ମିଳିଲା ଭୁଷଣ୍ଡେଶ୍ୱରଙ୍କ ମନ୍ଦିର ଭଗ୍ନାବଶେଷର ସନ୍ଧାନ

ବାଲେଶ୍ୱର ଅଫିସ, ୧।୫-ଏସିଆ ମହାଦେଶର ସର୍ବବୃହତ ଶିବଲିଙ୍ଗ ଭାବେ  ବାବା ଭୁଷଣ୍ଡେଶ୍ୱର ପରିଚିତ। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତରେ ଅବସ୍ଥିତ ଭୁଷଣ୍ଡେଶ୍ୱରଙ୍କ ମନ୍ଦିରର ପ୍ରାଚୀନତା ସମ୍ପର୍କରେ ସମ୍ପ୍ରତି ଆଉ କେତେକ ତଥ୍ୟ ପଦାକୁ ଆସିଛି। ସେଠାରେ ମନ୍ଦିର ପୁନଃ ନିର୍ମାଣ ଲାଗି ଖନନ କରାଯିବା ସମୟରେ ମାଟିତଳୁ କଳା ମୁଗୁନି ପଥରର ଅନେକ ଭଗ୍ନାଂଶ ଉଦ୍ଧାର ହୋଇଛି। ଏସବୁ ଭଗ୍ନାଂଶ ପ୍ରାଚୀନ ମନ୍ଦିରର ଅବସ୍ଥିତି ସୂଚାଉଛି ବୋଲି ‘ମନ୍ଦିର ନିର୍ମାଣ କମିଟି’ ପକ୍ଷରୁ କୁହାଯାଇଛି।

କେତେକ ଐତିହାସିକ କହନ୍ତି, ପ୍ରାୟ ଷୋଡ଼ଶ ଶତାବ୍ଦୀ ବେଳକୁ ସେଠାରେ ଯେଉଁ ପ୍ରାଚୀନ ମନ୍ଦିର ଥିଲା ତାହା ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିଲା ା ୧୯୮୩ରୁ ୧୯୮୬ ମଧ୍ୟରେ ଭୁଷଣ୍ଡେଶ୍ୱର ଶିବଲିଙ୍ଗକୁ ଘେରି ଏକ ମନ୍ଦିର ନିର୍ମାଣ ହୋଇଥିଲା। ୧୯୮୦ରୁ ୧୯୮୫ରେ ଭୋଗରାଇର ତତ୍କାଳୀନ ବିଧାୟକ ଡ. କାର୍ତ୍ତିକେଶ୍ୱର ପାତ୍ର ଓ ଅନ୍ୟ ସ୍ଥାନୀୟ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା। ୧୯୮୭ ମସିହାରେ ମନ୍ଦିରର ଶୁଭ ଉଦ୍‌ଘାଟନ ହୋଇଥିଲେ ମଧ୍ୟ କାମ ଶେଷ  ହୋଇପାରି ନ ଥିଲା। ଏଥିଲାଗି ମନ୍ଦିର ପୁନରୁଦ୍ଧାର ସକାଶେ ‘ମନ୍ଦିର ନିର୍ମାଣ କମିଟି’ ଗଠନ କରାଯାଇଥିଲା। ୧୫କୋଟି ଟଙ୍କା ବ୍ୟୟରେ ଏବେ କିଛିଦିନ ଆଗରୁ ମନ୍ଦିର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେଠାରେ ଖନନ କରାଯିବା ବେଳେ ୧୦ ଫୁଟ ମାଟି ତଳେ ରହିଥିବା ଏକ ମାଙ୍କଡ଼ା ପଥରର ଆସ୍ତରଣ ଭିତରେ କେତୋଟି କଳା ମୁଗୁନି ପଥରର ସ୍ତମ୍ଭ, ପାହାଚ ଓ ବେଦିକା ଆଦି ଠାବ କରାଯାଇଛି ା ଜେସିବି ଦ୍ୱାରା ଯେଉଁ କଳାମୁଗୁନି ପଥର ଉପରକୁ ଉଠାଇ ଅଣାଯାଇଛି ସେଥିରେ ଗୋଟିଏ ଛିଦ୍ର ରହିଛି। ପିଲାର ସଦୃଶ ଏହି ପଥରର ଲମ୍ବ ୮୭ ଇଞ୍ଚ, ଚଉଡା ୨୨ଇଞ୍ଚ ଓ ଉଚ୍ଚତା ୧୬ ଇଞ୍ଚ ା ସେଥିରେ ପାହାଚ ଭଳି କଟାକଟା ଦାଢ଼ ରହିଛି। ମାଟିତଳୁ ମିଳିଥିବା ଅନ୍ୟ ଏକ ପଥର ଲମ୍ବ ୯୧ ଇଞ୍ଚ, ଚଉଡ଼ା ୪୪ ଇଞ୍ଚ, ଉଚ୍ଚତା ୧୪ ଇଞ୍ଚ ରହିଛି। ଜେସିବି ମାଟି ଉପରକୁ ଉଠାଇ ପାରି ନ ଥିବା ଅନ୍ୟ ଏକ ପଥରର  ଲମ୍ବ ୧୦୬ ଇଞ୍ଚ, ଚଉଡ଼ା ୭୪ ଇଞ୍ଚ। ମାଟି ତଳକୁ ତାହା କେତେ ପୋତି ହୋଇରହିଛି ଜଣାପଡି଼ ନାହିଁ। ସେହିଭଳି ମାଟିତଳୁ ଉଦ୍ଧାର ହୋଇଥିବା ବେଦିକା ସମ୍ପୂର୍ଣ୍ଣ କଳା ମୁଗୁନି ପଥରରେ ତିଆରି। ଏହା ଚତୁଃଷ୍କୋଣାକାର। ଦୈର୍ଘ୍ୟ, ପ୍ରସ୍ଥ ୫ଫୁଟ ଲେଖାଏ। ମନ୍ଦିର ପୁନରୁଦ୍ଧାର ପାଇଁ ଚାଲିଥିବା ଖନନ କାର୍ଯ୍ୟର ଆହୁରି ଦୁଇ ତୃତୀୟାଂଶ ବାକି ରହିଛି। ଖନନ କାର୍ଯ୍ୟ ଜାରି ରହିଲେ, ଅନ୍ୟ କିଛି ପ୍ରାଚୀନ କଳାକୃତି ମିଳିପାରେ ବୋଲି ଅନୁମାନ କରାଯାଉଛି। ଏସବୁ ଭଗ୍ନାଂଶ ଷୋଡ଼ଶ ଶତାବ୍ଦୀର କଳା ମୁଗୁନି ପଥରରେ ତିଆରି କଳାକୃତିର ଅବଶେଷ ବୋଲି କୁହାଯାଉଛି। ଭୁଷଣ୍ଡେଶ୍ୱର ମନ୍ଦିର ନିକଟରେ କୌଣସି ପାହାଡ଼ ବା ପଥର ଖାଦାନ ନ ଥିବା ବେଳେ  ମିଳିଥିବା ସମସ୍ତ ପଥର ଏଠାକୁ କିପରି ଅଣାଯାଇଥିଲା ତାହା ଗବେଷଣା ସାପେକ୍ଷ ବୋଲି ମନ୍ଦିର କମିଟି କର୍ମକର୍ତ୍ତା କହିଛନ୍ତି। ଭୁଷଣ୍ଡେଶ୍ୱର ମନ୍ଦିର ପୁନାରୁଦ୍ଧାର ଲାଗି ଚାଲିଥିବା ଖନନ କାର୍ଯ୍ୟ ତ୍ୱରାନ୍ବିତ କରି ପୁରାତନ ମନ୍ଦିର ସମ୍ପର୍କରେ ତଥ୍ୟ ଲୋକଲୋଚନକୁ ଆଣିବା ଲାଗି ପୁନରୁଦ୍ଧାର କମିଟି ସଭାପତି ତଥା ପୂର୍ବତନ ଏମ୍‌ପି ଡ. କାର୍ତ୍ତିକେଶ୍ୱର ପାତ୍ର  ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟମାନଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି। ଏଥିସହ ଉଦ୍ଧାର ହୋଇଥିବା ପଥରଗୁଡ଼ିକୁ ବିଶେଷଜ୍ଞମାନଙ୍କ ଦ୍ୱାରା ଅନୁଧ୍ୟାନ କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri