ମୃତ୍ୟୁଫାଶରୁ ମୁକୁଳିଥିଲେ ୧୨ ଫୁଟ୍‌ବଲ ଖେଳାଳି

ବ୍ୟାଙ୍କକ୍‌,୨୩ା୬(ଆଇଏଏନ୍‌ଏସ୍‌): ଠିକ୍‌ ବର୍ଷକ ତଳେ ଉତ୍ତର ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିଲେ ୧୨ଜଣ କିଶୋର ଫୁଟବଲ୍‌ ଖେଳାଳି। ଦୀର୍ଘ ୧୫ ଦିନ ପରେ ସେମାନଙ୍କୁ ଯେଉଁ କଷ୍ଟସାଧ୍ୟ ଉଦ୍ୟମ କରି ଉଦ୍ଧାର କରାଯାଇଥିଲା ତାହା ଉପରେ ବିଶ୍ୱବାସୀଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା।
ବର୍ତ୍ତମାନ ଏହି ପିଲାମାନେ ସ୍ବାଭାବିକ ଅବସ୍ଥାକୁ ଫେରି ପାଠପଢ଼ା ଜାରି ରଖିଛନ୍ତି। ଫୁଟବଲ୍‌ କୋଚ୍‌ ଏକାପୋଲ୍‌ ଚାନ୍ଥାଓଙ୍ଗ ମଧ୍ୟ ନିଜର ଏକ ଏକାଡେମୀ ଖୋଲି ଅତୀତର ଅଙ୍ଗେଲିଭା ସ୍ମୃତିକୁ ଭୁଲିଯିବାକୁ ବସିଛନ୍ତି। ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଲକ୍ଷଲକ୍ଷ ଲୋକ ଫଲୋ କରିଥିବା ‘ଏଫି ନ୍ୟୁଜ୍‌’ରେ ରିପୋର୍ଟ ପ୍ରକାଶ ପାଇଛି।
କାଳଗୁମ୍ଫାରୁ ଉଦ୍ଧାର ପାଇବା ପରେ ଆମନ୍ତ୍ରଣ କ୍ରମେ ବିଭିନ୍ନ ଦେଶ ଗସ୍ତ କରିଥିଲା ଏହି ଟିମ୍‌। ଏହି ଘଟଣା ଉପରେ ଏକ ଫିଲ୍ମ ନିର୍ମାଣ ପାଇଁ ମଧ୍ୟ ନେଟଫ୍ଲିକ୍ସ ସହ ଚୁକ୍ତି ହୋଇଛି। ଫୁଟବଲ୍‌ ଖେଳାଳିଙ୍କ ବୟସ ଥିଲା ୧୧ରୁ ୧୬ବର୍ଷ। ସେମାନେ ଫୁଟବଲ୍‌ ଖେଳି କୋଚ୍‌ଙ୍କ ସହ ଘରକୁ ଫେରୁଥିବାବେଳେ ମଜାରେ ମଜାରେ ସୁଡଙ୍ଗ ପଥ ଦେଇ ଏକ ଗୁମ୍ଫା ଭିତରେ ପ୍ରବେଶ କରିଥିଲେ। ଦୁର୍ଯୋଗକୁ ମୌସୁମୀ ବାୟୁଜନିତ ପ୍ରବଳ ବର୍ଷା ହେବାରୁ ସେମାନଙ୍କ ଫେରିବା ପଥ ବୁଡିଯାଇଥିଲା ଏବଂ ସେମାନେ ସେଇ ଗୁମ୍ଫାରେ ହିଁ ଫସି ରହିଥିଲେ। ସେଇ କାଳଗୁମ୍ଫାରୁ ନ ଫେରିବାରୁ ପରିବାର ସଦସ୍ୟଙ୍କ ସମେତ ଜନସାଧାରଣ ଭୟଭୀତ ହୋଇପଡିଥିଲେ। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ସେତେବେଳେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ବୁଡାଳି ଏବଂ ଗୁମ୍ଫା ବିଶେଷଜ୍ଞଙ୍କୁ ନେଇ ଏକ ଅର୍ନ୍ତଜାତୀୟ ଟିମ୍‌ ଉକ୍ତ ଫୁଟବଲ୍‌ ଖେଳାଳିଙ୍କୁ ଉଦ୍ଧାର କରିଥିଲେ।
ଟିମ୍‌ର କୋଚ୍‌ ଏକାପୋଲ୍‌ ଚାନ୍ଥାଓଙ୍ଗ୍‌ ଥାମ୍‌ ଲୁଆଙ୍ଗ କେଭ୍‌ ନିକଟରେ ନିଜର ଏକ ଫୁଟବଲ୍‌ ଏକାଡେମୀ ଗଢ଼ିଛନ୍ତି। ତାଙ୍କ ଫେସବୁକ୍‌ ପେଜ୍‌ରେ ୧,୮୩,୦୦୦ ଅନୁସରଣକାରୀ ଅଛନ୍ତି। ଏ ପର୍ଯ୍ୟନ୍ତ ଏହି ଉଦ୍ଧାର ଅଭିଯାନକୁ ନେଇ ଦୁଇଟି ପୁସ୍ତକ ପ୍ରକାଶିତ ହେଲାଣି।
ଶେଷରେ ଜୁଲାଇ ୨ରେ ଦୁଇଜଣ ବ୍ରିଟିଶ ବୁଡାଳି କିଶୋର ଖେଳାଳିମାନଙ୍କୁ ପାଇବାରେ ସମର୍ଥ ହୋଇଥିଲେ। ବିନା ଖାଦ୍ୟରେ ଅନ୍ଧାର ଭିତରେ କେବଳ ଗୁମ୍ଫାକାନ୍ଥରୁ ଝରୁଥିବା ପାଣି ପିଇ ସେମାନେ ଜୀବନ ବଞ୍ଚାଇଥିଲେ। ଜୁଲାଇ ୮ରୁ ୧୦ ମଧ୍ୟରେ ପିଲାଙ୍କୁ ପହଁରା ତାଲିମ ଦିଆଯାଇଥିଲା। ସ୍ବତନ୍ତ୍ର ବୁଡାଳି ଟିମ୍‌ ଦ୍ୱାରା ଦୀର୍ଘ ୪କିଲୋମିଟର ବ୍ୟାପୀ ଜଳଭରା ବିପଜ୍ଜନକ ପଥଦେଇ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କର ଦୁଃସାହସିକ ରହଣି, ଧୈର୍ଯ୍ୟ ଏବଂ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଅକ୍ଟୋବରରେ ମାଞ୍ଚେଷ୍ଟର ୟୁନାଇଟେଡ ମ୍ୟାଚ୍‌ରେ ଯୋଗ ଦେବାଲାଗି ସେମାନଙ୍କୁ ବ୍ରିଟେନ ନିମନ୍ତ୍ରଣ କରାଯାଇଥିଲା। ସେମାନେ ମଧ୍ୟ ସମର ୟୁଥ୍‌ ଅଲିମ୍ପିକ୍ସ ଦେଖିବା ଲାଗି ବୁଏନ୍ସ ଏରିସ୍‌ ଗସ୍ତ କରିଥିଲେ। ଆମେରିକାର ସୁପରିଚିତ ଟିଭି ହୋଷ୍ଟ ଏଲେନ୍‌ ଡିଜେନେରେସ୍‌ ସେମାନଙ୍କର ସାକ୍ଷାତକାର ନେଇଥିଲେ।
ବର୍ଷକ ତଳର ସେଇ ଦୁଃଖଦ ସ୍ମୃତି ଚାରଣ କରି ରବିବାର ଥାଇଲାଣ୍ଡରେ ଏକ ଗଣଦୌଡ ଅନୁଷ୍ଠିତ ହେଉଛି। ଏହି ଚର୍ଚ୍ଚିତ ଗୁମ୍ଫାକୁ ମ୍ୟୁଜିୟମରେ ପରିଣତ କରାଯିବା ସହିତ ଉଦ୍ଧାର କାର୍ଯ୍ୟ ବେଳେ ପ୍ରାଣ ହରାଇଥିବା ଥାଇ ଡାଇଭର ସମନ କୁନାନଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ ହୋଇଛି। ଗୁମ୍ଫାର ପ୍ରବେଶପଥ ନିକଟରେ ସୋମବାର ଅନୁଷ୍ଠିତ ହେଉଥିବା ବୌଦ୍ଧ ଧର୍ମାବଲମ୍ବୀଙ୍କ ଏକ କାର୍ଯ୍ୟକ୍ରମରେ ଫୁଟବଲ ଖେଳାଳି ଏବଂ କୋଚ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri