ମିଳିନାହିଁ ୨୦୧୬ ଖରିଫ ଫସଲକ୍ଷତିର କ୍ଷତିପୂରଣ: ବୀମା ପାଇଁ ଆସି ନିରାଶରେ ଫେରିଲେ ଚାଷୀ

ବରଗଡ଼ ଅଫିସ୍‌,୯।୭- ବରଗଡ଼ ଜିଲାରେ ୨୦୧୯ ଖରିଫ ଫସଲ ଚାଷକାର୍ଯ୍ୟ ଜୋର୍‌ ଧରିଛି । ହେଲେ ଏ ପର୍ଯ୍ୟନ୍ତ ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ୧୩ଟି ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦୧୬ ଖରିଫ ଫସଲକ୍ଷତିର ବୀମା କ୍ଷତିପୂରଣ ମିଳିପାରି ନାହିଁ। ତେବେ ଏ ନେଇ ଛୁରିଆପାଲି, କଲଙ୍ଗାପାଲି, ସୋହେଲା, ଟୁଙ୍ଗିବନ୍ଧଲି ଓ ପଣ୍ଡକିପାଲି ପଞ୍ଚାୟତର ଚାଷୀମାନେ ସେ ନେଇ ହାଇକୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରିଥିଲେ। ଏହାପରେ ହାଇକୋର୍ଟଙ୍କ ପରାମର୍ଶକ୍ରମେ ଜିଲା ପ୍ରଶାସନ ପକ୍ଷରୁ ଗତ ଜୁନ୍‌ ୩୧୦ତାରିଖରେ ଏକ ତ୍ରିପାକ୍ଷିକ ବୈଠକ ଡକାଯାଇଥିଲା। ତ୍ରିପାକ୍ଷିକ ବୈଠକର ଆଲୋଚନା ପରେ ମଙ୍ଗଳବାର ବୀମା କ୍ଷତିପୂରଣ ପ୍ରଦାନ ନେଇ ଜିଲା ପ୍ରଶାସନର ଚୂଡ଼ାନ୍ତ ନିଷ୍ପତ୍ତି ରହିଥିଲା। ଫଳରେ ସେମାନଙ୍କ ସପକ୍ଷରେ ନିଷ୍ପତ୍ତି ହୋଇଥିବ ଏବଂ ବୀମା କ୍ଷତିପୂରଣ ମିଳିବ ଏହି ଆଶା ନେଇ ଉପରୋକ୍ତ ପଞ୍ଚାୟତର ଚାଷୀମାନେ ଜିଲାପାଳ ଅଫିସକୁ ଆସିଥିଲେ । ମାତ୍ର ଏୱାଇ ଏବଂ ଟିୱାଇ ଭିତ୍ତିରେ ବୀମା କମ୍ପାନୀ ସମ୍ପୃକ୍ତ ପଞ୍ଚାୟତକୁ ବୀମା କ୍ଷତିପୂରଣ ପ୍ରଦାନରୁ ବାଦ୍‌ ଦେଇଛି ଏବଂ ଆଉ ବୀମା କ୍ଷତିପୂରଣ ମିଳିବ ନାହିଁ ବୋଲି ଶୁଣିବା ପରେ ଚାଷୀମାନେ ନିରାଶରେ ଘରକୁ ଫେରି ଯାଇଛନ୍ତି । ତେବେ ଏ ନେଇ ପୁଣି ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବେ ବୋଲି ଚାଷୀମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri