ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି । ସରକାରୀ ପ୍ରାଥମିକ ବିଦ୍ୟାଳୟ କୌଣସି ଛୁଟି ନଥାଇ ସୋମବାର ବନ୍ଦ ରହିଥିଲା । ଛାତ୍ରୀଛାତ୍ରମାନେ ସ୍କୁଲରେ ତାଲା ପଡିଥିବା ଦେଖି ଘରକୁ ଫେରି ଆସିଥିଲେ ।

ତେଵେ ସ୍କୁଲରେ ଦୁଇ ଜଣ ଶିକ୍ଷକ ନିୟୋଜିତ ଥାଇ ମଧ୍ୟ କୌଣସି ସରକାରୀ ଛୁଟି ନଥିବାବେଳେ କାହିଁକି ସ୍କୁଲ ବନ୍ଦ ରହିଥିଲା ତାହା ଏବେ ଏକ ବିରାଟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୌଣସି ସରକାରୀ ଛୁଟି ନଥାଇ ଶିକ୍ଷକମାନେ ସ୍କୁଲ ବନ୍ଦ କରିବା କେତେଦୂର ଯଥାର୍ଥ ବୋଲି ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏପଟେ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ପାଇଁ ମାସିକ ପାରିଶ୍ରମିକ ମୋଟା ଅଙ୍କର ଦରମାର ବ୍ୟବସ୍ଥା ରହିଛି ହେଲେ ଏତେସବୁ ସରକାରଙ୍କ ବ୍ୟବସ୍ଥା ଭିତରେ ଥାଇ ମଧ୍ୟ ଗ୍ରାମାଞ୍ଚଳମାନଙ୍କରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଯାହାଦ୍ୱାରା ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଠେଲି ହେଉଛି ବୋଲି ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୧ ଜଣ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ପ୍ରଧାନ ଶିକ୍ଷକ ଭାବେ ନାରାୟଣ ନାଏକ ଓ ସହଶିକ୍ଷକ ଭାବେ ସିପୁନ ନାୟକ କାର୍ଯ୍ୟ ତୁଲାଇ ଆସୁଛନ୍ତି । କିନ୍ତୁ ଦୁଇ ଜଣ ଶିକ୍ଷକ ନିଯୁକ୍ତ ଥାଇ ମଧ୍ୟ ଜଣେ ବି ସ୍କୁଲରେ ଉପସ୍ଥିତ ନ ରହିବା କେତେ ଦୂର ଯଥାର୍ଥ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏହା ସହିତ ଗୋଷ୍ଠୀ ଶିକ୍ଷାଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ।

ତେଵେ ଏନେଇ ଶହ ଶିକ୍ଷକ ସିପୁନ ନାୟକଙ୍କୁ ପଚାରିବାରୁ ପାହାଡିଆ ରାସ୍ତା ଓ ପ୍ରବଳ ବର୍ଷ ହେଉଛି ମୁଁ ଆଜି ସ୍କୁଲକୁ ଯାଇ ପାରିବି ନାହିଁ ବୋଲି କହିଥିଲେ । ଏନେଇ ସେ ପ୍ରଧାନ ଶିକ୍ଷକଙ୍କୁ ଜଣାଇବା କଥା ମଧ୍ୟ କହିଥିଲେ । ଏହାକୁ ନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ମୋର ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଦଶା କାର୍ଯ୍ୟ ଥିବାହେତୁ ମୋର ବ୍ୟକ୍ତିଗତ କାମପାଇଁ ସ୍କୁଲକୁ ଯାଇପାରିଲି ନାହିଁ । ସହ ଶିକ୍ଷକଙ୍କୁ କହିଥିଲି ସ୍କୁଲ ଯିବାପାଇଁ କିନ୍ତୁ ସେ ଯାଇଛନ୍ତିକି ନାହିଁ ମୁ ଆଉ ପଚାରିନଥିଲି କି ସିଆରସିସିଙ୍କୁ ମଧ୍ୟ ଜଣେଇନଥିଲି ତେଣୁ ଭୁଲ ହୋଇଯାଇଛି ବୋଲି ପ୍ରକାଶ କରିଥିଲେ ।

ଏସମ୍ପର୍କରେ ମାଳିଯୁବାଙ୍ଗ କ୍ଲଷ୍ଟର ସିଆରସିସି ଘାଷି ମାଝୀଙ୍କୁ ପଚାରିବାରୁ ସେ ଦୁଇ ଶିକ୍ଷକ ମତେ କୌଣସି ଛୁଟି ପାଇଁ ଲିଖିତ ବା ମୌଖିକ ଭାବେ ଜଣାଇ ନାହାନ୍ତି କି ଆଜି କୌଣସି ସରକାରୀ ଛୁଟି ମଧ୍ୟ ନାହିଁ  । ଯଦି ମତେ ଜଣାଇଥାନ୍ତେ ତାହେଲେ ମୁଁ କୌଣସି ସ୍କୁଲରୁ ଜଣେ ଶିକ୍ଷକଙ୍କୁ ଡେପୁଟେସନ ପଠେଇବା ବ୍ୟବସ୍ଥା କରିଥାନ୍ତି । ଆଜି କାହିଁକି ସ୍କୁଲ ଛୁଟି କରିଥିଲେ ତାହା ତଦନ୍ତ ପରେ ଜଣାପଡିବ ବୋଲି ମତପ୍ରକାଶ କରିଛନ୍ତି । ତେବେ ଶିକ୍ଷାବିଭାଗ ଦୁଇଜଣ ଶିକ୍ଷକଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା। ଏ ନେଇ ଲାଞ୍ଜିଗଡ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେରଙ୍କୁ ପଚାରିବାରୁ ଏ ବିଷୟରେ ମୁ ଅବଗତ ନାହିଁ ସିଆରସିସିଙ୍କୁ ପଚାରି ବୁଝି ଏହାର ପଦକ୍ଷେପ ନେବି ବୋଲି ପ୍ରକାଶ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?