‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ: ମିନତି ବେହେରା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରରେ ନାରୀଙ୍କୁ ଅସମ୍ମାନ କରାଯାଇଛି। ଏ ନେଇ ନବନିଯୁକ୍ତ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ପୋଷ୍ଟରରେ ନାରୀଙ୍କୁ ଅସମ୍ମାନ ନେଇ ତୀବ୍ର ନିନ୍ଦାକରିବା ସହ ଏଥିପ୍ରତି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଫିଲ୍ମର ପୋଷ୍ଟରରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ୭ଜଣ ଯୁବତୀ ଘୋଡ଼ା ଭଳି ଆଣ୍ଠେଇଥିବାବେଳେ ପପୁ ରଥର ସାରଥି ଭଳି ଗୋଟିଏ ହାତରେ ଲଗାମ ଓ ଅନ୍ୟ ହାତରେ ଚକ୍ରଧରି ପୋଜ ଦେଇଛନ୍ତି। ଏଭଳି ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ମୁଣ୍ଡ ଟେକିଛି।