ମୁଢ଼ି କରିଛି ସ୍ବାବଲମ୍ବୀ

ବାରିପଦା ଅଫିସ,୩ା୩(ରଞ୍ଜନ କୁମାର ପ୍ରଧାନ)- ବାରିପଦା ମୁଢ଼ି ମାଂସର ସ୍ବତନ୍ତ୍ରତା ରହିଛି। ଏହି ମୁଢ଼ିକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଉଦ୍ୟମ ଚଳାଇଛନ୍ତି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ତମ୍ବାଖୁରୀ ଗ୍ରାମର ରଶ୍ମି ମହାନ୍ତି। ନିଜର ଉନ୍ନୟନ ନାମକ ସ୍ବେଚ୍ଛାସେବୀ ସଂଗଠନ ସହାୟତାରେ ମୟୂରଭଞ୍ଜ ମହିଳା ଆସୋସିଏଶନ ନାମକ ସଂଘ ଗଠନ କରି ଏଥିରେ ୧୩୦ ମହିଳାମାନଙ୍କୁ ସାମିଲ କରି ସେମାନଙ୍କୁ କରାଇ ପାରିଛନ୍ତି ଆର୍ଥିକ ସ୍ବାବଲମ୍ବୀ। ଉକ୍ତ ମହିଳାମାନେ ନିଜେ ଘରେ ହାଣ୍ଡିରେ ମୁଢ଼ି ଭାଜି ଏହାକୁ ଜିଲା ଓ ଜିଲା ବାହାରକୁ ବିକ୍ରି ପାଇଁ ପଠାଉଛନ୍ତି। ବାରିପଦା ମୁଢ଼ି ବ୍ରାଣ୍ଡରେ ନାମିତ ଏହି ମୁଢ଼ିର ବର୍ତ୍ତମାନ ଚାହିଦା ବଢିବାରେ ଲାଗିଛି। ଏହା କେବଳ ଯେ ଜିଲାରେ ସୀମିତ ରହିଛି ତାହା ନୁହେଁ ଏହି ମୁଢ଼ି ପ୍ୟାକେଟକୁ ମୁମ୍ବାଇକୁ ମଧ୍ୟ ଡାକ ଯୋଗେ ପଠାଯାଉଛି।
ଉଲ୍ଲେଖଯୋଗ୍ୟ, ରାସଗୋବିନ୍ଦପୁର ବ୍ଲକ ଗଡ଼ିଘାଟି ପଞ୍ଚାୟତର ତମ୍ବାଖୁରୀ, ବନ୍ଧମୁଣ୍ଡି, ଅସ୍ତଗଡ଼ିଆ, ମାଲକଡ଼ିଆ, ଗଡ଼ିଘାଟି, ବହ୍ମପୁରା ଆଦି ଗ୍ରାମରେ ବସବାସ କରୁଥିବା କୈବର୍ତ୍ତ୍ୟ ସମ୍ପ୍ରଦାୟର ଲୋକମାନେ ଗ୍ରାମ ଦେଇ ସୁବର୍ଣ୍ଣରେଖା ନଦୀ ଯାଉଥିବାରୁ ମାଛ ଓ ଚାଷବାସ କରି ଜୀବନ ଜୀବିକା ନିର୍ବାହ କରୁଥିଲେ। ହେଲେ କିଛି ବର୍ଷ ତଳେ ନଦୀରେ ପାଣି ନ ଆସିବା ଓ କେତେକ ଲୋକଙ୍କ ଜମି ନ ଥିବାରୁ ସେମାନେ ଜୀବନ ଜୀବିକା ନିର୍ବାହ କରିବା ପାଇଁ ଚିନ୍ତାରେ ପଡ଼ି ଯାଇଥିଲେ। ଏହି ସମୟରେ ଗ୍ରାମକୁ ଯାଇଥିବା ରଶ୍ମି ଏ ନେଇ ଏକ ଉପାୟ ବାହାର କରିଥିଲେ। ବାରିପଦା ମୁଢ଼ିକୁ ମାଧ୍ୟମ କରି ମହିଳାମାନଙ୍କୁ ଆର୍ଥିକ ସ୍ବଚ୍ଛଳ କରାଇବା ନେଇ ସେ ପ୍ରୟାସ ଆରମ୍ଭ କରି ଦେଇଥିଲେ। ୨୦୦୨ରେ ମାତ୍ର ୧୪ ମହିଳାଙ୍କୁ ନେଇ ମୟୂରଭଞ୍ଜ ମହିଳା ଆସୋସିଏଶନ ଗଠନ କରିଥିଲେ। ଘରେ ହାଣ୍ଡି ଭଜା ମୁଢ଼ି ପ୍ରସ୍ତୁତ ପରେ ଏହାକୁ ପ୍ୟାକିଂକରି ବିକ୍ରି କରିଥିଲେ। ବର୍ତ୍ତମାନ ଏହି ସଂଘରେ ୨୧ଟି ଗ୍ରୁପ ସାମିଲ ହୋଇଥିବାବେଳେ ୧୩୦ ସଦସ୍ୟା ରହିଛନ୍ତି। ପ୍ରତି ମାସରେ ୫୦ରୁ ୬୦ କୁଇଣ୍ଟାଲ ମୁଢ଼ି ବିକ୍ରି କରାଯାଉଛି। ପ୍ରତିଦିନ ମହିଳାମାନେ ନିଜ ଘରୁ ହାଣ୍ଡିରେ ମୁଢ଼ି ଭାଜି ଆଣି ସଂଘ କାର୍ଯ୍ୟାଳୟରେ ଦିଅନ୍ତି। ପରେ ସେଠାରେ ଉକ୍ତ ସଂଘର ୯ ଜଣ ମହିଳା ଏହାକୁ ପ୍ୟାକିଂ କରନ୍ତି। ପ୍ରତି ପ୍ୟାକେଟରେ ୨୫୦ ଓ ୫୦୦ ଗ୍ରାମ୍‌ର ମୁଢ଼ି ରହୁଥିବାବେଳେ ଏହା ଯଥାକ୍ରମେ ୨୫ ଓ ୫୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ବିଭିନ୍ନ ସ୍ଥାନରେ ଏହାର ମୂଲ୍ୟ ପରିବର୍ତ୍ତିତ ରହୁଛି। ବିନା ୟୁରିଆ, ସୋଢ଼ା ବ୍ୟବହାର କରି ଏହି ମୁଢି ହାଣ୍ଡିରେ ଭଜା ଯାଉଛି। ବାରିପଦାର ଗରମ ମୁଢ଼ି , ଖାଇବାକୁ ଭାରି ମଜା ଟ୍ୟାଗ୍‌ ଲାଇନ୍‌ ଦେଇ ଏହି ମୁଢ଼ି ବିକ୍ରି କରାଯାଉଛି। ଏନେଇ ରଶ୍ମି କୁହନ୍ତି ଯେ, ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଖାଦ୍ୟପଦାର୍ଥରେ ଅପମିଶ୍ରଣ ହେଉଥିବା ବେଳେ ଆମେ ଲୋକମାନଙ୍କୁ ହାଣ୍ଡିରେ ପ୍ରସ୍ତୁତ ଦେଶୀ ଭଜା ମୁଢ଼ି ଦେଉଛୁ। ଘରେ ତିଆରି କରାଯାଉ ଥିବାରୁ ଏହି ମୁଢ଼ିର ଚାହିଦା ରହିଛି। ସେହିଭଳି ବର୍ତ୍ତମାନ ଚାହିଦା ବଢ଼ି ଯାଇଥିବାରୁ ଆଗାମୀ ଦିନରେ ମୁଢ଼ିର ଗୁଣବତ୍ତାରେ କୌଣସି ସାଲିସ ନ କରି ଗ୍ରାହକମାନଙ୍କୁ କିପରି ଦେଶୀ ମୁଢ଼ି ଯୋଗାଇ ଦିଆଯିବ ସେଥିପ୍ରତି ଯତ୍ନବାନ ରହିଛୁ। ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ବାରିପଦା ମୁଢ଼ି ବିକ୍ରି କରାଯିବା ନେଇ ଲକ୍ଷ୍ୟ ରହିଥିବା ସେ ପ୍ରକାଶ କରିଛନ୍ତିି। ସଂଘର ମହିଳାମାନେ ଯେ, କେବଳ ମୁଢ଼ି ବ୍ୟବସାୟ କରୁଛନ୍ତି ତାହା ନୁହେଁ ଆମ୍ବୁଲ, ତେନ୍ତୁଳି, ସୋରିଷ ଆଦି ଦେଶୀ ଜିନିଷକୁ ପ୍ୟାକିଂ କରି ବିକ୍ରି ମଧ୍ୟ କରୁଛନ୍ତି। ବିଭିନ୍ନ ମହୋତ୍ସବରେ ଷ୍ଟଲ ଖୋଲି ଏମାନେ ବାରିପଦା ମୁଢ଼ି ସହିତ ମାଂସ ମଧ୍ୟ ବିକ୍ରି କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ୨୦୦୫ରେ ମୁଖ୍ୟମନ୍ତ୍ରୀ ଏହି ଗ୍ରାମକୁ ଆସି ବାରିପଦା ମୁଢ଼ି କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ମୁଢି ବ୍ୟବସାୟରୁ ବର୍ଷକୁ କୋଟିଏରୁ ଊର୍ଦ୍ଧ୍ୱ ରୋଜଗାର ହେଉଥିବା ମୟୂରଭଞ୍ଜ ମହିଳା ଆସୋସିଏଶନର ସଭାପତି ଇତିଶ୍ରୀ କବି ଓ ସମ୍ପାଦିକା କବିତା ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri