ତାଜମହଲ ବିଶ୍ୱର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ପର୍ଯ୍ୟଟକ ପରିଦର୍ଶନ କରିବାକୁ ଆସିଥାନ୍ତି। ଆର୍ଜେଣ୍ଟିନାର ଜଣେ ବିଦେଶୀ ମହିଳା ତାଜମହଲ ପରିଦର୍ଶନ କରିବାକୁ ଆସି ଥିଲେ। ଏହି ସମୟରେ ତାଙ୍କର ଶାଢ଼ି ଖୋଲିଗଲା, ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ ଜଣେ ମହିଳା କନଷ୍ଟେବଳ। ଯାହା ଲୋକଙ୍କ ହୃଦୟ ଜିତିଛି।
आगरा : अर्जेंटीना से ताजमहल देखने आई विदेशी महिला की साड़ी खुल गई। साड़ी बांधनी नहीं आने की वजह से वह खुद को असहज महसूस करने लगी। UP पुलिस की कांस्टेबल गुड्डी देवी ने यह देखा। उन्होंने पास जाकर विदेशी महिला की साड़ी संभाली।@madanmohansoni pic.twitter.com/LE7j4uVTyG
— Sachin Gupta (@Sachingupta) July 14, 2026
ଅନେକ ବିଦେଶୀ ପର୍ଯ୍ୟଟକ ଭାରତ ଆସିବାବେଳେ ଭାରତୀୟ ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତି। ମାତ୍ର ଶାଢ଼ି ପରି ପାରମ୍ପରିକ ପୋଷାକ ପିନ୍ଧିବା ସମସ୍ତଙ୍କ ପାଇଁ ସହଜ ନୁହେଁ। ସେହିପରି ଏକ ଘଟଣା ଘଟିଛି ତାଜମହଲ ନିକଟରେ। ଯେଉଁଠି ଆର୍ଜେଣ୍ଟିନାର ଜଣେ ବିଦେଶୀ ମହିଳା ଏକ ଭାରତୀୟ ଶାଢ଼ି ପିନ୍ଧିଥିଲେ। କିନ୍ତୁ ଏହାକୁ ପିନ୍ଧିବାରେ ତାଙ୍କର ଅଭିଜ୍ଞତା ନ ଥିବାରୁ, ଚାଲିବା ସମୟରେ ତାଙ୍କ ଶାଢ଼ି ଖୋଲିଯାଇଥିଲା। ଏହି ସମୟରେ, ସେଠାରେ ଡ୍ୟୁଟିରେ ଥିବା ଉତ୍ତରପ୍ରଦେଶ ପୋଲିସ କନଷ୍ଟେବଳ ଗୁଡ୍ଡି ଦେବୀ ବିଦେଶୀ ମହିଳାଙ୍କୁ ଦେଖି ତୁରନ୍ତ ତାଙ୍କ ଶାଢ଼ି ସଜାଡ଼ିବା ପାଇଁ ତାଙ୍କ ସାହାଯ୍ୟ କଲେ।

ଭିଡିଓରେ ଦେଖିବେ ଯେ, ଜଣେ ମହିଳା କନଷ୍ଟେବଳ ସମ୍ମାନ ଏବଂ ଆରାମରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ସାହାଯ୍ୟ କରୁଛନ୍ତି ଯାହା ଦ୍ୱାରା ସେ କୌଣସି ଅସୁବିଧା ବିନା ତାଜମହଲ ପରିଦର୍ଶନ କରିପାରିବେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଘଟଣାକୁ ରେକର୍ଡ କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି।

ମହିଳା କନଷ୍ଟେବଳଙ୍କ ଏହି ଭିଡିଓ ଇନ୍ଷ୍ଟାଗ୍ରାମରେ ଶେୟାର କରାଯାଇଛି, ଯେଉଁଥିରେ କ୍ୟାପଶନ ଦିଆଯାଇଛି: ‘ତାଜମହଲ ପରିଦର୍ଶନ କରିବାକୁ ଆସିଥିବା ଆର୍ଜେଣ୍ଟିନାର ଜଣେ ବିଦେଶୀ ମହିଳାଙ୍କ ଶାଢ଼ୀ ଖୋଲିଯାଇଛି। ସେ ଅସହଜ ଅନୁଭବ କରୁଥିଲେ କାରଣ ସେ ଏହାକୁ କିପରି ବାନ୍ଧିବେ ତାହା ଜାଣି ନ ଥିଲେ। କନଷ୍ଟେବଳ ଏହା ଦେଖି ମହିଳାଙ୍କୁ ଶାଢ଼ି ପିନ୍ଧାଇ ଦେଇଥିଲେ।
ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲୋକମାନେ ୟୁପି ପୋଲିସର ମହିଳା କନଷ୍ଟେବଳ ଗୁଡ୍ଡି ଦେବୀଙ୍କୁ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏଭଳି ଛୋଟ, ମାନବୀୟ ଆଚରଣ ଭାରତର ଆତିଥ୍ୟ ଏବଂ ସଂସ୍କୃତିର ପ୍ରକୃତ ପରିଚୟ। ଆହୁରି ଅନେକ ଲୋକ ଏହା ମଧ୍ୟ ଲେଖିଛନ୍ତି ଯେ, ପୋଲିସର କାମ କେବଳ ଆଇନ ଶୃଙ୍ଖଳା ବଜାୟ ରଖିବା ନୁହେଁ, ବରଂ ଆବଶ୍ୟକତା ସମୟରେ ଲୋକଙ୍କୁ ସାହାଯ୍ୟ କରିବା ମଧ୍ୟ।

