ମାଲ୍‌ବାହୀ ଟ୍ରେନ୍‌ରୁ ସାର ଚୋରି

ବଲାଙ୍ଗୀର ଅଫିସ, ୨୯ା୫-ବଲାଙ୍ଗୀର ରେଳ ଷ୍ଟେଶନ୍‌ରେ ଲାଗିଥିବା ମାଲ୍‌ବାହୀ ଟ୍ରେନ୍‌୍‌ରୁ ସାର ଚୋରି ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉଭୟ ସାର ଯୋଗାଣ ଠିକାଦାର ଓ ରେଳ ସୁରକ୍ଷା ବଳ ପରସ୍ପର ବିରୋଧରେ ଦୋଷାରୋପ କରିଛନ୍ତି। ବିଶାଖାପାଟଣା ଷ୍ଟେଶନ୍‌ରୁ ବଲାଙ୍ଗୀରକୁ ଏକ ମାଲବାହୀ ଟ୍ରେନ୍‌ରେ ଇଣ୍ଡିଆନ୍‌ ପଟାସ ଲିମିଟେଡ୍‌ର ସାର ଆସିଥିଲା। ଗୁରୁବାର ମଧ୍ୟରାତ୍ରରେ ଏହି ଟ୍ରେନ୍‌ଟି ପହଞ୍ଚତ୍ଥିଲା। ଶୁକ୍ରବାର ସକାଳେ ଉକ୍ତ ମାଲବାହୀ ଟ୍ରେନ୍‌ରୁ ୭୦ ବସ୍ତାରୁ ଊର୍ଦ୍ଧ୍ୱ ସାର ଚୋରି ହୋଇଯାଇଥିବା ଇଣ୍ଡିଆନ୍‌ ପଟାସ ଲିମିଟେଡ କମ୍ପାନୀ ଠିକାଦାର ସୁବାସ ଚନ୍ଦ୍ର ପୃଷ୍ଟି ଆରପିଏଫ୍‌ ଥାନାରେ ଅଭିଯୋଗ କରିଥିଲେ। ଏହି ଚୋରିରେ ସେ ଆରପିଏଫ୍‌ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରିଛନ୍ତି। ସାର ଭର୍ତ୍ତି ୱାଗନ୍‌ର ସୁରକ୍ଷା ଦାୟିତ୍ୱରେ ଆରପିଏଫ୍‌ କର୍ମଚାରୀ ଥିବାବେଳେ ଷ୍ଟେଶନ୍‌ରୁ କିଭଳି ଚୋରି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଠାରୁ ପୂର୍ବରୁ ମଧ୍ୟ ଏଭଳି ଭାବେ ୧୫ରୁ ଅଧିକ ଥର ଚୋରି ହୋଇଥିବା ସେ ଗଣମାଧ୍ୟମକୁ କହିଛନ୍ତି। ସାର କମ୍ପାନୀ ଠିକାଦାରଙ୍କ ଏଭଳି ଅଭିଯୋଗକୁ ଆରପିଏଫ୍‌ ପୋଲିସ କର୍ମଚାରୀ କିନ୍ତୁ ଖଣ୍ଡନ କରିଛନ୍ତି। ହେଡ୍‌ କନଷ୍ଟେବଳ ଗୋକୁଳ ଚନ୍ଦ୍ର ଜୟପୁରିଆ କହିଛନ୍ତି ଯେ, ଆରପିଏଫ୍‌ କର୍ମଚାରୀ ଏଠାରେ ଠିକ୍‌ଠାକ୍‌ ଡ୍ୟୁଟି କରିଛନ୍ତି। ଏଠାରୁ ଚୋରି ହୋଇନାହିଁ। ସାର କମ୍ପାନୀ ଠିକାଦାର ୱାଗନ୍‌ ସିଲ୍‌କୁ ପୋଲିସଙ୍କ ଉପସ୍ଥିତିରେ ଖୋଲିବା କଥା, ମାତ୍ର ଏ ନେଇ ସେମାନଙ୍କୁ କୁହାଯାଇଥିଲେ ମଧ୍ୟ ସେମାନେ ସିଲ୍‌ ଖୋଲି ଦେଇଥିଲେ। ଫଳରେ ୱାଗନ୍‌ରେ ସେଠାରୁ ବାସ୍ତବରେ କେତେ ବସ୍ତା ସାର ଆସିଥିଲା ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି। ସାର ଯୋଗାଣ କମ୍ପାନୀ କର୍ମଚାରୀମାନେ ଏଠାକୁ କମ୍‌ ପରିମାଣର ସାର ଆଣି ପୋଲିସ ଉପରେ ଦୋଷାରୋପ କରୁଛନ୍ତି ବୋଲି ଜୟପୁରିଆ ଗଣମାଧ୍ୟମକୁ କହିଛନ୍ତି। ଅଧିକ ତଦନ୍ତ ହେଲେ ସବୁ ତଥ୍ୟ ଜଣାପଡିବ ବୋଲି ସେ ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ

ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ…

ଗାଈପଲକୁ ଧକ୍କା ଦେଲା ଅଜଣା ଗାଡ଼ି, ଛିଟିକି ହୋଇ ପଡିଲେ….

ବଲାଙ୍ଗୀର,୨୧।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ପେଲେସ ଲାଇନ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି । ଅଜଣା ଗାଡ଼ି…

ବନ୍ଧୁକ ଦେଖାଇ ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କୁ ଧମକ ଦେଲେ ଦୁର୍ବୃତ୍ତ, କହିଲେ ଜୀବନରୁ…

ବଲାଙ୍ଗୀର,୨୦ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ବନମାଳ ଗାଁରେ ମୁଖ୍ୟମନ୍ତ୍ରୀ ବସ୍ କର୍ମଚାରୀଙ୍କୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଗାଁ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri