ମାସକ ମଧ୍ୟରେ କାର୍ଯ୍ୟକାରୀ ହେବ ‘ସଫା ଆପ୍‌’

ବ୍ରହ୍ମପୁର ଅଫିସ,୨୦ା୯- ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ର ସ୍ବତନ୍ତ୍ର ସାଧାରଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତଥା ନିଗମ ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହରର ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିଲାା ଆବର୍ଜନାକୁ ବିଏମ୍‌ସି ଗାଡିଦ୍ୱାରା ସଂଗ୍ରହ କରିବାକୁ ‘ସଫା ଆପ’ ନାମରେ ଏକ ନୂତନ ଆପ ଡେପଲପ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଆପ ଆସନ୍ତା ଏକ ମାସ ମଧ୍ୟରେ ବିଏମ୍‌ସି ପକ୍ଷରୁ କାର୍ଯ୍ୟକାରୀ କରାଯିବା ନେଇ ଜିଲାପାଳ ସୂଚାଇଥିଲେ। ଏହା ମାଧ୍ୟମରେ ବିଏମ୍‌ସି ଦ୍ୱାରା ଡୋର ଟୁ ଡୋର ଆବର୍ଜନା ସଂଗ୍ରହ ପାଇଁ ବୁଲୁଥିବା ଗାଡିକୁ ବାଦ ଦେଇ ଯେ କୌଣସି ସମୟରେ ସହରବାସୀ ଗାଡି ବୁକ୍‌ କରି ନିଜର ଆବର୍ଜନା ଦେଇପାରିବେ ବୋଲି କୁହାଯାଇଥିଲା। ଏହା ବ୍ୟତୀତ ଆସନ୍ତା ଦିନରୁ ଆଇସିଟି ମାଧ୍ୟମରେ ସରକାରୀ ସଫେଇ କର୍ମଚାରୀଙ୍କ ଉପସ୍ଥାନ ନିଆଯିବା ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଘର ମଧ୍ୟରେ ଆବର୍ଜନା କମ୍ପୋଷ୍ଟିଂ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ବିଏମ୍‌ସି ପକ୍ଷରୁ ମାସିକ ୨୫ ଟଙ୍କା ପ୍ରଦାନ କରାଯିବା ସହ ବର୍ଜ୍ୟବସ୍ତୁ ପରିଚାଳନା-୨୦୧୬ ନିୟମାନୁଯାୟୀ ଆବର୍ଜନା ସଂଗ୍ରହ ପାଇଁ ଘର ପିଛା ମାସିକ ୫୦ ଟଙ୍କାର ୟୁଜର ଫି ଲାଗୁ କରାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିପାଇଁ ପ୍ରତିଘରକୁ ବାରକୋଡ ପ୍ରଦାନ କରାଯିବାକୁ ସୂଚାଯାଇଥିଲା। ଚଳିତ ବର୍ଷ ସ୍ବଚ୍ଛ ସର୍ବେକ୍ଷଣ-୨୦୨୦ ପାଇଁ ଆସନ୍ତା ଅକ୍ଟୋବର ୧୫ ରୁ ପ୍ରକ୍ରିୟା ଆରମ୍ଭ ହେବ।
ଏଥିପାଇଁ ସ୍ବଚ୍ଛତା ଆପ୍‌ ଜରିଆରେ ଜନସାଧାରଣଙ୍କୁ ଅଭିଯୋଗ ଦାଖଲ କରିବା ଦିଗରେ ସଚେତନତ କରାଯିବା ଉପରେ ଗୁରୁ୍‌ତ୍ୱ ଦିଆଯାଇଥିଲାା
ତେବେ ୨୪ ଘଣ୍ଟା ମଧ୍ୟରେ ଆପ୍‌ ଦ୍ୱାରା ଆସିଥିବା ଅଭିଯୋଗର ସମାଧାନ କରାଯିବା ଦିଗରେ ବିଏମ୍‌ସି ଅସଫଳ ହେଲେ ଉକ୍ତ ଅଭିଯୋଗକାରୀଙ୍କୁ ନିଗମ ପକ୍ଷରୁ ୨୦୦ ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବସ୍ତି ଉନ୍ନୟନ ଅଧିକାରୀ ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ରଞ୍ଜିତ ପାତ୍ରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri