ମାସ୍କ୍‌ କରୋନାଠୁ କେତେଦୂର ଦେଇ ପାରିବ ସୁରକ୍ଷା

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଭିନ୍ନ ଉପାୟ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ସେଥିମଧ୍ୟରୁ ମାସ୍କ୍‌ର ବ୍ୟବହାର କରିବା, ନିୟମିତ ଭାବେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ହାତ ଧୋଇବା ଏବଂ ଆଖି, ନାକ, ପାଟିକୁ ବାରମ୍ବାର ସ୍ପର୍ଶ ନ କରିବାକୁ କୁହାଯାଉଛି। ତେବେ ମାସ୍କ୍‌ର ବ୍ୟବହାର ଦ୍ୱାରା କେତେଦୂର କରୋନାଠାରୁ ଦୂରେଇ ରହିହେବ ସେ ନେଇ ବହୁ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ଏସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି ଯେ, ମାସ୍କ୍‌ ବ୍ୟବହାର ଦ୍ୱାରା ସମ୍ପୂର୍ଣ୍ଣ ସୁରକ୍ଷିତ ରହିହେବ ନାହିଁ। କରୋନା ଭୂତାଣୁ ଆଖି ଦ୍ୱାରା ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। ଏହା ଛଡ଼ା ଅତିକ୍ଷୁଦ୍ର ଏରୋସଲ କଣିକା ମାଧ୍ୟମରେ ମଧ୍ୟ ଏହି ଭୂତାଣୁ ବ୍ୟାପିଥାଏ। ଏହା ବାୟୁମଣ୍ଡଳରେ ଥିବା କ୍ଷୁଦ୍ର ଜଳ କଣିକା ଦ୍ୱାରା ସହଜରେ ବ୍ୟାପିଥାଏ। ଭଳି ଜଳ କଣିକାକୁ ମାସ୍କ୍‌ ପ୍ରତିରୋଧ କରେ। ସେହିପରି କେରୋନା ସଂକ୍ରମିତଙ୍କୁ ଦେଖା କରିବା ସମୟରେ ମାସ୍କ୍‌ ବ୍ୟବହାର କଲେ ଭୂତାଣୁ ନାକ ଅବା ପାଟି ଦେଇ ସୁସ୍ଥ ଲୋକଙ୍କ ଶରୀରକୁ ଆସିବାରେ ବାଧା ସୃଷ୍ଟି ହୋଇଥାଏ। ସେହିପରି ସଂକ୍ରମିତ ମାସ୍କ୍‌ ବ୍ୟବହାର କଲେ ତାଙ୍କଠାରୁ ଭୂତାଣୁ ସୁସ୍ଥ ଲୋକଙ୍କୁ ବ୍ୟାପିବାର ଆଶଙ୍କା ମଧ୍ୟ କମ ରହିଥାଏ। ସ୍ବାସ୍ଥ୍ୟକର୍ମୀ ଏବଂ ସାମାଜିକକର୍ମୀ ସଂକ୍ରମଣଠାରୁ ଦୂରେଇ ରହିବା ଲାଗି ଏଭଳି ମାସ୍କ୍‌ ବ୍ୟବହାର କରିବା ଅପରିହାର୍ଯ୍ୟ। ସେହିପରି ପରିବାରରେ କାହାଠାରେ କରୋନା ସଂକ୍ରମଣ ଲକ୍ଷଣ ଦେଖାଦେଲେ ଭୟ ନ କରି ଏହାର ମୁକାବିଲା କରିବା ଲାଗି ଆବଶ୍ୟକ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ସହିତ ଉଭୟ ସଂକ୍ରମିତ ଏବଂ ଅନ୍ୟ ସଦସ୍ୟମାନେ ମାସ୍କ୍‌ର ବ୍ୟବହାର କରିବା ଉଚିତ। କରୋନା ଭୂତାଣୁର ଦୁଇଟି ପ୍ରକାର ରହିଛି ବୋଲି ଚାଇନାର ଗବେଷକ ସୂଚିତ କରିଛନ୍ତି। ଗୋଟିଏ ପ୍ରକାର ଏଲ୍‌ ହୋଇଥିବା ବେଳେ ଅନ୍ୟଟି ଏସ୍‌। ତେବେ ଏଲ୍‌ ପ୍ରକାରଟି ଅଧିକ କ୍ରିୟାଶୀଳ। ଶୀଘ୍ର ବ୍ୟାପିବା ସହିତ ଏହି ପ୍ରକାର ଭୂତାଣୁ ମନୁଷ୍ୟ ଶରୀରରେ ଅଳ୍ପ ସମୟ ମଧ୍ୟରେ ବିଭାଜନ ପ୍ରକ୍ରିୟାରେ ବଂଶ ବିସ୍ତାର କରିଥାଏ। ଅନ୍ୟ ଭୂତାଣୁ ଭଳି ଏହା ବହୁ ସମୟ ଧରି ନିଷ୍କ୍ରିୟ ରହିପାରିଥାଏ। ଉପଯୋଗୀ କ୍ଷେତ୍ର ମିଳିଲେ ଏହି ଭୂତାଣୁ ସଂକ୍ରମିତ ହୋଇଥାଏ। ଏପରିସ୍ଥଳେ ଘର ସଫା ସମୟରେ ଉଡୁଥିବା ଧୂଳି, ରାସ୍ତାରେ ଗଲାବେଳେ ବାୟୁରେ ଉଡ଼ିବୁଲୁଥିବା ଧୂଳି, ପରାଗରେଣୁ ଅବା ଅନ୍ୟ କ୍ଷୁଦ୍ର କଣିବା ଯୋଗୁ ବହୁ ସମୟ ଛିଙ୍କ, ନାକ ରୁନ୍ଧି ହେବା ଆଦି ସମସ୍ୟା ଦେଖାଦେଇଥାଏ। ଏଭଳି ସମସ୍ୟା କରୋନା ଏଲ୍‌ ଭୂତାଣୁ ପାଇଁ ସଂକ୍ରମଣ ହେବାର ସୁଯୋଗ ସୃଷ୍ଟି କରେ। ମାସ୍କ୍‌ ବ୍ୟବହାର କରୁଥିଲେ ନାଶାପଥରେ ବାହାରର କୌଣସି ପଦାର୍ଥ ପ୍ରବେଶ କରିପାରେ ନାହିଁ। କିନ୍ତୁ ମାସ୍କ୍‌ ସମ୍ପୂର୍ଣ୍ଣ ଭାବେ କରୋନା ସଂକ୍ରମଣରୁ ଦୂରେଇ ରଖିବାରେ ଅସମର୍ଥ ହୋଇଥାଏ ବୋଲି ବିଶେଷଜ୍ଞ ମତ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri