ମିଳୁଛି ଅଧିକ କିନ୍ତୁ ଉତ୍ପାଦନ କମ୍‌

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ଖଦି ବୋର୍ଡକୁ ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୮୬ କୋଟି ଟଙ୍କାରୁ ଅଧିକ ଅର୍ଥ ଆସିଛି। ମାତ୍ର ଏତେ ଟଙ୍କା ମିଳିବା ସତ୍ତ୍ୱେ ବର୍ଷରେ ୪ କୋଟି ଟଙ୍କାର ଖଦି ଉତ୍ପାଦନ ହୋଇପାରୁ ନ ଥିବା ଜଣାପଡିଛି। ଖଦି ବୋର୍ଡର ମୁଖ୍ୟ ବିକ୍ରୟ କେନ୍ଦ୍ରରେ ଖଦି ସୂତା ମଧ୍ୟ ଦେଖିବାକୁ ମିଳୁ ନ ଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟ ରାଜ୍ୟରୁ ଖଦି କପଡା ଅଣାଯାଇ ବିକ୍ରି ଚାଲିଛି।
୨୦୧୪-୧୫ଠାରୁ ୨୦୧୭-୧୮ ବର୍ଷ ମଧ୍ୟରେ ରାଜ୍ୟ ସରକାର ଖଦି ବୋର୍ଡକୁ ପ୍ରାୟ ୪୦ କୋଟି ଟଙ୍କା ଯୋଗାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ୪୬ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ଏହି ଅର୍ଥର ସିଂହଭାଗ କର୍ମଚାରୀମାନଙ୍କ ବେତନ ସହିତ ଅନ୍ୟାନ୍ୟ ପ୍ରଶାସନିକ ଖର୍ଚ୍ଚ ଓ ଗସ୍ତ ଇତ୍ୟାଦି ବାବଦରେ ଖର୍ଚ୍ଚ କରାଯାଉଛି। ରାଜ୍ୟ ସରକାର ବିଭିନ୍ନ ସମୟରେ ପ୍ରଦର୍ଶନୀ ସକାଶେ ୪ବର୍ଷ ମଧ୍ୟରେ ୨୦ ଲକ୍ଷ ଟଙ୍କା ଦେଇଛନ୍ତି। ସରକାରୀ ହିସାବ ଅନୁଯାୟୀ ମହୁ ଚାଷ କରିବା ଲାଗି ଏହି ସମୟ ମଧ୍ୟରେ ୮ କୋଟିରୁ ଅଧିକ ଟଙ୍କା ଆସିଛି। କେନ୍ଦ୍ର ସରକାର ରାଜ୍ୟ ଖଦି ବୋର୍ଡକୁ ଆୟୋଗ ମାଧ୍ୟମରେ ଯେତେ ଅର୍ଥ ଯୋଗାଉଛନ୍ତି ତାହା ମୁଖ୍ୟଭାବେ ପିଏମ୍‌ଜିପି କାର୍ଯ୍ୟକ୍ରମରେ ଉଦ୍ୟୋଗୀଙ୍କୁ ସବ୍‌ସିଡି ଆକାରରେ ପ୍ରଦାନ କରାଯାଉଛି। ୨୦୧୪-୧୫ ଆର୍ଥିକ ବର୍ଷରେ ଏଥିପାଇଁ ପ୍ରାୟ ୧୫ କୋଟି ଟଙ୍କା ଦିଆଯାଇଛି। ୨୦୧୫-୧୬ରେ ୧୪ କୋଟି ଏବଂ ୨୦୧୬-୧୭ରେ ୧୧କୋଟି ୬୧ଲକ୍ଷ ଓ ୨୦୧୭-୧୮ରେ ୧୩ କୋଟି ୪୦ଲକ୍ଷ ଟଙ୍କା ପାଇଛି।
ଏକ ସରକାରୀ ତଥ୍ୟରୁ ମିଳିଥିବା ସୂଚନା ମୁତାବକ, ୨୦୧୪-୧୫ରୁ ୨୦୧୬-୧୭ ମଧ୍ୟରେ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସହ ଅନୁବନ୍ଧିତ ଖଦି ସଂସ୍ଥାଗୁଡିକ ୮୪ଲକ୍ଷ ଟଙ୍କାର ସୂତା କାଟିଥିବା ବେଳେ ଏହି ସମୟରେ ୪କୋଟି ୧୫ଲକ୍ଷ ଟଙ୍କାର ଖଦି ସାମଗ୍ରୀ ଉତ୍ପାଦନ କରିଛନ୍ତି। ୩ କୋଟି ଟଙ୍କାରୁ କମ୍‌ ମୂଲ୍ୟର ସାମଗ୍ରୀ ବିକ୍ରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri