ମେ ମାସରେ ବଡ଼ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଙ୍ଗଠନ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଛି। ଏହାର ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଷ୍ଟ୍ରୀୟ ସଂଯୋଜକ ଆସନ୍ତା ୨୬ରୁ ଅନଶନରେ ବସିବେ। ମଙ୍ଗଳବାର ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି ଯେ, ସଙ୍ଗଠନକୁ ସରକାରଙ୍କ ଠାରୁ ଦାବି ହାସଲ କରିବା ସକାଶେ ଯେତିକି ଜନଶକ୍ତିର ଆବଶ୍ୟକତା ଅଛି ପାଣ୍ଠିର ମଧ୍ୟ ସେତିକି ଆବଶ୍ୟକତା ରହିଛି। ଏଣୁ ଗୋଟିଏ ମାସରେ ସମସ୍ତ ଛାମୁଆ କର୍ମୀ, ବ୍ଲକ ସଂଯୋଜକ ଏବଂ ଜିଲା ସଂଯୋଜକ ପ୍ରତି ଗ୍ରାମରୁ ପାଣ୍ଠି ସଂଗ୍ରହ କରିବେ। ମେ ମାସରେ ଆନ୍ଦୋଳନ କରାଯିବ। ଏହା ପୂର୍ବରୁ ରାଜ୍ୟ କମିଟି ନିକଟରେ ୨ କୋଟି ଟଙ୍କା ଜମା କରିବାକୁ ପ୍ରସ୍ତାବ ରଖିଛନ୍ତି। ପ୍ରତ୍ୟେକ ଦିନ ୧୦୦ ବ୍ଲକରେ ୧୦୦ଜଣ କର୍ମକର୍ତ୍ତା ଏହି କାମ କରିବା ପାଇଁ ସେ ଆହ୍ବାନ ଜଣାଇଛନ୍ତି। ସେହିପରି ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ ପ୍ରସ୍ତାବ ରଖି କହିଛନ୍ତି, ଧାନ ସଂଗ୍ରହ କରିବାରେ କଟକଣା ନ କରି ସମସ୍ତ ବଳକା ଧାନ ସଂଗ୍ରହ କରିବାକୁ ଦାବି କରିଛନ୍ତି। ଅକ୍ଷୟ କୁମାର କହିଛନ୍ତି, ମେ ମାସ ସୁଦ୍ଧା ରାଜ୍ୟ ସରକାରଙ୍କ ବିରୋଧରେ ନିର୍ଣ୍ଣାୟକ ଆନ୍ଦୋଳନ କରାଯିବ। ବିଭିନ୍ନ ସମୟରେ ଚାଷୀଙ୍କ ଲାଗି ମିଥ୍ୟା ଘୋଷଣା କରାଯାଉଛି। ଆସନ୍ତା ଦିନରେ ହେବାକୁ ଥିବା ଆନ୍ଦୋଳନରେ ଅତି କମ୍‌ରେ ୫ଲକ୍ଷ ଚାଷୀ ଅହିଂସାତ୍ମକ ଆନ୍ଦୋଳନରେ ଯୋଗଦେବେ ବୋଲି ସେ କହିଛନ୍ତି। ସରକାରଙ୍କ ଏହି ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଅକ୍ଷୟ ଅନଶନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ…

ମମତାଙ୍କୁ ଶକ୍ତ ଝଟ୍‌କା: ଆଉ ଜଣେ ଟିଏମସି ରାଜ୍ୟ ସଭା ଏମପି ଦେଲେ ଇସ୍ତଫା, କାରଣ….

କୋଲକାତା,୧୬ା୭: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଏବଂ ପଶ୍ଚିମବଙ୍ଗର ଟିଏମସି ରାଜ୍ୟ ସଭା ଏମପି କୋଏଲ…

ଜନଜାତିଙ୍କ ନିଆରା ପରମ୍ପରା: ରଥାରୂଢ଼ ହେଲେ ତିନି ଠାକୁର, ଏମ୍‌ପିଙ୍କ ଛେରାପହଁରା ପରେ ଗଡ଼ିଲା ରଥ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗବାଟବାଡ଼ି ଗ୍ରାମରେ ଗୁରୁବାର ରଥଯାତ୍ରା ବହୁ ଆଡ଼ମ୍ବର ତଥା ଜନଜାତିଙ୍କ ସଂସ୍କୃତି ପରମ୍ପରାରେ ପାଳିତ…

ହିନ୍ଦୁ ଛାତ୍ରଙ୍କୁ କଲମା ପଢ଼ାଇଲେ ଶିକ୍ଷକ, ଅଭିଭାବକ ସ୍କୁଲରେ ପଶି କଲେ….

ହାଇଦ୍ରାବାଦ,୧୬ା୭: ହାଇଦ୍ରାବାଦର ସଇଦାବାଦ ଅଞ୍ଚଳର ଏକ ଘରୋଇ ସ୍କୁଲରେ ବିବାଦ ଦେଖାଦେଇଛି । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ଯେ…

ତାଜମହଲ ସାମ୍ନାରେ ଖୋଲିଗଲା ବିଦେଶୀ ମହିଳାଙ୍କ ଶାଢ଼ି, ଏମିତି କାମ କଲେ ମହିଳା କନଷ୍ଟେବଳ, ଭିଡିଓ ଦେଖିଲେ…

ତାଜମହଲ ବିଶ୍ୱର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ପର୍ଯ୍ୟଟକ ପରିଦର୍ଶନ କରିବାକୁ ଆସିଥାନ୍ତି।…

ବିନାଶ କରିଦେବୁ…ଟ୍ରମ୍ପଙ୍କୁ ସିଧା ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ,୧୬।୭: ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ମଧ୍ୟରେ ତେହରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଦୃଢ଼ ମନୋଭାବ ଗ୍ରହଣ କରିଛି। ଇରାନର…

ପ୍ରବଳ ବର୍ଷା ସତ୍ତ୍ୱେ କେଏସୟୁବି କଲେଜରେ ଚାରାରୋପଣ: ସହଯୋଗ କଲେ…

ଭଞ୍ଜନଗର,୧୬।୭(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗୁରୁବାର ପ୍ରବଳ ବର୍ଷା ସତ୍ତ୍ୱେ ଚାରାରୋପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଗଗନ ବିହାରୀ…

ନିଜ ଦରମାରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ ସମିତି ସଭ୍ୟ ଧ୍ରୁବ, ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା

ଗଞ୍ଜାମ,୧୬।୭ (ବିଦ୍ୟାଧର ସାହୁ ): ଝିଅ ବିବାହ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା କରି ଚର୍ଚ୍ଚାରେ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ। ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri