ମିଲରଙ୍କଠାରୁ ଚାଉଳ ସଂଗ୍ରହରେ ମୁନମୁଖି କାର୍ଯ୍ୟ: ତଦନ୍ତ ନିର୍ଦ୍ଦେଶ ଦେଲେ ସିସିଆଇ

କଟକ ଅଫିସ, ୨୩ା୧୧: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ମନମୁଖି କାର୍ଯ୍ୟର ତଦନ୍ତ ପାଇଁ କମ୍ପିଟେଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ଏହାର ଡାଇରେକ୍ଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କମିଶନ ଉଭୟ ବିଭାଗ ଏବଂ ନିଗମକୁ ନୋଟିସ କରିଛନ୍ତି।
୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ଖରିଫ ଏବଂ ରବି ଋତୁରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଚାଷୀମାନଙ୍କଠାରୁ ଧାନ କ୍ରୟ ଏହାକୁ ପ୍ରୋସେସିଂ ଓ ମହଜୁଦ୍‌ ରଖିବା ନିମନ୍ତେ ମିଲରମାନଙ୍କୁ ନିଯୁକ୍ତ କରିଥିଲା। ପରବର୍ତ୍ତୀ ସମୟରେ ମିଲରମାନେ ନେଇଥିବା ଧାନକୁ ଚାଉଳ କରି ଫେରସ୍ତ ଦେବା କଥା। ମାତ୍ର ନିଗମ ମିଲରମାନଙ୍କଠାରୁ ଖାମଖିଆଲି ଭାବେ ଚାଉଳ ସଂଗ୍ରହ କରିଥିଲା। ଯେଉଁ ମିଲରଙ୍କଠାରୁ ଯେତିକି ଚାଉଳ ଉଠାଇବା କଥା ନିଗମ ସେତିକି ଚାଉଳ ଉଠାଇ ନ ଥିଲା। ଫଳରେ ଅନେକ ମିଲର ଷ୍ଟୋରେଜ ଏବଂ ପ୍ରୋସେସିଂ ବାବଦରେ କ୍ଷତି ସହିଥିଲେ। ଏହା ପରବର୍ଷ ଧାନ କ୍ରୟ ସମୟରେ ଅନେକ ମିଲରଙ୍କୁ ପୂର୍ବ ବର୍ଷର ଚାଉଳ ଦେଇ ନ ଥିବାରୁ ସେମାନଙ୍କୁ ଖିଲାପି ଦର୍ଶାଇ ଆଉ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇ ନ ଥିଲା। ଚାଉଳ ନେବା ପରେ ନିଗମ ମିଲରମାନଙ୍କୁ ଠିକ୍‌ ସମୟରେ ଟଙ୍କା ପ୍ରଦାନ କରି ନ ଥିଲା। ଅନ୍ୟପକ୍ଷରେ ମିଲରମାନଙ୍କ ପାଖରେ ଗଚ୍ଛିତ ଧାନ ଓ ଚାଉଳର ବୀମା ନିଗମ ପକ୍ଷରୁ କରାଯାଉଥିବାବେଳେ ଏହାର ପ୍ରିମିୟମ ଅର୍ଥ ମିଲରମାନଙ୍କଠାରୁ ଆଦାୟ କରାଯାଉଛି। ହେଲେ ମିଲରମାନଙ୍କ କ୍ଷତି ଘଟିଲେ ଠିକ୍‌ ଭାବେ ଭରଣା କରାଯାଉ ନ ଥିବା ଅଭିଯୋଗ ହୋଇଛି। ସମ୍ବଲପୁରର ମା’ ମେଟକାନୀ ରାଇସ୍‌ ମିଲ ଉପରୋକ୍ତ ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ ନ୍ୟାୟ ପାଇଁ କମ୍ପିଟେଶନ କମିଶନ ଅଫ୍‌ ଇଣ୍ଡିଆଙ୍କ ଦ୍ୱାରସ୍ଥ ହୋଇଥିଲା। ଅଭିଯୋଗକାରୀଙ୍କ ତରଫରୁ ଆଇନଜୀବୀ ପ୍ରଭୁପ୍ରସନ୍ନ ବେହେରା ଏବଂ ଅଭିଷେକ ଚୌଧୁରୀ ଏହି ମାମଲା ରୁଜୁ କରିଥିଲେ। ମାମଲାକୁ ଗମ୍ଭୀରତାର ଗହଣ କରି କମିଶନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri