Posted inଜାତୀୟ

ମୃତ ଏବଂ ଜେଲ୍‌ରେ ଥିବା ଉତ୍ତରପ୍ରଦେଶ ମାଫିଆ ଡନ୍‌ ଫେସ୍‌ବୁକ୍‌ରେ ସକ୍ରିୟ

ନୂଆଦିଲ୍ଲୀ,୧।୧: ଉତ୍ତରପ୍ରଦେଶର କେତେକ ମୃତ ଏବଂ ଜେଲରେ ଥିବା ମାଫିଆ ଡନ୍‌ ଫେସ୍‌ବୁକ୍‌ରେ ସକ୍ରିୟ ରହିଛନ୍ତି। ସେମାନଙ୍କ ପୋଷ୍ଟଗୁଡ଼ିକୁ ଫେସବୁକ୍‌ ବନ୍ଧୁମାନେ ବିଭିନ୍ନ ସମୟରେ ନାନା କମେଣ୍ଟ ଓ ଲାଇକ ଦେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଜେଲଦଣ୍ଡ ଭୋଗୁଥିବା ଡନ୍‌ଙ୍କ ନିକଟ ସମ୍ପର୍କୀୟ ସେମାନଙ୍କ ଫେସବୁକ୍‌ ପେଜ୍‌କୁ ପରିଚାଳନା କରୁଥିବା କୁହାଯାଉଛି। ସେହିପରି ମୃତ୍ୟୁଘଟିଥିବା କେତେକ ଡନ୍‌ଙ୍କ ଆକାଉଣ୍ଟ୍‌କୁ ସେମାନଙ୍କ ନିକଟ ସମ୍ପର୍କୀୟ ପରିଚାଳନା କରୁଛନ୍ତି। ଗୋରଖପୁର ଡନ୍‌ ବିରେନ୍ଦ୍ର ପ୍ରତାପ ଶାହିଙ୍କ ମୃତ୍ୟୁ ୧୯୯୭ରେ ଲକ୍ଷ୍ନୌରେ ଏକ ଗୁଳିକାଣ୍ଡରେ ଘଟିଥିଲା। ମୃତ୍ୟୁର ୨୨ ବର୍ଷ ପରେ ମଧ୍ୟ ତାଙ୍କର ଶେର୍‌-ଇ-ପୂର୍ବାଞ୍ଚଳ ପେଜ୍‌କୁ ୧,୭୬୭ ଲାଇକ୍‌ ମିଳିଥିବାବେଳେ ତାଙ୍କର ୧,୭୬୮ ଫଲୋରର୍ସ ରହିଛନ୍ତି। ସେହିପରି ଶ୍ରୀପ୍ରକାଶ ଶୁକ୍ଲା ନାମକ ଡନ୍‌ ମଧ୍ୟ ଫେସ୍‌ ବୁକ୍‌ରେ ସକ୍ରିୟ ରହିଛନ୍ତି। ତାଙ୍କର ମୃତ୍ୟୁ ଏକ ଗୁଳିକାଣ୍ଡରେ ୧୯୯୮ରେ ହୋଇଥିଲା। ମୁନା ବଜରଙ୍ଗୀଙ୍କର ମୃତ୍ୟୁ ଭାଗତପୁର ଜେଲରେ ୨୦୧୯ ଜୁଲାଇରେ ଘଟିଥିଲା। ସେ ମଧ୍ୟ ଫେସ୍‌ ବୁକ୍‌ରେ ସକ୍ରିୟ ରହିଛନ୍ତି। ଜେଲ୍‌ରେ ଥିବା ଅମନ ମଣି, ମୁକ୍ତାର ଅନସାରୀ ଆଦି ଡନ୍‌ ସକ୍ରିୟ ରହିଥିବା ଜଣାପଡ଼ିଛି। ଅମନଙ୍କ ବନ୍ଧୁ ତାଲିକାରେ ଅଖିଳେଶ ଯାଦବ, ଆଇପିଏସ୍‌ ଅଫିସର ଅତୁଲ ଶର୍ମା, ଆଇଏଏସ୍‌ ଅଫିସର ସଞ୍ଜୟ ପ୍ରସାଦ ଅରାଦି ରହିଛନ୍ତି। ଅନସାରୀଙ୍କ ବନ୍ଧୁ ତାଲିକାରେ ଭାଜପା ବିଧାୟକ କ୍ରିଷ୍ଣାନନ୍ଦ ରାୟ ରହିଛନ୍ତି। ସେହିପରି ଡନ୍‌ ବ୍ରିଜେଶ୍‌ ସିଂଙ୍କ ଫେସ୍‌ବୁକ୍‌ ବନ୍ଧୁ ତାଲିକାରେ ବହୁ ଏମ୍‌ପି ଏବଂ ବିଧାୟକଙ୍କ ନାମ ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri