ମୁରତୁ ସଂଗେ ଯୁଝୁଛନ୍‌ ଅସାହା ବୁରୁଧ୍‌

କର୍ଲାମୁଣ୍ଡା, ୨ା ୮(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଁଚେତ୍‌ ଭାଲୁପିଆ ଗାଁର ଝନେ ୭୦ ବଛ୍‌ରିଆ ବୁରୁଧ୍‌ ରୋଗ୍‌ରେ ପୀଡ଼ିତ ହେଇ ମୁରତୁ ସଂଗେ ଯୁଝୁଛନ୍‌। ଏନ୍‌ତାଥି ଗାଁବାସୀ ବୁରୁଧ୍‌କଁର ଚିକିତ୍ସା ସାହାଯ୍‌ ଲାଗି ଥାନୀୟ ବ୍ଲକ ପରଶାସନକେ ନିବେଦନ କରିଛନ୍‌।
ସୂଚନା ଅନ୍‌ସାରେ ଭାଲୁପିଆ ଗାଁର ଅସାହା ବୁରୁଧ୍‌ ଟଙ୍କଧର ପୁଟେଲ(୭୦)। ସେ ଅନେକ ଦିନୁ ଭିନେ ଭିନେ ରୋଗ୍‌ରେ ପୀଡ଼ିତ ଅଛନ୍‌। ଦେଖ୍‌ଭାଲ କରବାର ଲାଗି ପାସେ କେହି ନାଇଁ। ଏନ୍‌ତାଥି ସେ ଅସାହା ହେଇ ମୁରତୁ ସଂଗେ ଯୁଝୁଛନ୍‌। ବୁରୁଧ୍‌କଁର ଇ ଅବସ୍‌ତା ଦେଖି ଭାଲୁପିଆ ଗଁାର ସୁନାମୁଖି ଗ୍ରାମ ବିକାଶ କମିଟିର ସଭିଅମାନେ ସାହାଯ୍‌ କରବାର ଲାଗି ଅଁଟା ଭିଡ଼ିଥିଲେ। ସେମାନେ ବୁଧୁବାର କର୍ଲାମୁଣ୍ଡା ବ୍ଲକ ପରଶାସନକେ ଭେଟି ବୁରୁଧ୍‌କୁଁ ସରକାରୀ ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ଲିଖିତ ଅନୁରୋଧ କରିଛନ୍‌। ଗଁାରେ ଏକ୍‌ଲା ରହୁଥିବାର ଇ ବୁରୁଧ୍‌କଁର ବହୁତ୍‌ ଦିନୁ ଗୁଟେ ଗୋଡ଼ ଫୁଲିଯାଇଥିଲାବେଲେ ସେ ହାର୍ଣ୍ଣିଆ ରୋଗ୍‌ରେ ପୀଡ଼ିତ ଥିବାର ଜନାଯାଇଛେ। ଗଁାର ବିକାଶ କମିଟିର ସଦସିଅମାନେ ଗଁାରୁ ଚଁାଦାଭେଦା କରି ବୁରୁଧ୍‌କୁଁ ଅନେକ ଥର ଡାକ୍‌ତରଖାନା ନେଇ ଚିକିସତ୍ା କରେଇଛନ୍‌। ହେଲେ ରୋଗ୍‌ ଛାଡ଼ବାର ଜାଗାରେ ଦିନୁଦିନ୍‌କେ ବଢ଼ତେଲ ଯାଉଥିବାର କମିଟିର ସଭିଅ ଧନୁ କାଲସାଏ କହିଛନ୍‌। ବୁଧୁବାର ଗଁାର ଓ୍ବାର୍ଡ ମେମର ଉପେନ୍ଦ୍ର ବୁଡ଼େକ, ଗ୍ରାମ ବିକାଶ କମିଟିର ସଭିଅ ତ୍ରିଲୋଚନ ପଧାନ, ସତ୍ୟସାଇ ପଧାନ, ଧନୁ କାଲସାଏ ପରମୁଖ ବୁରୁଧ୍‌କୁଁ ପହେଲା କର୍ଲାମୁଣ୍ଡା ଡାକ୍‌ତରଖାନାରେ ଚିକିସତ୍ା କରେଇଥିଲେ। ପଛେ ସରକାରୀ ସାହାଯ୍‌ ଲାଗି ବିଡିଓକଁର ଅନୁପସ୍ଥିତିରେ ହେଡକ୍ଲର୍କ ମନପତ ଜାନୀକୁଁ ଭେଟି ଗୁଟେ ଅନୁରୋଧ ପତର ଦେଇଥିଲେ। ଇତାର ସଂଗେ ବୁରୁଧ୍‌କଁର ଚିକିସତ୍ା ସାହାଯ୍‌ ଲାଗି ବ୍ଲକ ପରଶାସନ ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଥିଲେ। ଇ ବାବ୍‌ଦେ ହେଡକ୍ଲର୍କକୁଁ ପଚରାଲାରୁ ବିଡିଓ ଆଏଲା ଉତାରୁ ଇ ବିଷେରେ ଆଲୋଚନା କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ଉନ୍ନତି, ଶୃଙ୍ଖଳା ଉପରେ ଗୁରୁତ୍ୱ

କର୍ଲାମୁଣ୍ଡା,୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ସରସ୍ବତୀ ଶିଶୁମନ୍ଦିର ପରିସରରେ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମାର୍କଣ୍ଡ ପାଢ଼ୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri