Posted inଖେଳ

ମେସି ମାଇଲଷ୍ଟୋନ

ରେକର୍ଡ ଷଷ୍ଠଥର ପାଇଁ ବାଲୋନ ଡି’ ଅର ପୁରସ୍କାର ହାସଲ କରିଥିବା ଲିଓନେଲ ମେସି ବାର୍ସିଲୋନା ପାଇଁ ୭୦୦ତମ ମ୍ୟାଚ ଖେଳିଛନ୍ତି। ଚାମ୍ପିୟନ୍ସ ଲିଗ୍‌ରେ ବୋରୁସିଆ ଡର୍ଟମୁଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳି ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏଥି ସହିତ ସେ ସର୍ବାଧିକ ମ୍ୟାଚ୍‌ ଖେଳିବା ଓ ସର୍ବାଧିକ ଗୋଲ ସ୍କୋର କରିବା ରେକର୍ଡର ନିକଟତର ହୋଇଛନ୍ତି।

ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସି କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ନିକଟତର ହୋଇଛନ୍ତି। କେବଳ ସେତିକି ନୁହେଁ ସେ କିମ୍ବଦନ୍ତୀ ଫୁଟବଲର ପେଲେ ଓ ତାଙ୍କ ପୂର୍ବତନ ବାର୍ସିଲୋନା ସାଥି ଖେଳାଳି ଜାଭି ହେର୍ନାଣ୍ଡେଜଙ୍କ ରେକର୍ଡକୁ ଅତିକ୍ରମ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ସେ ନିଜ କ୍ଲବ ବାର୍ସିଲୋନ ପାଇଁ ୭୦୦ତମ ମ୍ୟାଚ୍‌ ଖେଳିଛନ୍ତି। ଚାମ୍ପିୟନ୍ସ ଲିଗ୍‌ରେ ସେ ଗତ ୨୭ ତାରିଖରେ ବୋରୁସିଆ ଡର୍ଟମୁଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଗ୍ରୁପ୍‌ ଏଫ୍‌ର ଏହି ମ୍ୟାଚ୍‌ରେ ମେସି ବାର୍ସିଲୋନାର ନେତୃତ୍ୱ ନେଇଥିଲେ। ଘରୋଇ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୩-୧ ଗୋଲରେ ବିଜୟୀ ହୋଇ ବାର୍ସିଲୋନା ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉଠିଛି। ୩୩ତମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ। ମୋଟ ଉପରେ ବାର୍ସିଲୋନା ପାଇଁ ମେସି ୬୧୩ଟି ଗୋଲ ସ୍କୋର କରିଛନ୍ତି।
ଏଥିସହିତ ୩୨ ବର୍ଷୀୟ ମେସି କ୍ଲବରେ ରେକର୍ଡ ୭୬୭ ମ୍ୟାଚ୍‌ ଠାରୁ କିଛି ଦୂରରେ ରହିଛନ୍ତି। ପୂର୍ବରୁ ତାଙ୍କ ବାର୍ସିଲୋନା ସାଥୀ ଖେଳାଳି ତାରକା ମିଡ୍‌ ଫିଲ୍ଡର ଜାଭି ହେର୍ନାଣ୍ଡେଜ ୭୬୭ ସଂଖ୍ୟକ ମ୍ୟାଚ୍‌ ଖେଳି ଏହି ରେକର୍ଡ ସ୍ଥାପନ କରିଥିଲେ। ମେସି ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରିଚାଲିଛନ୍ତି। ସେ ମଧ୍ୟ ଗତ ସୋମବାର ରେକର୍ଡ ଷଷ୍ଠଥର ପାଇଁ ବିଶ୍ୱ ଫୁଟବଲର ସର୍ବୋଚ୍ଚ ପୁରସ୍କାର ବାଲୋନ ଡି’ ଅର ହାସଲ କରିଛନ୍ତି। ଏହି କ୍ରମରେ ନିଜର ପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପଛରେ ପକାଇଛନ୍ତି।
ପୂର୍ବରୁ ଅବଶ୍ୟ ମେସି ବାର୍ସିଲୋନାର ଟପ୍‌ ଟ୍ରଫି ଓ୍ବିନର ସାବ୍ୟସ୍ତ ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ୩୪ଟି ଟାଇଟଲ ହାସଲ କରି ରେକର୍ଡ ସ୍ଥାପନ କରିଛନ୍ତି। ଏଥିରେ ତାଙ୍କର ୧୧୩ଟି ଷ୍ଟ୍ରାଇକ୍‌ ସାମିଲ ରହିଛି। ଚାମ୍ପିୟନ୍ସ ଲିଗ୍‌ରେ ୧୪୦ଟି ମ୍ୟାଚ ଖେଳି ସେ ଏହି ସଫଳତା ପାଇଛନ୍ତି। ମେସି ମାତ୍ର ୧୭ ବର୍ଷ ବୟସରେ ୨୦୦୪ରେ ପଦାର୍ପଣ କରିଥିଲେ।
ଚଳିତ ସେସନରେ ଗୋଟିଏ କ୍ଲବ ତରଫରୁ ସେ ୯ଟି କ୍ଲବ ମ୍ୟାଚ୍‌ ଖେଳି ୧୨ଟି ଗୋଲ ସ୍କୋର କରି କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ନିକଟତର ହୋଇଛନ୍ତି। ପେଲେ ୧୯୫୦ରୁ ୧୯୭୦ ମଧ୍ୟରେ ସାଣ୍ଟୋସ୍‌ ତରଫରୁ ଖେଳି ୬୪୩ଟି ଗୋଲ ସ୍କୋର କରିଥିଲେ। ଚଳିତ ସିଜନ ଶେଷ ଆଡକୁ ଏହି ରେକର୍ଡଗୁଡିକ ଅତିକ୍ରମ କରିବେ ବୋଲି ଆଶା କରାଯାଉଛି। ବାର୍ସିଲୋନା ସହିତ ମେସି ୪ଥର ୟୁରୋପର ସର୍ବବୃହତ୍‌ କ୍ଲବ ପୁରସ୍କାର ହାସଲ କରିଛନ୍ତି। ୨୦୧୫ରେ ସେ ଶେଷଥର ପାଇଁ ଏହି ପୁରସ୍କାର ହାସଲ କରିଥିଲେ। ରେକର୍ଡ ୬ଥର ବାଲୋନ ଡି’ ଅର ପୁରସ୍କାର ଜିତିଥିବା ମେସି ୬ଥର ୟୁରୋପିଆନ ଗୋଲ୍ଡେନ ବୁଟ୍‌ ମଧ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri