Posted inଖେଳ

ଫର୍ମୁଲାଓ୍ବାନ ମୋଟର ରେସିଂ

୨୦୧୯ ଫର୍ମୁଲାଓ୍ବାନ ମୋଟର ରେସିଂରେ ମର୍ସିଡିଜ୍‌ର ବ୍ରିଟିଶ୍‌ ଡ୍ରାଇଭର ଲୁଇସ ହାମିଲଟନ ସବୁଠାରୁ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିବା ସହ ସେ ମୋଟ ୬ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଛନ୍ତି। ଭାଲଟେରି ବୋଟ୍ଟାସ ଦ୍ୱିତୀୟ ଓ ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ ତୃତୀୟ ସ୍ଥାନରେ ରହି ସିଜନ ଶେଷ କରିଛନ୍ତି…

ଅଷ୍ଟ୍ରେଲିଆନ ଗ୍ରାଁ ପ୍ରିରୁ ଆରମ୍ଭ ହୋଇଥିବା ୨୦୧୯ ଫର୍ମୁଲାଓ୍ବାନ ମୋଟର ରେସିଂ ଆବୁଧାବି ଗ୍ରାଁ ପ୍ରି ସହ ଶେଷ ହୋଇଛି। ଏଥିରେ ବାଜି ମାରିଛନ୍ତି ମର୍ସିଡିଜ୍‌ର ବ୍ରିଟିଶ୍‌ ଡ୍ରାଇଭର ଲୁଇସ ହାମିଲଟନ। ଟାଇଟଲ୍‌ରେ ହ୍ୟାଟ୍ରିକ ସହ ଏହାକୁ ମିଶାଇ ହାମିଲଟନ ୬ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଛନ୍ତି। ପୂର୍ବରୁ ସେ ୨୦୦୮, ୨୦୧୪, ୨୦୧୫, ୨୦୧୭, ୨୦୧୮ ସିଜନରେ ମଧ୍ୟ ଚାମ୍ପିୟନ ହୋଇଥିଲେ। ଫର୍ମୁଲାଓ୍ବାନର ସଦ୍ୟ ସମାପ୍ତ ସଂସ୍କରଣରେ ସେ ପ୍ରଭାବ ବିସ୍ତାର କରି ୨ଟି ରେସ୍‌ ବାକିଥାଇ ବିଜୟ ମୁକୁଟ ପିନ୍ଧିବା ନିଶ୍ଚିତ କରିଥିଲେ। ୨୦୧୯ ମୋଟର ରେସିଂ ସିଜନରେ ସେ ମୋଟ ୧୧ଟି ଗ୍ରାଁ ପ୍ରି ଜିତି ୪୧୩ ପଏଣ୍ଟ ହାସଲ କରିଛନ୍ତି। ଅନ୍ୟ କୌଣସି ଡ୍ରାଇଭର ତାଙ୍କ ପାଖାପାଖି ପଏଣ୍ଟ ହାସଲ କରିପାରି ନ ଥିବାବେଳେ ମର୍ସିଡିଜ୍‌ର ଅନ୍ୟତମ ଡ୍ରାଇଭର ଭାଲଟେରି ବୋଟ୍ଟାସ ୪ ଗ୍ରାଁ ପ୍ରି ବିଜୟ ସହ ୩୨୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ ୩ ବିଜୟ ଓ ୨୭୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ସିଜନ ଶେଷ କରିଛନ୍ତି।
ଫର୍ମୁଲାଓ୍ବାନ ମୋଟରରେସିଂ ଏକ ବିପଜ୍ଜନକ କ୍ରୀଡ଼ା ହୋଇଥିଲେ ହେଁ ବିଶ୍ୱରେ ଏହାର ଅଗଣିତ ଦର୍ଶକ ରହିଛନ୍ତି। ଏହି କ୍ରୀଡ଼ାର କିମ୍ବଦନ୍ତୀ ଡ୍ରାଇଭର ହେଉଛନ୍ତି ଜର୍ମାନୀର ମାଇକେଲ ସୁମାକର। ସେ ୧୯୯୧ରୁ ୨୦୧୨ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲେ। ଫର୍ମୁଲା ଓ୍ବାନର ବାଦଶାହା ରୂପେ ପରିଚିତ ସୁମାକର ୭ଥର ବିଶ୍ୱ ଚାମ୍ପିୟନ ହୋଇ ରେକର୍ଡର ଅଧିକାରୀ ଅଛନ୍ତି। ସେ ୧୯୯୪, ୧୯୯୫, ୨୦୦୦, ୨୦୦୧, ୨୦୦୨, ୨୦୦୩, ୨୦୦୪ରେ ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ସୁମାକର ବର୍ତ୍ତମାନ ଜୀବିତ ଥିଲେ ହେଁ ଦୁର୍ଘଟଣାର ଶିକାର ହୋଇ ଦୀର୍ଘଦିନ ହେବ କୋମାରେ ଅଛନ୍ତି। ତାଙ୍କ ପଛକୁ ବିଶ୍ୱର ଦ୍ୱିତୀୟ ସଫଳ ଫର୍ମୁଲା ୱାନ ଡ୍ରାଇଭର ରୂପେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ହାମିଲଟନ। ସେ ୬ଥର ବିଶ୍ୱ ଚାମ୍ପିୟନ ହୋଇ ସାରିଥିବାରୁ ସୁମାକରଙ୍କ ରେକର୍ଡ ଭାଙ୍ଗିବା ସମ୍ଭାବନା ସୃଷ୍ଟି କରିଛନ୍ତି।
୨୦୧୯ରେ ଅନୁଷ୍ଠିତ ଶ୍ରେଷ୍ଠ ଗ୍ରାଁ ପ୍ରି ଗୁଡିକ ମଧ୍ୟରେ ରହିଥିଲା ଅଷ୍ଟ୍ରେଲିଆନ, ଫ୍ରେଞ୍ଚ, ଜର୍ମାନ, ଇଟାଲିଆନ୍‌, ରୁଷିଆ, ଜାପାନିଜ୍‌, ମେକ୍ସିକାନ୍‌, ୟୁଏସ୍‌, ବ୍ରିଟିଶ, ଅଷ୍ଟ୍ରିଆନ, ହଙ୍ଗେରିଆନ, ସିଙ୍ଗାପୁର ଏବଂ ସ୍ପାନିସ୍‌ ଗ୍ରାଁପ୍ରି। ଏହି ସିଜନରେ ହାମିଲଟନଙ୍କର ମୁଖ୍ୟତଃ ଭାଲଟେରି ବୋଟ୍ଟାସ, ମ୍ୟାକ୍ସ ଭର୍ଷ୍ଟାପେନ, ଚାଲର୍‌ସ ଲେକ୍‌ରେକ୍‌, ସେବାଷ୍ଟିଆନ ଭେଟେଲଙ୍କ ସହ କଡ଼ା ମୁକାବିଲା ହୋଇଥିଲା। ମାତ୍ର ୨୧ଟିରୁ ଏକାକୀ ୧୧ଟି ଗ୍ରାଁ ପ୍ରି ଜିତି ଅନ୍ୟମାନଙ୍କୁ ବହୁ ପଛରେ ପକାଇ ଦେଇଥିଲେ ହାମିଲଟନ। ସେ ମୋଟ ୧୭ ଥର ପୋଡିୟମ ମଣ୍ଡନ କରିଥିଲେ।
ଫର୍ମୁଲାଓ୍ବାନ ମୋଟର ରେସିଂ ଇତିହାସରେ ସୁମାକର ଓ ହାମିଲଟନଙ୍କ ପଛକୁ ଜୁଆନ-ମାନୁଏଲ ପାଙ୍ଗିଓ ୫ଟି ଟାଇଟଲ ସହ ୩ୟ ସ୍ଥାନରେ ରହିଛନ୍ତି। ଜର୍ମାନୀର ସେବାଷ୍ଟିଆନ୍‌ ଭେଟେଲ ମଧ୍ୟ ୪ଥର ବିଶ୍ୱ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଚଳିତ ସିଜନ ଶେଷରେ ହାମିଲଟନ ମୋଟ ୧୫୧ଥର ପୋଡିୟମ ମଣ୍ଡନ କରିଛନ୍ତି। ଏହି ତାଲିକାରେ ସୁମାକର ୧୫୫ ପୋଡିୟମ ମଣ୍ଡନ ସହ ଶୀର୍ଷରେ ଅଛନ୍ତି। ସର୍ବାଧିକ ଫର୍ମୁଲା ୱାନ ଗେମ୍‌ ଜିତିବାରେ ମଧ୍ୟ ହାମିଲଟନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ମାଇକେଲ ସୁମାକର ତାଙ୍କର କ୍ୟାରିୟର ମଧ୍ୟରେ ୯୧ଟି ରେସ୍‌ ଜିତିଥିବା ବେଳେ ହାମିଲଟ୍‌ ୮୪ଟି ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଫର୍ମୁଲା ୱାନରେ ମୋଟ ବିଜୟ ହାରକୁ ଦେଖିଲେ ହାମିଲଟନ୍‌ଙ୍କ ସ୍ଥାନ ୩ୟ ସ୍ଥାନରେ ରହିଛି।
ଜୁଆନ୍‌ ମାନୁଏଲ ପାଙ୍ଗିଓ ୫୨ଟି ରେସ୍‌ରେ ଭାଗନେଇଥିଲେ ହେଁ ୨୪ଟି ରେସ୍‌ରେ ଚାମ୍ପିୟନ ହୋଇଥିଲେ ଏବଂ ତାଙ୍କର ବିଜୟ ପ୍ରତିଶତ ୪୬.୫୧ ରହିଥିଲା। ହାମିଲଟନଙ୍କ ୨୫୦ଟି ରେସ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରି ୮୪ଟି ରେସ୍‌ରେ ବିଜୟୀ ହୋଇଥିବା ବେଳେ ତାଙ୍କ ବିଜୟ ପ୍ରତିଶତ ୩୩ ରହିଛି।

୨୦୧୯ ଫଳାଫଳ
ଗ୍ରାଁ ପ୍ରି ବିଜେତା
ଅଷ୍ଟ୍ରେଲିଆନ ଭାଲଟେରି ବୋଟ୍ଟାସ
ବାହାରିନ ଲୁଇସ ହାମିଲଟନ
ଚାଇନିଜ ଲୁଇସ ହାମିଲଟନ
ଆଜରବୈଜାନ ଭାଲଟେରି ବୋଟ୍ଟାସ
ସ୍ପାନିଶ୍‌ ଲୁଇସ ହାମିଲଟନ
ମୋନାକୋ ଲୁଇସ ହାମିଲଟନ
କାନାଡ଼ିଆନ ଲୁଇସ ହାମିଲଟନ
ଫ୍ରେଞ୍ଚ୍‌ ଲୁଇସ ହାମିଲଟନ
ଅଷ୍ଟ୍ରିଆନ ମ୍ୟାକ୍ସ ଭର୍ଷ୍ଟାପେନ
ବ୍ରିଟିଶ୍‌ ଲୁଇସ ହାମିଲଟନ
ଜର୍ମାନ ମ୍ୟାକ୍ସ ଭର୍ଷ୍ଟାପେନ
ହଙ୍ଗେରିଆନ ଲୁଇସ ହାମିଲଟନ
ବେଲଜିଆନ ଚାଲର୍‌ସ ଲେକ୍‌ରେକ୍‌
ଇଟାଲିଆନ ଚାଲର୍‌ସ ଲେକ୍‌ରେକ୍‌
ସିଙ୍ଗାପୁର ସେବାଷ୍ଟିଆନ ଭେଟେଲ
ରୁଷିଆନ ଲୁଇସ ହାମିଲଟନ
ଜାପାନିଜ୍‌ ଭାଲଟେରି ବୋଟ୍ଟାସ
ମେକ୍ସିକାନ ଲୁଇସ ହାମିଲଟନ
ୟୁଏସ ଭାଲଟେରି ବୋଟ୍ଟାସ
ବ୍ରାଜିଲିଆନ ମ୍ୟାକ୍ସ ଭର୍ଷ୍ଟାପେନ
ଆବୁଧାବି ଲୁଇସ ହାମିଲଟନ
-ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri