ ନିଜ ଭାଷା କହିବାକୁ ଲାଜ ଲାଗୁଛି। ମାତୃଭାଷା ପ୍ରତି ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ଉଭୟ ସରକାର ଏବଂ ଆମେ ନିଜେ ସଚେତନା ହେବା ଆବଶ୍ୟକ। ଘରେ ପିଲାବେଳୁ ଓଡ଼ିଆରେ ଲେଖିବା, ପଢ଼ିବା ଉପରେ ଗୁରୁତ୍ବ ଦେଲେ ମାତୃଭାଷାର ଯଥୋଚିତ ଉନ୍ନତି ହୋଇପାରିବ। – ପ୍ରଜ୍ଞା ଦାସ, ଇଞ୍ଜିନିୟର
ବୌଦ୍ଧିକ ବିକାଶ କରେ ନିଜ ମାତୃଭାଷା
ମାନସିକ ଅଭିବୃଦ୍ଧି ପାଇଁ ମାତୃଭାଷା ହିଁ ଏକମାତ୍ର ମାଧ୍ୟମ। କୌଣସି ଭାଷାକୁ ଆମେ ପଢ଼ିବା ମାଧ୍ୟମ କରିପାରିବା। ହେଲେ ମାତୃଭାଷା ମାଧ୍ୟମରେ ହିଁ ଏକ ପିଲାର ପୂର୍ଣ୍ଣ ବିକାଶ ହୁଏ। ଯଦି ଆମେ ମାତୃଭାଷା ପିଲାକୁ ନ ପଢ଼ାଉଛେ ତା’ହେଲେ ପିଲାର ବୌଦ୍ଧିକ ବିକାଶ ସମ୍ପୂର୍ଣ୍ଣ ହେବନାହିଁ। ଏହା ମୁଁ କହୁନି, ଗବେଷଣା କହୁଛି। ଆମେ ପଢ଼ିବାବେଳେ ଗାଈର ଆତ୍ମକାହାଣୀ କହିଲେ ସବୁଠାରୁ ଗଧ ପିଲା ବି ଓଡ଼ିଆରେ ୫ ଧାଡ଼ି ଲେଖୁଥିଲା। ହେଲେ ଏବେ ଇଂଲିଶ ମିଡିୟମ୍‌ରେ ୫ମ ଶ୍ରେଣୀରେ ପ୍ରଥମ ହେଉଥିବା ପିଲା ୫ ଧାଡ଼ି ଲେଖିପାରୁନି। ବୌଦ୍ଧିକ ଅଭିବୃଦ୍ଧି ପାଇଁ ମାତୃଭାଷା ପଢ଼ିବା ଓ ଶିଖିବା ନିହାତି ଆବଶ୍ୟକ। ସେଥିପାଇଁ ଦିଲ୍ଲୀରେ ଆମେ ଓଡ଼ିଆ ପିଲାଙ୍କୁ ନିଜ ଭାଷା ଶିଖାଇବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରୁଛୁ।
– ଦେବେନ୍ଦ୍ର ନାଥ ରାଉତ, ଅଧ୍ୟକ୍ଷ, ଦି ଇଣ୍ଟେଲେକ୍ଟସ
ଗର୍ବର ସହ ଓଡ଼ିଆ କହିବା ଉଚିତ
ମାତୃଭାଷାର ଗୁରୁତ୍ୱ ସବୁବେଳେ ଅଛି ଓ ରହିବ। ଓଡ଼ିଆ ଜାତି ବୋଲି ଆମେ ଯେପରି ଗର୍ବ କରୁଛେ, ସେହିଭଳି ଓଡ଼ିଆକୁ ମଧ୍ୟ ଗର୍ବର ସହ କହିବା ଉଚିତ୍‌। ନିଜ ମାତୃଭାଷାରେ ଯେଉଁ ମିଠାପଣ ଓ ସୌନ୍ଦର୍ଯ୍ୟ ଥାଏ, ତାହା ଆଉ କେଉଁଥିରେ ନ ଥାଏ। ଯିଏ ନିଜ ମାଟି, ନିଜ ମା’ ଓ ନିଜ ମାତୃଭାଷାକୁ ଭୁଲିଛି, ସେ କାହାକୁ ବି ଭଲପାଇପାରିବ ନାହିଁ। ପ୍ରଥମେ ନିଜ ଭାଷାକୁ ଭଲପାଇଲେ ଅନ୍ୟ ଭାଷାକୁ ନିଜର କରିପାରିବ। ମା’, ବାପାମାନେ ନିଜ ପିଲାଙ୍କୁ ଓଡ଼ିଆ ନ ଶିଖାଇବା କଥାକୁ ମୁଁ କେବେ ସମର୍ଥନ କରେନା। କାରଣ ଆଗରୁ ଇଂଲିଶ ମିଡିୟମ୍‌ ସ୍କୁଲ୍‌ ନ ଥିଲା। ଲୋକେ ଓଡ଼ିଆ ମିଡିୟମ୍‌ରେ ପାଠ ପଢ଼ି ଆଇଏଏସ୍‌, ଆଇପିଏସ୍‌ ହେଉଥିଲେ।
– ଲୋରା ମହାପାତ୍ର, ସାମାଜିକ କର୍ମୀ
ସ୍କୁଲ କର୍ତ୍ତୃପକ୍ଷ ମାତୃଭାଷା ଶିକ୍ଷାକୁ ସମାନ ଗୁରୁତ୍ୱ ଦିଅନ୍ତୁ
ହିନ୍ଦୀ, ଇଂଲିଶ ଶିଖିବା ଆମର ଆବଶ୍ୟକତା। ହେଲେ ତାହା ଆମ ପରିଚୟ ନୁହେଁ। ଭାଷା ବିନା ନିଜର ପରିଚୟ ନାହିଁ। ଆମେ ଯଦି ପିଲାଙ୍କୁ ଓଡ଼ିଆ ନ ଶିଖାଉଛେ ତା’ହେଲେ ଆମ ନିଜ ପରିଚୟ ଭୁଲିଯାଉଛେ। ମୋର ନିଜର ଇଂଲିଶ ମିଡିୟମ୍‌ ସ୍କୁଲ୍‌ ଅଛି। ହେଲେ ଆମେ ଇଂଲିଶ ସହ ଓଡ଼ିଆକୁ ସମାନ ଗୁରୁତ୍ୱ ଦେଉ। ପିଲା ଓଡ଼ିଆ ଜାଣିଲେ ହିଁ ତାଙ୍କର ମାନସିକ ଏବଂ ବୌଦ୍ଧିକ ବିକାଶ ହୋଇପାରିବ। ଓଡ଼ିଆକୁ ଯିଏ ବୁଝିଛି ତା’ର ମଧୁରତା ଜାଣିଛି। ସ୍କୁଲ୍‌ରେ ଓଡ଼ିଆ ପଢ଼ିବା ବାଧ୍ୟତାମୂଳକ ହେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ପିଲାଙ୍କୁ ପ୍ରଥମରୁ ଓଡ଼ିଆ ପ୍ରତି ଆକର୍ଷିତ କରିବା ପାଇଁ ବାପା, ମା’ଙ୍କ ସହ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କର ବି ସମାନ ଭୂମିକା ରହିଛି।
– ମନସ୍ମିତା ଜେନା, ଭାଇସ ଚେୟାରମ୍ୟାନ୍‌, ଚନ୍ଦ୍ରଶେଖର ଇଂଲିଶ ମିଡିୟମ ସ୍କୁଲ
ଓଡ଼ିଆ ଜାଣି ନ ଥିବା କହି ଷ୍ଟାଇଲ୍‌ ମାରନ୍ତି
ନିଜର ନିଜତ୍ୱ ମାତୃଭାଷାରେ ମିଳେ। ନିଜ ମାତୃଭୂମିର ଐତିହ୍ୟ, ବୀରତ୍ୱ ଓ ବଳିଦାନ ନିଜକୁ ମାନସିକ ଭାବେ ଶକ୍ତିଶାଳୀ କରାଏ। ମୋ ପାଇଁ ମୋ ମାତୃଭାଷା ଜୀବନ ଜୀଇଁବା ସଙ୍ଗେ ସମାନ। ସେଥିପାଇଁ ମୋ ଝିଅକୁ ଓଡ଼ିଆ ମାଧ୍ୟମ ସ୍କୁଲରେ ପଢ଼ାଉଛି। ଓଡ଼ିିଆ ଘରେ ଜନ୍ମ ହୋଇ ଓଡ଼ିଆ ଜାଣି ନ ଥିବା କହି ଷ୍ଟାଇଲ୍‌ ମାରିବା ମନକୁ କଷ୍ଟ ଦିଏ। ଆମେ ନିଜେ ଯଦି ନିଜ ମାତୃଭାଷା ଠିକ୍‌ରେ ନ ଜାଣିବା, ନିଜ ମାତୃଭୂମିର ଗରିମା ବିଷୟରେ ଅନ୍ୟକୁ କ’ଣ କହିବା? ଆମେ ଆମ ଐତିହ୍ୟ ବିଷୟରେ ଅନ୍ୟକୁ ଆନ୍ତରିକତାର ସହ କହିପାରିଲେ ହିଁ ଆମ ଓଡ଼ିଆ ଜାତିର ଐତିହ୍ୟର ପ୍ରସାର ହେବ। – ସମ୍ବିତ ନନ୍ଦ, ଉଦ୍ୟୋଗୀ
ଓଡ଼ିଆ ସ୍କୁଲରେ ପଢ଼ିଥିବାରୁ ଗର୍ବ ଅନୁଭବ କରେ
ମାତୃଭାଷା ପାଇଁ ମମତା ସମସ୍ତଙ୍କର ରହିବା ଉଚିତ। ମୋର ବି ଅଛି। ଆଶାକରୁଛି ଅନ୍ୟମାନଙ୍କର ଥିବ। ଓଡ଼ିଆ ଘରର ପିଲା ହୋଇ ଓଡ଼ିଆ ସ୍କୁଲରେ ପଢ଼ିଥିବାରୁ ମୁଁ ଗର୍ବିତ। ଓଡ଼ିଆରେ କଥା ହେବାକୁ ମୁଁ ଗର୍ବ ଅନୁଭବ କରେ। କେବଳ ଆବଶ୍ୟକତା ଥିଲେ ଇଂଲିଶ ଏବଂ ହିନ୍ଦୀର ବ୍ୟବହାର କରେ।
– ଅନିଶ ରଥ, ଛାତ୍ରନେତା
ନିଜ ଭାଷା ଏତେ ଭଲ, ଅନ୍ୟ ଭାଷାରେ କାହିଁକି କଥା ହେବି
ନିଜ ମାତୃଭାଷାର ସୌନ୍ଦର୍ଯ୍ୟ ଆଉ କେଉଁ ଭାଷାରେ ନ ଥାଏ। ଆମ ନିଜ ଭାଷା ଏତେ ଭଲ ହୋଇକି ଆମେ କ’ଣ ପାଇଁ ଆଉ କେଉଁ ଭାଷାରେ କଥା ହେବୁ? କେବଳ ଆବଶ୍ୟକତା ଅନୁସାରେ ଯେଉଁଠାରେ ଓଡ଼ିଆ କହିଲେ ସାମ୍ନାଲୋକ ବୁଝିପାରେନା ସେଠାରେ ଇଂଲିଶ ଏବଂ ହିନ୍ଦୀରେ କଥାହୁଏ। ନଚେତ୍‌ ସାଙ୍ଗସାଥୀ, ଘର ପରିବାର ସବୁଠାରେ ଓଡ଼ିଆରେ କଥା ହେବାକୁ ଭଲପାଏ। ଏତିକି କହିବି ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ।
– କମଲ କୁମାର ଷଡ଼ଙ୍ଗୀ, ପ୍ରକଳ୍ପ ସଂଯୋଜକ
ଓଡ଼ିଆ ସବୁବେଳେ ହୃଦୟ ନିକଟରେ ଅଛି
ମୁଁ ଆରମ୍ଭରୁ ଓଡ଼ିଆ ମିଡିୟମ୍‌ ସ୍କୁଲରେ ପଢ଼ି ପଢ଼ି ଆସିଛି। କଲେଜରେ ବି ଓଡ଼ିଆ ପଢ଼ିଛି। ଛୋଟରୁ ବଡ଼ ଯାଏଁ ଓଡ଼ିଆରେ କଥା ହୋଇଆସିଛି। ଏବେ ବାହାରେ ରହିବାରୁ ବାଧ୍ୟ ହୋଇ ଇଂଲିଶ ଓ ହିନ୍ଦୀରେ କଥାହେବାକୁ ପଡ଼ୁଛି। ଏହା ମାନେ ନୁହେଁ ଯେ ବାହାରେ ରହୁଛି ବୋଲି ମୁଁ ଓଡ଼ିଆକୁ ଭୁଲିଯିବି। ଓଡ଼ିଆ ସବୁବେଳେ ହୃଦୟ ନିକଟରେ ଅଛି ଓ ରହିବ। ନିଜ ମାତୃଭାଷା ପ୍ରତି ମମତା ଆଗରୁ ଯେତିକି ଥିଲା ଏବେ ବି ସେତିକି ଅଛି।
– ସ୍ବପ୍ନା ସୋନାଲିକା ରାଉତ, ଆଇଟି ପ୍ରଫେଶନାଲ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?