ମେ’ ୧୫ ଯାଏ ବଢ଼ିଲା ସ୍ବାସ୍ଥ୍ୟ ଓ ମୋଟରଯାନ (ତୃତୀୟପକ୍ଷ) ବୀମା ଅବଧି: ପୂର୍ବଭଳି ପାଇପାରିବେ ସମସ୍ତ ସୁବିଧା

ଭୁବନେଶ୍ୱର,୧୬।୪(ବ୍ୟୁରୋ)- ସମଗ୍ର ଦେଶରେ କରୋନା (କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଘରୋଇ ସଂସ୍ଥା, ଯାନବାହନ ସମ୍ପୂର୍ଣ୍ଣ ଚଳାଚଳ ବନ୍ଦ ରହିଛି। ଫଳରେ ଲୋକମାନେ ନିଜ ଘରେ ରହିଛନ୍ତି। ସ୍ବାସ୍ଥ୍ୟ ଓ ମୋଟରଯାନ ବୀମା ଅବଧି ସରିଥିଲେ ମଧ୍ୟ ତାହାକୁ ନବୀକରଣ ନେଇ ସମସ୍ୟା ଦେଖାଦେଇଛି। ଏହି ଲକ୍‌ଡାଉନ୍‌ ସମୟରେ ଲୋକମାନେ ନିଜର ବୀମା ନବୀକରଣ କରିବା ସମ୍ଭବ ହେଉନାହିଁ । ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଓ ମୋଟରଯାନ(ତୃତୀୟ ପକ୍ଷ) ବୀମା ପଲିସିର ନବୀକରଣ ତାରିଖକୁ କେନ୍ଦ୍ର ସରକାର ଆସନ୍ତା ମେ ୧୫ତାରିଖ ଯାଏ ଘୁଞ୍ଚାଇ ନେଇଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଏଥିରେ କୁହାଯାଇଛି ଯେ, କୋଭିଡ-୧୯ ଲକଡାଉନ ଜାରି ରହିଥିବାରୁ ଏଭଳି କଠିନ ସମୟରେ ବୀମାକାରୀମାନେ ସେମାନଙ୍କର ବୀମାକୁ ନବୀକରଣ କରିବା ସମ୍ଭବ ହେଉନାହିଁ । ଯଦି କୌଣସି ବୀମାଧାରୀଙ୍କ ପଲିସି ୨୦୨୦ ମାର୍ଚ୍ଚ ୨୫ରୁ ମେ ୩ ତାରିଖ ମଧ୍ୟରେ ନବୀକରଣ ଅବଧି ଶେଷ ହୋଇଥିବ । ସେମାନେ ମେ ୧୫ତାରିଖ ମଧ୍ୟରେ ନିଜର ଦେୟ ଜମା କରିପାରିବେ । ଏହି ସମୟରେ ବୀମା ଅବଧି ଶେଷ ହୋଇଥିଲେ ମଧ୍ୟ ପୂର୍ବଭଳି ବୀମା ବଳବତ୍ତର ରହିବ । ଯଦି ଏହି ସମୟରେ କୌଣସି ବୀମାଧାରୀ ବୀମା ପାଇବା ପାଇଁ ଆବେଦନ କରିବେ ତେବେ ଏହାକୁ ବୈଧ ଧରାଯିବ। ସମ୍ପୃକ୍ତ ବ୍ୟକ୍ତି ମେ ୧୫ତାରିଖ ଯାଏ ନିଜର ବୀମାର ସମସ୍ତ ସୁବିଧା ପାଇବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

୧୧ ସେପ୍ଟେମ୍ବର ତୁଳା ସମେତ ୪ ରାଶିଙ୍କ ପାଇଁ ହେବ ସ୍ବତନ୍ତ୍ର: ଘଟିବ ଏଭଳି ଯାହା କେବେ ଭାବିନଥିଲେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬, ଅର୍ଥାତ୍‌ କୁଶାଗ୍ରହଣୀ ଅମାବାସ୍ୟା ଦିନ ଶୁକ୍ର ଗ୍ରହ ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ରଦେବ ୨୪ ଅକ୍ଟୋବର ପର୍ଯ୍ୟନ୍ତ…

ଗାଡ଼ିର ଚାଲାଣ ଭରିନାହାନ୍ତି କି? ଏହିଦିନ ମିଳିବ ବଡ଼ ସୁଯୋଗ, କମ୍‌ ଟଙ୍କାରେ କରନ୍ତୁ ସମାଧାନ

ନୂଆଦିଲ୍ଲୀ,୮।୯: ରାସ୍ତାରେ ଟ୍ରାଫିକ ନିୟମ ଏବେ ଅଧିକ କଡ଼ା ହୋଇଛି। ଅଜାଣତରେ କିମ୍ବା ଭୁଲ୍‌ବଶତଃ ଗାଡ଼ିର ଇ-ଚାଲାଣ କଟିଯିବା ସାଧାରଣ କଥା। ଅନେକ ସମୟରେ ଚାଲାଣ ରାଶି…

ଦୁର୍ଗାପୂଜାରେ ବାଜିବ ନାହିଁ ଡିଜେ, ଅଷ୍ଟମୀ ହେବ ‘ଡ୍ରାଏ ଡେ’…, ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେବ ଭାଜପା ସରକାର

କୋଲକାତା,୮।୯: ଅକ୍ଟୋବର ୧୧ରେ ସାରା ଦେଶରେ ନବରାତ୍ରି ପର୍ବ ଆରମ୍ଭ ହେବ। ଏହି ଅବସରରେ ପଶ୍ଚିମବଙ୍ଗର ଦୁର୍ଗାପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ୭୫ ବର୍ଷ ପରେ…

୧୭ ବର୍ଷରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡନୃତ୍ୟ: ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ

ଅମରପାଲି,୮ା୯(ପୀତାମ୍ବର ସାହୁ):ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ…

‘ଲାଜ ଲାଗୁନି…’, କଙ୍ଗନାଙ୍କ ମୁଣ୍ଡକୁ ଉଠିଗଲା ରାଗ: ଅଧିକାରୀଙ୍କୁ ମନ ଇଚ୍ଛା ଶୁଣାଇଦେଲେ

ମଣ୍ଡି,୮।୯: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ସାଂସଦ କଙ୍ଗନା ରାଣାୱତ ଜିଲା ବିକାଶ ସମନୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା…

୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri