ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୨ ପ୍ରକଳ୍ପ ଉଦ୍‌ଘାଟିତ: ‘ପୁଞ୍ଜିନିବେଶରେ ଶୀର୍ଷ ୩ କ୍ଷେତ୍ରରେ ସ୍ଥାନ ପାଇବ ଓଡ଼ିଶା’

ଭୁବନେଶ୍ୱର, ୮ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୨୨ ନୂତନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସଚିବାଳୟରୁ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ୧୦ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିବା ବେଳେ ୧୨ଟିର ଗ୍ରାଉଣ୍ଡ ବ୍ରେକିଙ୍ଗ ହୋଇଛି। ପ୍ରକଳ୍ପ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ସମଗ୍ର ଦେଶରେ ପୁଞ୍ଜିନିବେଶ କ୍ଷେତ୍ରରେ ଶୀର୍ଷ ତିନି ସ୍ଥାନରେ ରହିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ହାସଲ କରିବାକୁ ହେଲେ ୫‘ଟି ’ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏହା ହେଉଛି ଦଳଗତ ପ୍ରଦର୍ଶନ (ଟିମ୍‌ ଓ୍ବାର୍କ), ବୈଷୟିକ ବିଦ୍ୟା (ଟେକ୍ନୋଲୋଜି), ସ୍ବଚ୍ଛତା (ଟ୍ରାନ୍ସପରେନ୍ସି), ପରିବର୍ଦ୍ଧନ (ଟ୍ରାନ୍ସଫରମେଶନ) ଏବଂ ସମୟାନୁବର୍ତ୍ତୀ (ଟାଇମ୍‌ ମ୍ୟାନର)ରେ କରାଯିବ। ଏହି ପ୍ରକଳ୍ପଗୁଡିକ ଦ୍ୱାରା ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ହୋଇପାରିବ। ଭବିଷ୍ୟତରେ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହେବ।
୨୨ ପ୍ରକଳ୍ପରେ ସର୍ବମୋଟ ୪୪୬୧.୪୨ କୋଟି ଟଙ୍କା ବିନିଯୋଗ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପୁଞ୍ଜିନିବେଶ ଦ୍ୱାରା ସିଧାସଳଖ ୯୪୫୧ ନିଯୁକ୍ତି ସୃଷ୍ଟି ହେବ। ସେହିପରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତ ୨୦ ମାସ ମଧ୍ୟରେ ରାଜ୍ୟ ସରକାର ୧୨୦ ଶିଳ୍ପ ୟୁନିଟ୍‌ର ଗ୍ରାଉଣ୍ଡ ବ୍ରେକିଙ୍ଗ ଏବଂ ଉଦ୍‌ଘାଟନ କରିଛନ୍ତି। ଏହାଦ୍ୱାରା ୯୨,୬୮୬ କୋଟି ଟଙ୍କା ବିନିଯୋଗ ହେବାସହ ୧.୨ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯାଉଥିବା କମ୍ପାନୀଗୁଡିକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଆବଶ୍ୟକ ସମସ୍ତ ପ୍ରଶାସନିକ ସହଯୋଗ ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଇଛି, ରେଙ୍ଗାଲି ସ୍ଥିତ ୦.୭୭ଏମ୍‌ଟିପିଏ ଷ୍ଟିଲ ମେକିଙ୍ଗ, ଯାଜପୁର ସ୍ଥିତ କଳିଙ୍ଗ ନଗରରେ ସିମେଣ୍ଟ ଗ୍ରାଇଣ୍ଡିଂ ଏବଂ ଟ୍ୟୁବ୍ସ ଆଣ୍ଡ ପାଇପ୍‌ ଶିଳ୍ପ, କଟକ ସ୍ଥିତ ଆଠଗଡରେ ୦.୨ଏମ୍‌ଟି ଆଲଏ ଷ୍ଟିଲ ରୋଲିଂ ମିଲ୍‌, ଘଣ୍ଟିଖାଲରେ ସିମେଣ୍ଟ ଗ୍ରାଇଣ୍ଡିଂ ପ୍ରକଳ୍ପ ଓଆରତି ଷ୍ଟିଲ୍‌ର ସମ୍ପ୍ରସାରଣ, ସମ୍ବଲପୁର ସ୍ଥିତ ଲପଙ୍ଗାରେ ସୋଲାର ପାଓ୍ବାର, ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ପିଇଟି ପ୍ରି ଫର୍ମ ଫର୍‌ ଫୁଡ୍‌ ଆଣ୍ଡ ବେଭରେଜ ଇଣ୍ଡଷ୍ଟ୍ରି, ବୌଦ୍ଧ ସ୍ଥିତ ତିତେରିକତା ଠାରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ, କଟକ ସ୍ଥିତ ରାମଦାସପୁରରେ ମସଲା, ପାସ୍ତା, ନୁଡୁଲ୍‌ସ ପରି ଦ୍ରବ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ଲାଷ୍ଟିକ ପିଭିସି ଓ ଏଚ୍‌ଡିପି ପାଇପ୍‌ ଫିଟିଙ୍ଗ ପ୍ରକଳ୍ପ। ସେହିପରି ଗ୍ରାଉଣ୍ଡ ବ୍ରେକିଙ୍ଗ ହୋଇଥିବା ପ୍ରମୁଖ ପ୍ରକଳ୍ପଗୁଡିକ ହେଉଛି, କେନ୍ଦୁଝର ସ୍ଥିତ କରାକୋହ୍ଲାରେ ଇସ୍ପାତ ଶିଳ୍ପର ବୃଦ୍ଧୀକରଣ, ସୁନ୍ଦରଗଡ଼ରେ ସ୍ପଞ୍ଜ ଆଇରନ ପ୍ଲାଣ୍ଟ, ସାତପଡାରେ ଗଲ୍ଫ ରିସୋଟର୍‌ସ, ରାୟଗଡା ଟିକିରିରେ ମାନୁଫାକ୍ଚରିଂ, କଟକ ରାମଦାସପୁରରେ ପ୍ଲାଷ୍ଟିକ ପାଇପ ଆଣ୍ଡ ଫିଟିଙ୍ଗ, ଲଜିଷ୍ଟିକ, ଡାଲି ପ୍ରକ୍ରିୟାକରଣ ଇତ୍ୟାଦି ପ୍ରକଳ୍ପ।
ସେହିପରି ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ-୨୦୧୮ ସମ୍ପର୍କିତ ଏକ କଫିଟେବଲ ପୁସ୍ତକ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ଏବଂ ଇଡ୍‌କୋ ସିଏମ୍‌ଡି ସଞ୍ଜୟ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri