Posted inଜାତୀୟ

କାର୍‌ ରାଇଡ୍‌ରୁ ବଦଳିଥିଲା ସମୀକରଣ

ମୁମ୍ବାଇ/ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ରରେ ତିନୋଟି ଭିନ୍ନ ବିଚାରଧାରାର ଦଳର ମେଣ୍ଟକୁ ନେଇ ସରକାର ଗଢ଼ାଯିବା ପାଇଁ ସ୍ଥିର ହୋଇଛି। ଏହି ଅପ୍ରତ୍ୟାଶିତ ପଦକ୍ଷେପ ରାଜନୈତିକ ପର୍ଯ୍ୟବେକ୍ଷକ ଓ ଦିଲ୍ଲୀର ନେତାମାନଙ୍କୁ ବିସ୍ମିତ କରିଛି। ତେବେ ଏହି ବଡ଼ ରାଜନୈତିକ ଘଟଣାକ୍ରମ ପଛରେ ଦୁଇ ଶତ୍ରୁଙ୍କ କାର୍‌ ରାଇଡ୍‌ କାମ କରିଥିଲା ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
୨୧ ବିଧାନସଭା ନିର୍ବାଚନର ଫଳ ୨୪ ତାରିଖ ଅପରାହ୍ନରେ ଆସିବା ପରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ପରିଭ୍ରମଣରେ ଘରୁ ବାହାରିଥିଲେ।
ବାଟରେ ସେ ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ଙ୍କୁ ଭେଟିଥିଲେ। ଉଭୟେ ନିଜ ନିଜ ବାଟରେ ଯିବା ପୂର୍ବରୁ ଏକ କାର୍‌ରେ ବସି କିଛି କିଲୋମିଟର ଯାତ୍ରା କରିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ଶିବସେନା ଓ ଏନ୍‌ସିପି ମଧ୍ୟରେ ଆଲୋଚନା। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ପାଓ୍ବାରଙ୍କ ମଧ୍ୟରେ ଯୋଗସୂତ୍ରର ମାଧ୍ୟମ ପାଲଟିଥିଲେ ସଞ୍ଜୟ। ସେ ଦୁହିଙ୍କ କଥା ପରସ୍ପରକୁ ଏକାଧିକ ଥର ଭେଟି ଜଣାଉଥିଲେ। ଇତିମଧ୍ୟରେ ପାଓ୍ବାର କୌଣସି ରାଜନୈତିକ ଖେଳରେ ଆଗ୍ରହୀ ନ ଥିବା ପ୍ରକାଶ କରିଥିଲେ। କିନ୍ତୁ ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲିକ କହିଥିଲେ, ପାଓ୍ବାର ସାହେବ ଚାଣକ୍ୟଙ୍କୁ ଚେକ୍‌ ଦେଇଛନ୍ତି। ଅନେକ ରାଜ୍ୟରେ ଭାଜପାକୁ କ୍ଷମତାସୀନ କରାଇଥିବା ଦଳର ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କ ଉଦ୍ଦେଶ୍ୟରେ ସେ ଏପରି କହିଥିଲେ। ଏନ୍‌ସିପି ମଙ୍ଗୁଆଳଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ଉଦ୍ଧବ ଶେଷରେ ଭାଜପା ସହ ତିନି ଦଶନ୍ଧି ପୁରୁଣା ସମ୍ପର୍କ ତୁଟାଇବା ପାଇଁ ଆଗକୁ ବଢ଼ିଥିଲେ। କିନ୍ତୁ ବିଚାରଧାରା ଦୃଷ୍ଟିରୁ ଏକ ବିରୋଧାଭାସ ଥିବା ଦଳ ସହ ମେଣ୍ଟ କରିବା ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଥମ ବୈଠକରେ ମନାକରିଦେବା ପରେ କେଁ ବାହାରିଥିଲା। ତେବେ କଂଗ୍ରେସ ବିଧାୟକମାନଙ୍କ ଚାପ ଓ ଏନ୍‌ସିପିର ବରିଷ୍ଠ ନେତାଙ୍କ ଉଦ୍ୟମ ନିଷ୍ପତ୍ତି ବଦଳାଇବା ପାଇଁ ସୋନିଆଙ୍କୁ ବାଧ୍ୟ କରିଥିଲା।
ଶିବସେନା ସହ ହାତ ନ ମିଳାଇଲେ କେତେଜଣ କଂଗ୍ରେସ ବିଧାୟକ ଦଳ ଛାଡ଼ିପାରନ୍ତି ବୋଲି ମହାରାଷ୍ଟ୍ରର କଂଗ୍ରେସ ନେତାମାନେ ସୋନିଆଙ୍କୁ ଚେତାଇଦେଇଥିଲେ। ସୋନିଆଙ୍କ ପ୍ରତିନିଧି ଅହମଦ ପଟେଲ, ମଲ୍ଲିକାର୍ଜୁନ ଖାର୍ଗେ ଏବଂ କେ.ସି. ବେଣୁଗୋପଳ ସମାନ ରିପୋର୍ଟ ହାଇକମାଣ୍ଡଙ୍କୁ ଦେଇଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଜୟପୁରର ଏକ ହୋଟେଲରେ ଥିବା କଂଗ୍ରେସ ବିଧାୟକଙ୍କ ମନକଥା ସମ୍ପର୍କରେ ସୋନିଆଙ୍କୁ ଅବଗତ କରାଇଥିଲେ। ଇତିମଧ୍ୟରେ କର୍ନାଟକ ଭଳି ବିଫଳତାର ପୁନରାବୃତ୍ତି ଚାହୁଁ ନ ଥିବା କଂଗ୍ରେସ ନେତୃତ୍ୱ ମହାରାଷ୍ଟ୍ରରେ ଏପରି ଏକ ମେଣ୍ଟ ଗଢ଼ିବାକୁ ନିଷ୍ପତ୍ତି ନେଲେ, ଯାହାକି ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମ୍‌ପି) ଉପରେ ଆଧାରିତ ହେବ। କ୍ଷମତା ଭାଗବଣ୍ଟା ଚୁକ୍ତି ଅନୁସାରେ ଶେଷରେ ସିଏମ୍‌ପି ଚିଠା ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri