ମିଳିଲା ଚୋରା କାରବାର ଚେର

ଅନୁଗୋଳ ଅଫିସ,୨୫ା୪ – ଲକ୍‌ଡାଉନ୍‌ ଯୋଗୁ ଅନୁଗୋଳ ସହରର ସମସ୍ତ ମଦ ଦୋକାନ ବନ୍ଦ ଥିଲେ ବି କିଛିଦିନ ହେଲା ଚଢ଼ା ଦରରେ ଚାଲିଥିଲା ଚୋରା କାରବାର। ଏ ନେଇ ଗତ ୨୧ ତାରିଖରେ ‘ଦୋକାନରେ ତାଲା, ଚୋରାରେ ଖୋଲାମେଲା’ ଖବର ‘ଧରିତ୍ରୀ’ରେ ପ୍ରକାଶ ପରେ ଅନୁଗୋଳ ପୋଲିସ ତଦନ୍ତକୁ ଜୋରଦାର କରିବା ସହ ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ଚୋରା କାରବାର ଚେରର ସନ୍ଧାନ ପାଇଛି। ସହର ଉପକଣ୍ଠ କରଡାଗାଡିଆରେ ଥିବା ଏକ ମଦ ଭାଟି ଉପରେ ଚଢ଼ାଉ କରି ତାହାକୁ ସିଲ୍‌ କରିଛି। ଲାଇସେନ୍ସ ପାଇଥିଲେ ବି ସେଠାରେ ଚୋରା କାରବାର କରୁଥିବା ଅଭିଯୋଗରେ ଭାଟି ମାଲିକ ତଥା ସହରର ଜଣାଶୁଣା ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସହ ମୋଟ୍‌ ୪୩ଜଣଙ୍କୁ ପୋଲିସ ଗିରଫ କରିଛି। ବିକ୍ରମଙ୍କର ଏକ ଦାମୀ ଚାରିଚକିଆ ଗାଡ଼ି, ଗୋଟିଏ ଅଟୋ ରିକ୍ସା, ୧୮ ବାଇକ୍‌ ଓ ୪୪୪୦ ଲିଟର ଦେଶୀ ମଦ ପାଉଚ, ୬ ହଜାର ଲିଟର ପୋଚ ଜବତ କରାଯାଇଥିବା ପୋଲିସ କହିଛି।


ଅନୁଗୋଳ ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିପିଓ ଅଶ୍ବିନୀ ସାହୁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, ଏସ୍‌ଆଇ ପ୍ରକାଶ ମାଝି, ବିପ୍ଳବ ସାହୁ ପ୍ରମୁଖ ଭୋର୍‌ ପ୍ରାୟ ୩ଟାରେ ଭାଟି ଉପରେ ଚଢାଉ କରିଥିଲେ। ଦେଶୀମଦ ପ୍ରସ୍ତୁତ ପାଇଁ ବିକ୍ରମଙ୍କୁ ଲାଇଲେନ୍ସ ଦିଆଯାଇଥିବା ବେଳେ ଭାଟିରେ ଚୋରାରେ ମଦ ପ୍ରସ୍ତୁତ କରି ପୋଚର (ଚୋରା ବ୍ୟବସାୟୀ)ଙ୍କ ସହାୟତାରେ ବଜାରରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ବିଶ୍ୱସ୍ତସୂତ୍ରରୁ ପୋଲିସ ଖବରପାଇବା ପରେ ଏକ ପ୍ଲାଟୁନ ଫୋର୍ସ ସହ ଉକ୍ତ ଭାଟି ଉପରେ ଚଢାଉ କରାଯାଇଥିଲା। ଜବତ ସମସ୍ତ ସାମଗ୍ରୀ ଥାନାକୁ ନିଆଯାଇଛି। ଗିରଫଙ୍କ ମଧ୍ୟରେ ୩୦ ଜଣ ପୋଚର ଓ ୧୨ ଜଣ ମଦ ଭାଟି କର୍ମଚାରୀ ରହିଥିବା ଏସ୍‌ଡିପିଓ ସାହୁ ସୂଚନା ଦେଇଛନ୍ତି। ତେବେ ଗିରଫ ଭାଟି ମାଲିକ ବିକ୍ରମ କିଶୋର ସାହୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

ଥାନା ପରିସରରେ ଗାଡ଼ିରେ ଲଗାଗଲା ନମ୍ବର

ବାସଭବନରୁ ଗିରଫ ହୋଇଥିବା ଭାଟି ମାଲିକ ବିକ୍ରମ କିଶୋର ସାହୁଙ୍କ ଏକ ଦାମୀ ଗାଡିକୁ ପୋଲିସ ଜବତ କରି ଥାନାକୁ ଆଣିଥିଲା। ହେଲେ ଉକ୍ତ ଗାଡ଼ିରେ ନମ୍ବର ନ ଥିଲା। ପରେ ତାଙ୍କ ସମ୍ପର୍କୀୟ ଆସି ଥାନା ପରିସରରେ ରଖାଯାଇଥିବା ଗାଡିରେ ସେଲୋ ଟେପ ଦେଇ ଓଡି୧୯ କ୍ୟୁ-୮୮୮୮ ନମ୍ବର ଲଗାଇଥିଲେ। ଏ ନେଇ ପୋଲିସ ନିକଟରେ କୌଣସି ସୂଚନା ନ ଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?