ମିଛରେ ନୁହେଁଁ; ସେଦିନ ସତରେ କାନ୍ଦିଥିଲି: ଦୀପକ ରଞ୍ଜନ ବୋଷ

କଳାକାରଟିଏ କେତେବେଳେ ହସି ଆମକୁ ହସାଏ ତ କେତେବେଳେ କାନ୍ଦି ଆମକୁ କନ୍ଦାଏ। ତେବେ ହସି ହସାଉଥିବା କଳାକାରଟି ଯେ ସତରେ ହସୁଥାଏ ତାହାର କିଛି ଗ୍ୟାରେଣ୍ଟି ନାହିଁ। ହୁଏତ ଭିତରେ ବି ରହିଥାଇପାରେ ଅସୁମାରି ଦୁଃଖ। ମାତ୍ର ସେ କଳାକାର। କଳା ପରିବେଷଣ କରି ଦର୍ଶକଙ୍କୁ ଖୁସି ଦବା ତା’ର ପ୍ରଥମ କାମ। ଯାତ୍ରାଜଗତର ଅଲରାଉଣ୍ଡର ଅଭିନେତା ଦୀପକ ରଞ୍ଜନ ବୋଷଙ୍କ କଥା ଶୁଣିଲେ ଠିକ୍‌ ଏଇଆ ହିଁ ମନେହୁଏ। ଦୀପକବାବୁ ତାଙ୍କ କଳାକାର ଜୀବନର ଏକ ଅଭୁଲା କଥା ବଖାଣିବାକୁ ଯାଇ କହନ୍ତି: ସେତେବେଳେ ସେ ଓମ୍‌ ଶ୍ରୀ ଯାତ୍ରାନୁଷ୍ଠାନରେ ଅଭିନୟ କରୁଥାନ୍ତି ମା’ଙ୍କର ଦେହ ଅସୁସ୍ଥ ଥାଏ। ମା’ଙ୍କର ବି ଦେଖାଶୁଣା କରୁଥାନ୍ତି। ତେବେ ଦିନେ ମା’ ଭୀଷଣ ଅସୁସ୍ଥ ହୋଇପଡ଼ିଲେ। ସେ ଆସି ମା’ଙ୍କୁ ଭୁବନେଶ୍ୱରର ଆୟୁଷ ହସ୍ପିଟାଲ୍‌ରେ ଭର୍ତ୍ତିକଲେ। ଯାତ୍ରାପାର୍ଟି ପଡ଼ିଥାଏ ମୟୂରଭଞ୍ଜ ଉଦଳାରେ। ରାତି ଏଗାରଟା। ମେଲୋଡ଼ି ଆରମ୍ଭ ହୋଇ ସାରିଲାଣି। ଆଉ ଅଧଘଣ୍ଟାଏ ପରେ ଯାତ୍ରା ଆରମ୍ଭ ହେବ। ହଠାତ ଖବର ଯାଇ ପହଞ୍ଚତ୍ଲା ମା’ ଚାଲିଗଲେ। ଦୀପୁ କହନ୍ତି : ଖବରଟା ଶୁଣି ତାଙ୍କ ଆଗରେ ଅନ୍ଧାର ଘୋଟିଗଲା। ମା’ର ମୁହଁଟା ନାଚିବାକୁ ଲାଗିଲା ଆଖି ଆଗରେ। ଲୁହ ବନ୍ଧବାଡ଼ ମାନିଲାନି। ଇଚ୍ଛା ହେଉଥିଲା ସେ ଏଇକ୍ଷଣି ଫେରିଯାଆନ୍ତେ ମା’ ପାଖକୁ। ହେଲେ ଉପାୟ ନ ଥିଲା। କଳାକାର ପରା। ଯାତ୍ରା ତ କରିବାକୁ ହେବ। ଆରମ୍ଭ ହେଲା ନାଟକ। ସେଦିନ ନାଟକ ଥିଲା ‘ଦିଅଁ ପୂଜିବାକୁ ଦେଉଳ ମନା’। ଯୋଗକୁ ପ୍ରଥମ ସିନ୍‌ ମା’ ପୁଅଙ୍କର ସିନ୍‌। ବଡ଼ଭାଇ ମା’କୁ ଗାଳିଗୁଲଜ କରୁଛି। ସେ ଯାଇ ମା’କୁ ଆଶ୍ୱାସନା ଦେଉଛନ୍ତି। ମା’ର ଦୁଃଖରେ ଦୁଃଖୀ ହେଉଛନ୍ତି। ତାଙ୍କୁ ଲାଗୁଥିଲା ଯେମିତି ସେ ଅଭିନୟ କରୁନାହାନ୍ତି। ସତକୁସତ ମଞ୍ଚରେ ଅଛନ୍ତି ତାଙ୍କ ମା’। ସେ ଅଭିନୟ ଆଉ ଅଭିନୟ ହୋଇ ରହି ନ ଥିଲା। ସତ ଘଟଣା ପାଲଟି ଯାଇଥିଲା। ଯେଉଁ ସଂଳାପ ସବୁ ବାହାରୁଥିଲା ତାହା ଯେମିତି ତାଙ୍କ ଛାତି ଭିତରୁ ବାହାରୁଥିଲା। ଆଖିରୁ ଯେଉଁ ଲୁହ ଝରୁଥିଲା ତାହା ସତସତିକା ଲୁହ ଥିଲା। ମଞ୍ଚତଳେ ଦର୍ଶକ ତାଳି ଦଉଥିଲେ। ହେଲେ ଛାତି ଭିତରେ ଦୁଃଖକୁ ଜାବୁଡ଼ି ଧରିଥିଲେ ଦୀପୁ। ସକାଳେ ସେ ଆସି ମା’ଙ୍କର ଶେଷଦର୍ଶନ କରିଥିଲେ। ଏହି ହେଉଛି ଜଣେ କଳାକାରର ଜୀବନ। ଏହାକୁ ଯିଏ ବରଦାସ୍ତ କରିପାରେ ସେ ହିଁ କଳାକାର ହୋଇପାରେ। ଆଙ୍କରିଂ କରିବା ହେଉ କି ଅଭିନୟ ପୁଣି ସବୁ ଚରିତ୍ରରେ ଅଭିନୟ କରି ସେ ନିଜକୁ ଜଣେ ଅଲରାଉଣ୍ଡର ବୋଲି ସାବ୍ୟସ୍ତ କରିପାରିଛନ୍ତି। କେନ୍ଦ୍ରାପଡ଼ାର ଇନ୍ଦୁପୁରରେ ତାଙ୍କର ଜନ୍ମ। ୨୦୦୦ ମସିହାରେ ରୁକ୍ମିଣୀ ଗଣନାଟ୍ୟକୁ ଆସିଥିଲେ ଜଣେ ଗାୟକ ହେବା ପାଇଁ। ମାତ୍ର ତାଙ୍କର ଚେହେରା ପୁଣି ଆକ୍ଟିଂର ଦକ୍ଷତା ଦେଖି ତାଙ୍କୁ ଅଭିନୟ କରିବାକୁ କୁହାଗଲା। ବାସ୍‌, ଗାୟକ ହେବାକୁ ଆସିଥିବା ଦୀପୁ ନାୟକ ବନିଗଲେ। ସମ୍ପ୍ରତି ସୂର୍ଯ୍ୟମନ୍ଦିରରେ ଅଭିନୟ ଜାରି ରଖିଥିବା ଦୀପୁ ପୂର୍ବରୁ ‘ତ୍ରିନାଥ’, ‘ଧଉଳି’, ‘ଓମ୍‌ଶ୍ରୀ’, ‘ପାର୍ବତୀ’, ‘ଗୌରୀ’ ଆଦିରେ ଅଭିନୟ କରି ନିଜର ଦକ୍ଷତା ଦେଖାଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri