ମିଶିଲା କାଳିଆ-ପିଏମ୍‌ କିଷାନ ଯୋଜନା

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ରାଜ୍ୟ ସରକାର କାଳିଆ ଯୋଜନାରେ ଲୋକମାନଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିସାରିଥିବା ବେଳେ ଏବେ ଦ୍ୱିତୀୟ କିସ୍ତି ପ୍ରଦାନ କରୁଛନ୍ତି। ତେବେ କାଳିଆ ଯୋଜନା ଆରମ୍ଭ ହେବା ପରେ କେନ୍ଦ୍ର ସରକାର ପିଏମ୍‌ କିଷାନ ଯୋଜନା ଚାଷୀଙ୍କ ପାଇଁ ଆରମ୍ଭ କରିଥିଲେ। ଏହି ଯୋଜନାରେ କେନ୍ଦ୍ର ସରକାର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ। ମାତ୍ର କେନ୍ଦ୍ରର ପିଏମ୍‌ କିଷାନ ଯୋଜନାକୁ ଓଡ଼ିଶା ସରକାର ଗ୍ରହଣ କରି ନ ଥିଲେ। ଏଥିସହିତ ଚାଷୀଙ୍କ ତାଲିକା ମଧ୍ୟ ପ୍ରଦାନ କଲେନାହିଁ। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସବୁବେଳେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳୁଥିଲା। ହେଲେ କାଳିଆ ଏବଂ ପିଏମ୍‌ କିଷାନ ଯୋଜନାକୁ ମିଶାଇଦେବା ପାଇଁ ଗତ ବିଧାନସଭା ଚାଲିଥିବା ସମୟରେ ବସିଥିବା କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ଜଣାପଡ଼ିଛି। ଏ କଥାକୁ ଖୋଦ୍‌ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ମଧ୍ୟ ସ୍ବୀକାର କରି କହିଛନ୍ତି, କାଳିଆ ଏବଂ ପିଏମ୍‌ କିଷାନର ମିଶ୍ରଣ ହେବ। କାଳିଆ ଚାଲିବ। ବହୁତ ଲୋକଙ୍କୁ କାଳିଆର ଦ୍ୱିତୀୟ କିସ୍ତି ମିଳିଥିବା ବେଳେ ଏଥର ଅଧିକ ଲୋକଙ୍କୁ ଦିଆଯାଉଛି। ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ କରାଯିବ। ଏନେଇ ନିୟମାବଳୀ ପ୍ରସ୍ତୁତ ଚାଲିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କାଳିଆ ଯୋଜନାରେ ବର୍ଷକୁ ଚାଷୀ ୧୦ହଜାର ଟଙ୍କା ପାଉଥିଲେ। ପିଏମ୍‌ କିଷାନ ଯୋଜନାରେ ୬ ହଜାର ଟଙ୍କା ପାଉଥିଲେ। ମାତ୍ର ଆଗକୁ ଦୁଇଟି ଯୋଜନା ମିଶି କାର୍ଯ୍ୟକାରୀ ହେବା ପରେ ଚାଷୀଙ୍କୁ ୧୬ ନୁହେଁ ବରଂ ୧୦ ହଜାର ଟଙ୍କା ବର୍ଷକୁ ମିଳିବ। କେନ୍ଦ୍ର ୬ ହଜାର ଏବଂ ରାଜ୍ୟ ୪ ହଜାର ଟଙ୍କା ପ୍ରଦାନ କରିବେ। ଏହାଦ୍ୱାରା ରାଜ୍ୟ ରାଜକୋଷ ଉପରେ ଚାପ କମିବ ବୋଲି କୁହାଯାଉଛି। ତେବେ କେତେଗୁଡିଏ ପ୍ରସଙ୍ଗରେ ସମସ୍ୟା ଥିବାରୁ ନିୟମାବଳୀ ପ୍ରସ୍ତୁତିରେ ବିଳମ୍ବ ହେଉଥିବା ଶୁଣିବାକୁ ମିଳୁଛି। ଯଦି ଦୁଇଟି ଯାକ ଯୋଜନା ମିଶିଯାଏ ତେବେ ଯୋଜନାର ନାମ କ’ଣ ରହିବ ଏବଂ କାଳିଆରେ ଭୂମିହୀନ ଏବଂ ଶ୍ରମିକଙ୍କୁ ସାମିଲ କରାଯାଇଛି ମାତ୍ର ପିଏମ୍‌ କିଷାନ ଯୋଜନାରେ ସେମାନଙ୍କୁ ଟଙ୍କା ମିଳିବାର ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ଯେଉଁ ଚାଷୀମାନେ ଦୁଇଟି କିସ୍ତି ପାଇଛନ୍ତି ସେମାନଙ୍କ କ୍ଷେତ୍ରରେ କେମିତି ସବୁ ଚିହ୍ନଟ ହେବ ସେନେଇ ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri