ମୋ ବସ୍‌: ଅଫ୍‌ଲାଇନ୍‌ରେ ମ୍ୟାଜିକ୍‌ ପାସ୍‌,ଖୁବ୍‌ ଶୀଘ୍ର ପୁରୀକୁ ସେବା

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସ ଅବସରରେ ‘ମୋ ବସ୍‌’ ସେବା ପ୍ରଦାନ କରୁଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ୍‌) ପକ୍ଷରୁ ଫ୍ରିଡମ୍‌ ମାସିକିଆ ପାସ୍‌ର ଶୁଭାରମ୍ଭ ହେବ। ଏଣିକି ଅଫଲାଇନ୍‌ରେ ମଧ୍ୟ ଏହି ସେବା ଉପଲବ୍ଧ ହେବ ବୋଲି କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା କହିଛନ୍ତି। ବୁଧବାର ଅପରାହ୍ନରେ ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବୋଥ୍ରା କହିଥିଲେ, ଭୁବନେଶ୍ୱରରେ ଥିବା ମୋ’ ବସ୍‌ ଡିପୋ ଓ ବସ୍‌ ରହଣି ସ୍ଥାନ ଯଥା ମାଷ୍ଟରକ୍ୟାଣ୍ଟିନ୍‌, ଫାୟାର ଷ୍ଟେଶନ, ରସୁଲଗଡ, ବାଣୀବିହାର, କିଟ୍‌ (ବିଗ୍‌ ବଜାର) ଛକରେ ଗୁରୁବାରଠାରୁ ଫ୍ରିଡମ୍‌ ମାସିକିଆ ପାସ୍‌ କିୟୋସ୍କର ଶୁଭାରମ୍ଭ କରାଯିବ। ସରକାରୀ କାର୍ଯ୍ୟ ଦିବସଗୁଡିକରେ ସକାଳ ୯ଟାରୁ ରାତି ୭ଟା ଯାଏ ପାସ୍‌ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଆସନ୍ତା ୩୧ ତାରିଖ ସୁଦ୍ଧା ଏହି ପାସ୍‌ କ୍ରୟ କରିବେ ସେମାନେ ବସ୍‌ ଭଡାରେ ୨୫ ପ୍ରତିଶତ ରିହାତି ପାଇବା ସହ ଅତିରିକ୍ତ ୫ ଦିନର ବୈଧତା ହାସଲ କରିପାରିବେ। ଏହାଛଡ଼ା ସ୍ବାଧୀନତା ଦିବସର ଉପହାର ସ୍ବରୂପ ଏକ ମାଗଣା ଆଇସିଆଇସିଆଇ ଓଡେଶୀ କାର୍ଡ ମଧ୍ୟ ପ୍ରଦାନ କରାଯିବ। କାର୍ଡ ପାଇଁ ଯାତ୍ରୀଙ୍କୁ ଏକ ଷ୍ଟାମ୍ପ୍‌ ସାଇଜ୍‌ ଫଟୋ, ପରିଚୟ ପତ୍ର ଏବଂ ନଗଦ ଟଙ୍କା କିମ୍ବା ଏଟିଏମ୍‌ କାର୍ଡ୍‌ ସହ ଆସିବା ଆବଶ୍ୟକ। ଫ୍ରିଡମ୍‌ ମାସିକିଆ ଭୁବନେଶ୍ୱର ପାସ୍‌ ପାଇଁ ଶୀତତାପ ନିୟନ୍ତ୍ରିତ ବସ୍‌ ଭଡା ୯ ଶହ ଟଙ୍କା ଓ ବିନା ଶୀତତାପ ନିୟନ୍ତ୍ରିତ ବସ୍‌ ଭଡା ୬ ଶହ ଟଙ୍କା ରହିଛି। ଫ୍ରିଡମ୍‌ ମାସିକିଆ ମ୍ୟାଜିକ୍‌ ପାସ୍‌ ପାଇଁ ଯଥାକ୍ରମେ ୧୮ଶହ ଓ ୧୨ଶହ ଟଙ୍କା ରଖାଯାଇଛି। ତେବେ ପୁରୀକୁ ଖୁବ୍‌ଶୀଘ୍ର ମୋ ବସ୍‌ ଗଡ଼ିବ ବୋଲି ବୋଥ୍ରା କହିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ ଓଡ଼ିଶା ଓ ଛତିଶଗଡ ଆଞ୍ଚଳିକ ମୁଖ୍ୟ ପ୍ରଦୋଷ ରାଉତ, କ୍ରୁଟର ମ୍ୟାନେଜର ଦୀପ୍ତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri