ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତାର ସୁଅ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଜନପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି(ସିଏମ୍‌ଆରଏଫ୍‌)କୁ ସହାୟତା କରିବା ଲାଗି ଅନୁରୋଧ କରିଥିଲେ। ସ୍ବୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ୩ ମାସର ଦରମା କରୋନା ମୁକାବିଲା ପାଇଁ ଦାନ କରିଥିଲେ। ଏହା ପରେ ସିଏମ୍‌ଆର୍‌ଏଫ୍‌କୁ ବିଭିନ୍ନ ବ୍ୟକ୍ତିବିଶେଷ, ଜନ ପ୍ରତିନିଧି ଏବଂ ମନ୍ତ୍ରୀ ୩ ମାସର ଦରମା(୨ ଲକ୍ଷ ୯୪ ହଜାର ଟଙ୍କା) ପ୍ରଦାନ କରିଛନ୍ତି। ଏହି ଧାରା ଏବେ ବି ବଳବତ୍ତର ରହିଛି।
କ୍ୟାବିନେଟ୍‌ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ରଘୁନନ୍ଦନ ଦାସ, ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ସୁଶାନ୍ତ ରାଉତ, କୁସୁମ ଟେଟେ, ଶଶିଭୂଷଣ ବେହେରା, ଧ୍ରୁବ ସାହୁ, ଅମର ଶତପଥୀ, ସୁଧୀର ସାମଲ, ପ୍ରଶାନ୍ତ ମୁଦୁଲି, ପ୍ରଶାନ୍ତ ଜଗଦ୍ଦେବ, ସଞ୍ଜୀବ ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ଭାଗିରଥି ସେଠୀ, ଅତନୁ ସବ୍ୟସାଚୀ ନାୟକ, ସାବିତ୍ରୀ ଅଗ୍ରୱାଲ, ବିଧାୟିକା ପ୍ରମିଳା ମଲ୍ଲିକ ଓ ଲତିକା ପ୍ରଧାନ ପ୍ରମୁଖ ନିଜ ଦରମା ଟଙ୍କା ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ପ୍ରାୟ ସମସ୍ତ ରାଜନେତା ମୁଖ୍ୟମନ୍ତ୍ରୀଙ୍କ ପରି ନିଜର ୩ ମାସର ଦରମା ପ୍ରଦାନ କରିଥିବା ଜଣାପଡ଼ିଛି। ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ଦେବୀ ପ୍ରସାଦ ତ୍ରିପାଠୀ ମାସକର ଦରମା ଦାନ କରିଛନ୍ତି। ମନ୍ତ୍ରୀ ପ୍ରତାପ ଜେନା ବିଧାୟକ ପାଣ୍ଠିରୁ କରୋନା ମୁକାବିଲା ପାଇଁ ଅର୍ଥ ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ(ଓଏସ୍‌ଆଇସି) ଚଳିତ ବର୍ଷ ନିଜର ପ୍ରତିଷ୍ଠା ଦିବସ ପାଳନ କରିବ ନାହିଁ। ଓଏସ୍‌ଆଇସି ଅଧ୍ୟକ୍ଷ ଚିନ୍ମୟ ସାହୁ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ନିଗମ ପକ୍ଷରୁ କରୋନା ମୁକାବିଲା ପାଇଁ ୩ ଲକ୍ଷ ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛିି। ଶିଳ୍ପପତି ତାରା ପଟ୍ଟନାୟକ ମଧ୍ୟ କୋଟିଏ ଟଙ୍କାର ସହାୟତା ଦେଇଛନ୍ତି। ଏଥି ସହିତ ତାରା ଅନ୍ୟ ଶିଳ୍ପ ସଂସ୍ଥାକୁ ସହାୟତା ପାଇଁ ଅନୁରୋଧ କରିଛନ୍ତି। ନବରଙ୍ଗପୁର ଜିଲା ପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଏକାଧିକ ପୂର୍ବତନ କର୍ପୋରେଟର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ଅନୁରୂପଭାବେ ନିଖିଳ ଉତ୍କଳ ଅନୁଦାନପ୍ରାପ୍ତ(୪୮୮ ବର୍ଗ) ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ମଧ୍ୟ କରୋନା ମୁକାବିଲା ପାଇଁ ସହାୟତା ରାଶି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri