‘ମିଶନ ବିୟୁଟି ସିଟି’ ତ୍ୱରାନ୍ବିତ: ଓଟି ରୋଡ୍‌ରୁ ହଟିଲା ଜବରଦଖଲ

ବାଲେଶ୍ୱର ଅଫିସ, ୯।୮-ବାଲେଶ୍ୱର ସହରରେ ବିଭିନ୍ନ ସ୍ଥାନରେ ଜବରଦଖଲ ଓ ହୋର୍ଡ଼ିଂ ଉଚ୍ଛେଦ ଗତ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରେ ରେମୁଣା ତହସିଲଦାର ସଞ୍ଜୟ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଓଟି ରୋଡ୍‌ର ତାମୁଳିଆ ଫାଟକଠାରୁ ଲକ୍ଷ୍ମୀନାରାୟଣ ମନ୍ଦିର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଛି। ୨ଟି ପକ୍କା ଘର, ୭ଟି ଝୁମ୍ପୁଡ଼ି ଘର ସମେତ ଘରୋଇ ହୋଟେଲ ପରିସରରେ ଥିବା ଜବରଦଖଲ ଉଚ୍ଛେଦ କରାଯାଇଛି। ଏପରିକି ଲକ୍ଷ୍ମୀନାରାୟଣ ମନ୍ଦିର ପାଚେରି ମଧ୍ୟ ଭଙ୍ଗାଯିବାର ଜଣାପଡ଼ିଛି।
ମିଶନ ‘ବିୟୁଟି ସିଟି’କୁ ତ୍ୱରାନ୍ବିତ କରି ସହରକୁ ସରସ ସୁନ୍ଦର ଏବଂ ଟ୍ରାଫିକ୍‌ ଜାମ୍‌ରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଓଟି ରୋଡ୍‌୍‌ରେ ତାମୁଳିଆ ଗେଟ୍‌ଠାରୁ ଆରମ୍ଭ କରି ଆଇଟିଆଇ ଛକ, ପୋଲିସ ଲାଇନ୍‌ ଛକ, ଷ୍ଟେସନ ଛକ, ଫକୀରମୋହନ ଗୋଲେଇ, ସହଦେବଖୁଣ୍ଟା ଏବଂ ରେମୁଣା ଗୋଲେଇ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯିବାର ଯୋଜନା ରହିଥିବାର ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ପ୍ରଶସ୍ତ ରାସ୍ତା ପାଇଁ ୪୫ଟି ଗଛକୁ କଟାଯିବାର ମଧ୍ୟ ଚିହ୍ନଟ କରାଯାଇଛି। ଏହା ଯଥାଶୀଘ୍ର ଆରମ୍ଭ କରାଯିବ। ଜବରଦଖଲ ଉଚ୍ଛେଦ ବେଳେ ସଦର ଥାନା ଆଇଆଇସି ମମତା ସାହୁ, ଟ୍ରାଫିକ୍‌ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ରଣସିଂଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ପରେ ଜୋର୍‌ ଧରିଲା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ୭ ଦିନରେ ନ ଦେଲେ…

ଭୁବନେଶ୍ୱର, ୨୭।୭: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ରାଜରାସ୍ତା ସରଗରମ ହୋଇଥିବାବେଳେ ବର୍ତ୍ତମାନ ରାଜ୍ୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ଜୋର୍‌…

ଶନି ବଳୟର କଣିକା ସଂଗ୍ରହ କରିବ ଏଆଇ ରୋବୋଟିକ୍‌ ସିଷ୍ଟମ୍‌

ୱାଶିଂଟନ,୨୭ା୭: ଶନି ଗ୍ରହର ସୃଷ୍ଟି, ଏହାର ଚାରିପାଖରେ ଥିବା ବିଶାଳ ବଳୟ ଏବଂ ବ୍ରହ୍ମାଣ୍ଡରେ ଗ୍ରହଗୁଡ଼ିକର ବିକାଶ ସମ୍ପର୍କରେ ଲୁଚି ରହିଥିବା ଅନେକ ରହସ୍ୟର ପର୍ଦ୍ଦାଫାଶ କରିବା…

ସୃଷ୍ଟି ହେଲା ଗଭୀର ଅବପାତ: ଏଇଠି ଲ୍ୟାଣ୍ଡଫଲ ସମ୍ଭାବନା, ଭୀଷଣ ବର୍ଷା ନେଇ ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୨୭।୭: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ବାଲେଶ୍ବରରୁ ୧୨୦ କି.ମି. ଦୂରରେ ରହିଛି ଅବପାତ। ଆଜି ଅପରାହ୍ନରେ ବାଲେଶ୍ବର-କ୍ୟାନିଂ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା। ଉତ୍ତର…

ଆଜିଠାରୁ +୩ ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର,୨୭ା୭(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ମହାବିଦ୍ୟାଳୟରେ ସୋମବାରଠାରୁ +୩ ପ୍ରଥମ ବର୍ଷର ନିୟମିତ ପାଠପଢ଼ା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା…

ଶୋଇଥିବାବେଳେ ଘରେ ପଶିଲା ବନ୍ୟାଜଳ, ଗାଁରେ ଉତ୍ତେଜନା

ବଲାଙ୍ଗୀର, ୨୭ା୭(ବୀରେନ୍ଦ୍ର କୁମାର ଝାଙ୍କର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି।…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ୩ ରାଜ୍ୟରେ ବଢିଲା ରାଜନୈତିକ ଆଲୋଚନା; ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୭: NEET ପେପର ଲିକ ନେଇ ବିରୋଧୀଙ୍କ ବିରୋଧ ପରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ପ୍ରହ୍ଲାଦ ଜୋଷୀଙ୍କୁ ଶିକ୍ଷା…

ସୁଶାନ୍ତଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ)- ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ…

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri