Posted inଜାତୀୟ

ମୁହଁ ଖୋଲନ୍ତୁ ମୋଦି

ହାଇଦ୍ରାବାଦ,୨ା୩(ଆଇଏଏନ୍‌ଏସ୍‌): ଦିଲ୍ଲୀ ହିଂସା ଏକ ପ୍ରାୟୋଜିତ ଗଣହତ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରବତା ଭଙ୍ଗ କରନ୍ତୁ। ସେ ନିଜ ସାମ୍ବିଧାନିକ ଦାୟିତ୍ୱ ତୁଲାଇ ଦୋଷୀଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରାନ୍ତୁ ବୋଲି ରବିବାର ଅଲ୍‌ ଇଣ୍ଡିଆ ମଜ୍‌ଲିସ-ଇ-ଇତ୍ତେହାଦୁଲ ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌) ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ଆହ୍ବାନ ଦେଇଛନ୍ତି। ହଇଦ୍ରାବାଦରେ ଏଆଇଏମ୍‌ଆଇଏମ୍‌ର ୬୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ସଭାକୁ ସମ୍ବୋଧିତ କରି ସ୍ଥାନୀୟ ଏମ୍‌ପି ଓଓ୍ବାଇସି କହିଛନ୍ତି, ମୁସଲମାନମାନଙ୍କ ବିରୋଧରେ ଏକ ‘ଘୃଣାର ଝଡ଼’ ସୃଷ୍ଟି କରାଯାଇଛି। ଏହା ଦେଶ ପାଇଁ ଶୁଭଙ୍କର ନୁହେଁ। ଦିଲ୍ଲୀରେ ଘଟିଥିବା ହିଂସା ନିୟୋଜିତ ଆକ୍ରମଣ। ଏହାର ଉତ୍ତରଦାୟିତ୍ୱ କେନ୍ଦ୍ରର ଭାଜପା ସରକାରଙ୍କର। ତେବେ ଅନ୍ୟ ସମୁଦାୟର ଲୋକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦ ଭିତରକୁ ଠେଲି ଦେଇଥିବା ଲୋକେ ଅନ୍ଧକାରରେ ଆଶାର କିରଣ ବୋଲି ସେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୨୦୦୨ ଗୁଜରାଟ ଗଣହତ୍ୟାରୁ ଶିକ୍ଷାଲାଭ କରିବେ ବୋଲି ସେ ମନେକରୁଥିଲେ। ହେଲେ ସେପରି କିଛି ଦେଖିବାକୁ ମିଳିଲାନାହିଁ। ବିଗତ ସାଢ଼େ ୫ ବର୍ଷରେ ମୁସଲିମ୍‌ ସମ୍ପ୍ରଦାୟ ବିରୋଧରେ ଦେଶରେ ଘୃଣା ବିସ୍ତାର ଲାଭ କରିଛି। ହିଂସାରେ ପ୍ରାଣ ହରାଇଥିବା ଉଭୟ ସମ୍ପ୍ରଦାୟର ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୁହଁ ଖୋଲିବା ଉଚିତ ବୋଲି ଓଓ୍ବାଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନଜୀବୀଙ୍କ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର ସଫଳ: ମୁଣ୍ଡରୁ ବାହାରିଲା ୩ ଶହ ଗ୍ରାମର ଓଜନର…ଡାକ୍ତର ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ର ଜଣାଶୁଣା ଆଇନଜୀବୀ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିବାରୁ…

କିଏ ହେବ ଆଶା ଭୋସଲେଙ୍କ ସମ୍ପତ୍ତିର ଉତ୍ତରଧିକାରୀ? ୟାଙ୍କୁ ମିଳିବ କୋଟି କୋଟି ଟଙ୍କାର ସମ୍ପତ୍ତି…

ମୁମ୍ୱାଇ: ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ଆମ ମଧ୍ୟରେ ନାହାନ୍ତି। ଆଠ ଦଶନ୍ଧି ଧରି ହିନ୍ଦୀ ସିନେମାକୁ ତାଙ୍କର ସୁମଧୁର କଣ୍ଠସୱରରେ ସୁନ୍ଦର କରିଥିବା…

ଯୁଦ୍ଧରେ ଇରାନ ବିପର୍ଯ୍ୟସ୍ତ: ଏହି ୫ ଉପସାଗରୀୟ ଦେଶଠାରୁ ଦାବି କଲା କ୍ଷତିପୂରଣ

ତେହରାନ୍‌,୧୫।୪: ପାଞ୍ଚଟି ଉପସାଗରୀୟ ଦେଶ ବିରୁଦ୍ଧରେ  ଇରାନ ଗମ୍ଭୀର ଅଭିଯୋଗ ଆଣିଛି। ଇରାନ ଦାବି କରିଛି ଯେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଫେବୃଆରୀ ୨୮ରେ ହୋଇଥିବା…

ମୋଦିଙ୍କ ସହ କଥା ହେବା ପରେ ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ଆମେରିକା, ବିଶ୍ୱରେ ଚହଳ!

ଓ଼୍ବାଶିଂଟନ,୧୫।୪: ଆମେରିକା ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି ପାକିସ୍ତାନୀ ଜାହାଜକୁ ଫେରାଇ ଦେଇଛି। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ ବିପର୍ଯ୍ୟୟ ଭାବରେ…

ଏକର ପ୍ରତି ଏତେ କୋଟି ଟଙ୍କା ଦାବି କଲେ ଗ୍ରାମବାସୀ, ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ…

ପାଟଣା,୧୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ସକାଳ ୯ଟାରେ ଚେମଣା ପଞ୍ଚାୟତ ବଳିଆ ପଶି…

ରାଘବ ଚଢାଙ୍କୁ ପୁଣି ଆଉ ଏକ ଝଟ୍‌କା, ପଞ୍ଜାବ ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୪: ଆମ ଆଦମୀ ପାର୍ଟି ନେତା ଏବଂ ରାଜ୍ୟ ସଭାର ଉପନେତା ଅଶୋକ ମିତ୍ତଲଙ୍କ ଘର ଏବଂ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଚଢାଉ ମଧ୍ୟରେ, ପଞ୍ଜାବ…

ଡିଜେ ବଜେଇ ପ୍ରସେଶନ କରିବାରୁ ୨ ସାହି ମଧ୍ୟରେ ମାରପିଟ: ୧୫ ରୁ ଊର୍ଦ୍ଧ୍ୱ ଆହତ

ଆନନ୍ଦପୁର,୧୫।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ କଣ୍ଟାଫୋଡା…

ପବନ ଖେରାଙ୍କୁ ବଡ଼ ଝଟ୍‌କା: ଆଗୁଆ ଜାମିନ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: କଂଗ୍ରେସ ନେତା ପବନ ଖେରାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ତେଲଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ପ୍ରଦାନ ଆଦେଶ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri