ମେଣ୍ଟିପାରୁନି ପାହାଡ଼ତଳି ବାସିନ୍ଦାଙ୍କ ଶୋଷ

ଖଇରା, ୭।୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଶାରୀଶୁଆ ପାହାଡ ପାଦଦେଶରେ ଥିବା ପଞ୍ଚାୟତଗୁଡିକରେ ପାନୀୟଜଳ ସମସ୍ୟା ବହୁ ପୁରୁଣା। ପଥୁରିଆ ଅଞ୍ଚଳ ଯୋଗୁ ଖରାଦିନ ହେଲେ ଅଧିକାଂଶ ନଳକୂପ ଅଚଳ ହୋଇପଡେ। ଅନେକ ସମୟରେ ବ୍ଲକ ପ୍ରଶାସନ ତରଫରୁ ପାଣି ଟାଙ୍କି ଦିଆଯାଇ ଅଧିବାସୀମାନଙ୍କୁ ପିଇବା ପାଣି ଯୋଗାଇ ଦିଆଯାଇଥାଏ। ଏଭଳି ସମସ୍ୟାର ସମାଧାନ ଲାଗି ସରକାରଙ୍କ ବସୁଧା ଯୋଜନାରେ ଗଡପୋଖରୀ ବଡଦାଣ୍ଡଠାରେ ୧ଲକ୍ଷ ଲିଟର କ୍ଷମତାବିଶିଷ୍ଟ ପାଣିଟାଙ୍କି ଥିବା ପାନୀୟ ଜଳ ପ୍ରକଳ୍ପ ଓ ୫୦ଟି ଗଭୀର ନଳକୂପ ଖୋଳିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରକଳ୍ପ ପାଇଁ ଆନୁମାନିକ ୧କୋଟି ୨୫ଲକ୍ଷ ଏବଂ ପ୍ରତ୍ୟେକ ଗଭୀର ନଳକୂପ ପାଇଁ ୯୦ହଜାରଟଙ୍କା ମଞ୍ଜୁର କରାଯାଇଥିଲା। ପ୍ରକଳ୍ପ କାର୍ଯ୍ୟ ସରିବା ପରେ ଅଗଷ୍ଟ ୩୧ତାରିଖରେ ଏହା ଉଦ୍‌ଘାଟିତ ହୋଇଥିଲା। ୫୦ଟି ନଳକୂପ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ହେଲେ ଏବେ ୫ମାସ ଅତିକ୍ରାନ୍ତ କରିଯାଇଥିଲେ ମଧ୍ୟ ପ୍ରକଳ୍ପ ଅକାମୀ ହୋଇପଡିଛି। ନଳକୂପ କାର୍ଯ୍ୟ ମଧ୍ୟ ଅଧାପନ୍ତରିଆ ହୋଇରହିଛି। ତୁରନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରା ନ ଗଲେ ପ୍ରକଳ୍ପ ଓ ନଳକୂପ ଦ୍ୱାରା ଉପକୃତ ହେବାକୁ ଥବା ଗଡପୋଖରୀ, ବାଉଁଶଗଡିଆ ଓ କଇଥଗଡିଆ ପଞ୍ଚାୟତର ଅଧିବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।
୨୦୧୮ରେ ପ୍ରକଳ୍ପ ନିର୍ମାଣ ଆରମ୍ଭ ହେବା ପରେ ୩ ପଞ୍ଚାୟତର ଅଧିବାସୀ ଅନେକ କିଛି ସ୍ବପ୍ନ ଦେଖିଥିଲେ। ଏଥର ତାଙ୍କର ଜଳକଷ୍ଟ ମେଣ୍ଟିପାରିବ ବୋଲି ମନରେ ବହୁ ଆଶା ଉଙ୍କି ମାରିଥିଲା। ୨୦୧୯ ଅଗଷ୍ଟ ୩୧ରେ ପ୍ରକଳ୍ପ ଉଦ୍‌ଘାଟନ କାର୍ଯ୍ୟକୁ ବହୁ ଆଡମ୍ବରରେ କରାଯାଇଥିଲା। ସୋର, ବାଲେଶ୍ୱର ଓ ଭୁବନେଶ୍ୱରରୁ ବହୁ ବଡ ବଡ ଯନ୍ତ୍ରୀ ଏବଂ ସ୍ଥାନୀୟ ନେତୃବୃନ୍ଦ ସଭାରେ ଯୋଗଦେବାକୁ ଆସି ପ୍ରକଳ୍ପ ଉଦ୍‌ଘାଟିତ ହେବା ଏବଂ ଏକସଙ୍ଗରେ ୫୦ନଳକୂପର ଶୁଭ ଦିଆଯାଉଥିବାରୁ ଏହା ଏକ ଐତିହାସିକ ଦିନ ବୋଲି କହିଥିଲେ। ସେଠାରେ ଉପସ୍ଥିତ ଥିବା ହଜାର ହଜାର ସଂଖ୍ୟାର ନିରୀହ ଗ୍ରାମବାସୀ ଏହାକୁ କରତାଳି ଦେଇ ସ୍ବାଗତ କରିଥିଲେ। ହେଲେ ସବୁ ଖୁସି ଦୁଃଖରେ ମିଳେଇବାକୁ ବସିଛି। ପ୍ରକଳ୍ପ ଦିନଟିଏ ଚାଲିନାହିଁ ହେଲେ ମଝିରେ ମଝିରେ ମରାମତି କାର୍ଯ୍ୟ କରାଯିବାରେ ପାଣି ମିଳିବା ଆଶା ମଉଳିଯାଉଛି ବୋଲି ବଡଦାଣ୍ଡ ଗ୍ରାମର କନକଲତା ସେଠୀ, ପ୍ରହଲ୍ଲାଦ ନାଇକି, ପୂର୍ଣ୍ଣିମା ମୁଦୁଲି ଓ ଗୁଆପାଳ ଗ୍ରାମର ଦୁର୍ଯ୍ୟୋଧନ ବାରିକ କହିଛନ୍ତି। ସେହିଭଳି ୫୦ଟି ନଳକୂପ ମଧ୍ୟରୁ ୧୭ଟିର କେବଳ ବୋରିଂ କାର୍ଯ୍ୟ ଶେଷ ହୋଇଛି। ପାଇପ ମୁହଁକୁ ଠିକାଦାର ଖାଲି ଛାଡିଦେଇ ପଳାଇଥିବା ବେଳେ ମିଳିମିଶି ପାଳି କରି ଏହାକୁ ବିଣ୍ଡା ଦେବାକୁ ପଡୁଛି ବୋଲି ଗ୍ରାମର ମଞ୍ଜୁଲତା ଖଟୁଆ, ବ୍ରହ୍ମାନନ୍ଦ ମହାନ୍ତି ପ୍ରମୁଖ କହିଛନ୍ତି। ଆଗକୁ ଖରାଦିନ ଆସୁଥିବାରୁ ଏହି ଅସମ୍ପୂର୍ଣ୍ଣ ନଳକୂପ ଶେଷ ହେବ କି ନାହିଁ ସେନେଇ ଗ୍ରାମବାସୀ ଚିନ୍ତିତ ହୋଇପଡିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରୌପ୍ୟ ରଞ୍ଜନ ବେହେରାଙ୍କୁ ପଚାରିବାରେ ପ୍ରକଳ୍ପ ପାଇଁ ରହିଥିବା ବିଦ୍ୟୁତ ସଂଯୋଗୀକରଣ ସମସ୍ୟା ସମାଧାନ ହୋଇ ସାରିଛି। ଖୁବ୍‌ଶୀଘ୍ର ପ୍ରକଳ୍ପ ଚାଲୁ ହେବ। ଏହାଛଡା ମାର୍ଚ୍ଚ ୩୧ସୁଦ୍ଧା ନଳକୂପ ବସାଯିବା କାର୍ଯ୍ୟ ଶେଷ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri