ମୁଣ୍ଡ ନ ଥିବା କୁଟୁରା ଉଦ୍ଧାର

ଯୋଡ଼ା,୧୭ା୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ଫରେଷ୍ଟ ଅନ୍ତର୍ଗତ କୁଦୁରସାହି ନିକଟସ୍ଥ ବୈତରଣୀ (ଏ) ରିଜର୍ଭ ଜଙ୍ଗଲରୁ ବନବିଭାଗ ଗୁରୁବାର ପୂର୍ବାହ୍ନରେ ବନ ବିଭାଗ ଏକ ମୁଣ୍ଡବିହୀନ ମୃତ କୁଟୁରା ଉଦ୍ଧାର କରିଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ଏହି ୩ ବର୍ଷୀୟା କୁଟୁରାଟି ଗାଁ ମୁହାଁ ହୋଇଥିବା ବେଳେ କେହି ଦୁର୍ବୁତ୍ତ ତାକୁ ମାରି ପକାଇ ଦେଇଥିଲା। ଖବର ପାଇ ଯୋଡା ବନପାଳ ପିଅନ ନାଏକ ଘଟଣାସ୍ଥଳରେ ପହଞ୍ଚି ମୁଣ୍ଡବିହୀନ ମୃତ କୁଟୁରାଟିକୁ ଉଦ୍ଧାର କରିଥିଲେ। ଏଥି ସହିତ ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ଏକ ଛୁରୀ, ପନିକି, କଡେଇ ଜବତ କରିଛନ୍ତି। ପ୍ରାଣୀ ଚିକିତ୍ସକ ମାଧବ ଚୌଧୁରୀ କୁଟୁରାଟିର ବ୍ୟବଚ୍ଛେଦ କରିଛନ୍ତି। ଏହି କୁଟୁରଟିକୁ କିଏ ମାରିଛି ତାହାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ

ରାଜନଗର, ୧ା୮(ଭାସ୍କର ରାଉତରାୟ):ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri