ମିଳୁନି ପ୍ରୋତ୍ସାହନ ଓ ସହାୟତା ସଙ୍କଟରେ କୌଳିକ ବୃତ୍ତି

କେନ୍ଦୁଝର, ୨୩ା ୪ (ସ୍ବ.ପ୍ର.)-ଖରା ଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇଁ ଖୋଜା ପଡ଼େ ହାଣ୍ଡି, ମାଠିଆ, କଳସୀ। ସେତେବେଳେ କୁମ୍ଭକାରଙ୍କ କଥା ସମସ୍ତଙ୍କର ମନେ ପଡ଼େ। ଆଧୁନିକ ପ୍ଲାଷ୍ଟିକ, ଷ୍ଟିଲ, ସିଲଭର ବାସନ ଯୁଗରେ ଏହି ବେଉସା ବୁଡିଯିବାକୁ ବସିଥିଲେ ହେଁ ଅନେକ ଅଭାବ ସତ୍ତ୍ୱେ ବି କେତେଜଣ ନିଜର କୌଳିକ ବୃତ୍ତିକୁ ଛାଡି ପାରୁନାହାନ୍ତି। ସେମାନଙ୍କ ସମସ୍ୟା କେହି ବୁଝୁ ନାହାନ୍ତି କିମ୍ବା ସହାୟତା ମିଳୁନାହିଁ ା ଅନେକେ ଅନ୍ୟ କାମ ଧନ୍ଦା କରି ଗୁଜୁରାଣ ମେଣ୍ଟାଉଛନ୍ତି।  ରବିବାର ହେଲେ କେନ୍ଦୁଝର ସହର ରାସ୍ତାକଡରେ ଖରାରେ ହାଣ୍ଡି, କଳସୀ ଆଦି ଧରି ଗ୍ରାହକ ଅପେକ୍ଷାରେ ରହିଥାନ୍ତି। ଜିଲାର ହଳଧରପୁର, ବକ୍ସିବାରିଗାଁ, କରିଆ, ଟିକରପଡା, ଜାମୁନାଳିଆ, ଗୋପାଳପୁର, ପଣ୍ଡାପଡା ଆଦି ଅଞ୍ଚଳରେ ବହୁ କୁମ୍ଭକାର ଏହି ବୃତ୍ତି ଜାରି ରଖିଛନ୍ତି ା ପ୍ରୋତ୍ସାହନ ମିଳୁନି ବୋଲି ଅନେକେ ଏହି ବୃତ୍ତିକୁ ଛାଡି ଅନ୍ୟ କାମଧନ୍ଦା କରୁଛନ୍ତି। ତେବେ ପୂର୍ବପୁରୁଷର ଏହି କୌଳିକ ବୃତ୍ତିକୁ ଆମେ ଛାଡି ପାରୁନାହୁଁ ବୋଲି କୁମ୍ଭକାର ସମ୍ପ୍ରଦାୟର ବହୁ ପୁରୁଖା ଲୋକ ମତବ୍ୟକ୍ତ କରିଛନ୍ତି ା

କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ କୁମ୍ଭକାରମାନେ ବସବାସ କରିଆସୁଛନ୍ତି ା ସଦର ବ୍ଲକ ନେଲୁଙ୍ଗ ଗ୍ରାମରେ ପାଖାପାଖି ୩୦ ପରିବାର ଏହି କାମ କରୁଛନ୍ତି ା କାଠ ଦର ମହଙ୍ଗା ହେବାରୁ ହାଣ୍ଡି, ମାଠିଆ ଆଦିର ଗଢା ଖର୍ଚ୍ଚ ବଢିଲା ା ସେହିପରି ପ୍ଲାଷ୍ଟିକ,ସିଲଭର ବାସନ କୁସନ ସାମଗ୍ରୀର ବହୁଳ ବ୍ୟବହାର ହେବାରୁ ମାଟି ସାମଗ୍ରୀର ଚାହିଦା ମଧ୍ୟ କମିଛି। ଫଳରେ ଏହି ବୃତ୍ତି ଏବେ ସଙ୍କଟରେ।

ଆମକୁ ଭତ୍ତା ମିଳୁନାହିଁ ା ବ୍ୟାଙ୍କରୁ ଋଣ ଆଣୁଛୁ ଓ ପ୍ରଶାସନ କିଛି ସହାୟତା  ଦେଉନି ବୋଲି ସଦର ବ୍ଲକ ନେଲୁଙ୍ଗ ଗ୍ରାମର ଦେବେନ୍ଦ୍ର ରଣା କହିଛନ୍ତି।  ଅନ୍ୟ ଅଞ୍ଚଳ ଭଳି ସେମାନଙ୍କୁ ତାଲିମ ମିଳିଲେ ମାଟିରୁ ଟେରାକୋଟା ଭଳି ସୌଖୀନ ସାମଗ୍ରୀ ପ୍ରସ୍ତୁତ କରିପାରନ୍ତେ ବୋଲି ସେ କହିଛନ୍ତି ା

୮/୧୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ମାଟି ସାମଗ୍ରୀ ବିକ୍ରି ହେଉଛି। ଏଥିରୁ ସପ୍ତାହରେ ୧ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଛି। ଭାର କିମ୍ବା ଅଟୋରେ ସାମଗ୍ରୀ ସବୁ ବିକ୍ରି କରିବାକୁ ନେବାକୁ ପଡୁଛି। ବିକ୍ରି ନ ହୋଇ ବଳକା ରହିଲେ ବହୁ କମ୍‌ ଦାମ୍‌ରେ ବିକିବାକୁ ପଡୁଥିବା ଏବଂ ଭାଙ୍ଗିଗଲେ କ୍ଷତି ହୋଇଥାଏ ବୋଲି କହିଛନ୍ତି ନେଲୁଙ୍ଗ ଗ୍ରାମର ଚକ୍ରଧର ରଣା ା

କେବଳ ରବିବାର ହାଟରେ କେନ୍ଦୁଝର ସହରକୁ ଆଣି ବିକୁଛୁ ଏବଂ କୌଳିକ ବୃତ୍ତିିକୁ ବଞ୍ଚାଇ ରଖିଛୁ ବୋଲି ଅନେକ କୁମ୍ଭକାର କହିଛନ୍ତିି ା ମାଟି ନିଜେ ଆଣୁଛୁ ଓ କାଠ ଜଙ୍ଗଲରୁ ପାଉଛୁ ା ଏଣୁ ଏହି ବେଉସାକୁ ଛାଡି ପାରୁନାହୁଁ ା ଆମ ପରେ ପିଲାମାନେ ଆଉ ଏହି ବୃତ୍ତି କରିବେ ନାହିଁ ବୋଲି ଗୋପାଳପୁର ଗ୍ରାମର ୭୦ ବର୍ଷୀୟ ଗୋବିନ୍ଦ ବେହେରା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri