ମାଲ୍‌ ପରିବହନ ହ୍ରାସ ଦେଇଥିଲା ସଙ୍କେତ; ମାନ୍ଦାବସ୍ଥାକୁ ଅଣଦେଖା କରିଛି କେନ୍ଦ୍ର

ନୂଆଦିଲ୍ଲୀ,୯-୯: ଦେଶର ଅର୍ଥନୀତି ଅଚାନକ ଧିମା ହୋଇନାହିଁ। ଦୀର୍ଘ ଦିନ ହେଲା ଏହାକୁ ନେଇ ସଙ୍କେତ ମିଳିଥିଲା। ମାଲ୍‌ ପରିବହନ କମିଯିବା, ଟ୍ରକ୍‌ ବିକ୍ରି ହ୍ରାସ ପାଇବା ଆଦିରୁ ଦେଶ ଆର୍ଥିକ ମାନ୍ଦାବସ୍ଥା ଆଡକୁ ଗତି କରୁଛି ବୋଲି ସଙ୍କେତ ମିଳିସାରିଥିଲା। କିନ୍ତୁ କେନ୍ଦ୍ରର ମୋଦି ସରକାର ଏହାକୁ କ୍ରମାଗତ ଅଣଦେଖା କରିଛନ୍ତି। ସରକାରଙ୍କ ଅନାଗ୍ରହ ତଥା ଅର୍ଥନୀତିକୁ ଗତିଶୀଳ କରିବା ଲାଗି ସ୍ପଷ୍ଟ ନୀତିର ଅଭାବ ଯୋଗୁ ଅଟୋ ସମେତ ପ୍ରାୟ ସମସ୍ତ ସେକ୍ଟର ଏବେ ମାନ୍ଦାବସ୍ଥାର ଶିକାର ହୋଇଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଦୀର୍ଘକାଳୀନ ମାନ୍ଦାବସ୍ଥା ଢ଼ାଞ୍ଚାଗତ ପ୍ରକୃତିର ହୋଇଥାଏ। ଏହାକୁ ସରକାର ଜାଣିଶୁଣି ଅଣଦେଖା କରିଛନ୍ତି। ଏହାକୁ ଦୂରେଇବା ଲାଗି ସେଭଳି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନ ଥିବାରୁ ଏବେ ମାନ୍ଦାବସ୍ଥାର ସାମ୍ନା କରିବାକୁ ପଡୁଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।

ରେଳ ମାଧ୍ୟମରେ ମାଲ୍‌ ପରିବହନ ହ୍ରାସ
ଭାରତୀୟ ରେଳ ଦ୍ୱାରା ମାଲ୍‌ ପରିବହନ ଅର୍ଥନୀତିର ସ୍ବାସ୍ଥ୍ୟାବସ୍ଥାର ସଙ୍କେତ ଦେଇଥାଏ। ମାଲ୍‌ ପରିବହନ ମାତ୍ରା ମାପିବା ଲାଗି ରେଲଓ୍ବେ ପକ୍ଷରୁ ଏକ ସୂଚକାଙ୍କ ବ୍ୟବହାର କରାଯାଇଥାଏ। ଆୟ କରାଉଥିବା ମାଲ୍‌ ଲଦିବା( ସମସ୍ତ ଷ୍ଟେଶନର,ମିଲିୟନ ଟନ୍‌ ହିସାବରେ) ଏବଂ ଆୟ କରାଉଥିବା ଏକ ନିର୍ଦ୍ଦିଷ୍ଟ ଦୂରତାରେ ମାଲ୍‌ ପରିବହନ(ବିଲିୟନ ଟନ କିଲୋମିଟର) ସୂଚକାଙ୍କ ପ୍ରୟୋଗ କରାଯାଇଥାଏ। ଆର୍ଥିକ ବର୍ଷ ୨୦୧୮-୧୯ର ଆର୍ଥିକ ସର୍ଭେରେ ୧୯୫୦-୫୧ରୁ ଅଦ୍ୟାବଧି(୨୦୧୮-୧୯, ଅସ୍ଥାୟୀ) ତଥ୍ୟ ପ୍ରଦାନ କରାଯାଇଛି। ଆର୍ଥିକ ବର୍ଷ ୨୦୦୦-୦୧ରେ ମାଲ ଲଦିବା ୪୭୩.୫ ମିଲିୟନ ଟନ ଥିଲା, ଯାହା କି ୨୦୧୧-୧୨ରେ ବୃଦ୍ଧି ପାଇ ୯୬୯.୧ ମିଲିୟନ ଟନରେ ପହଞ୍ଚତ୍ଥିଲା। ସେହିପରି ୨୦୧୮-୧୯ରେ ୧୨୨୧.୩୯ ମାଲ୍‌ ପହଞ୍ଚାଯାଇଛି। ଏଭଳି ଭାବେ ୨୦୦୦-୦୧ରୁ ୨୦୧୧-୧୨ ମଧ୍ୟରେ ମାଲ୍‌ ଲଦିବା ୧୦୪.୬୭% ବଢ଼ିଯାଇଥିଲା। ଏହି ୧୨ ବର୍ଷରେ ଏଥିରେ ବାର୍ଷିକ ହାରାହାରି ୮୭% ବୃଦ୍ଧି ପରିଲକ୍ଷିିତ ହୋଇଛି। କିନ୍ତୁ ବର୍ତ୍ତମାନ ଦଶକରେ ୨୦୧୧-୧୨ରୁ ୨୦୧୮-୧୯ ମଧ୍ୟରେ ଏଥିରେ ମାତ୍ର ୨୬.୦୩ ପ୍ରତିଶତ ବୃଦ୍ଧି ଦେଖାଯାଇଛି ଏବଂ ଗତ ୮ ବର୍ଷରେ ଏହା ହାରାହାରି ମାତ୍ର ୩.୨୫% ବଢ଼ିଛି। ଅନୁରୂପ ଭାବେ ୨୦୦୦-୦୧ରେ ମାଲ ପରିବହନ ୩୧୨.୪ ବିଲିୟନ ଟନ୍‌ କେଜି ହୋଇଥିଲା, ଯାହା କି ଆର୍ଥିକ ବର୍ଷ ୨୦୧୧-୧୨ରେ ବୃଦ୍ଧି ପାଇ ୬୬୭.୬ ବିଲିୟନ ଟନ କେଜି ହୋଇଛି। ଏହା ୨୦୧୮-୧୯ରେ ଏହା ୭୦୦.୬୬ ବିଲିୟନ ଟନ କେଜିରେ ପହଞ୍ଚତ୍ୟାଇଛି। ଏଭଳି ଭାବେ ମାଲ ପରିବହନ ୨୦୧୧-୧୨ରୁ ୨୦୧୮-୧୯ ମଧ୍ୟରେ ପ୍ରାୟ ସ୍ଥିର ରହିଛି। ଅର୍ଥାତ ୨୦୦୦-୦୧ରୁ ୨୦୧୧-୧୨ ମଧ୍ୟରେ ୧୨ ବର୍ଷରେ ମାଲ୍‌ ପରିବହନ ୧୧୩.୭ ପ୍ରତିଶତର ଜବରଦସ୍ତ ବୃଦ୍ଧି ଦେଖାଯାଇଥିଲା। ତେବେ ୨୦୧୧-୧୨ରୁ ୨୦୧୮-୧୯ ମଧ୍ୟରେ ଏଥିରେ ମାତ୍ର ୪.୯% ବୃଦ୍ଧି ଦେଖାଯାଇଛି।

ହାଇସ୍ପିଡ୍‌ ଡିଜେଲ ଖର୍ଚ୍ଚ କମିଛି
ମାଲ୍‌ ପରିବହନ କରୁଥିବା ଟ୍ରକ୍‌ଗୁଡ଼ିକରେ ବ୍ୟବହାର ହେଉଥିବା ହାଇସ୍ପିଡ ଡିଜେଲର ଖର୍ଚ୍ଚରୁ ଅର୍ଥନୀତିକୁ ଆଉ ଏକ ସଙ୍କେତ ମିଳିଥାଏ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପ୍ଲାନିଂ ଆଣ୍ଡ ଆନାଲିସିସ୍‌ ସେଲ୍‌ ଦ୍ୱାରା ପ୍ରସ୍ତୁତ ତଥ୍ୟ ମୁତାବକ ନିକଟ ଅତୀତରେ ହାଇସ୍ପିଡ୍‌ ଡିଜେଲ(ଏଚ୍‌ଏସ୍‌ଡି) ଖର୍ଚ୍ଚ ବୃଦ୍ଧି ହାର ବହୁ ପରିମାଣରେ ହ୍ରାସ ପାଇଛି। ୨୦୧୧-୧୨ରୁ ୨୧୮-୧୯ ମଧ୍ୟରେ ୮ ବର୍ଷରେ ଏଚ୍‌ଏସ୍‌ଡି ଖର୍ଚ୍ଚ ୬୪.୭୫ ମେଟ୍ରିକ ଟନରୁ ବଢ଼ି ୮୩.୫୨ ମିଲିୟନ ଟନରେ ପହଞ୍ଚତ୍ୟାଇଛି। ଏଭଳି ଭାବେ ୮ ବର୍ଷରେ ମାତ୍ର ୨୯% ଏବଂ ବାର୍ଷିକ ହାରରେ ଡିଜେଲ ଖର୍ଚ୍ଚ ୩.୬% ବୃଦ୍ଧି ପାଇଛି। କିନ୍ତୁ ଗତ ଦଶକର ୮ ବର୍ଷରେ ଅର୍ଥାତ୍‌ ୨୦୦୦-୦୧ରୁ ୨୦୦୮-୦୯ ମଧ୍ୟରେ ଏଚ୍‌ଏସ୍‌ଡି ଖର୍ଚ୍ଚ ୩୬.୫ ମିଲିୟନ ଟନରୁ ବଢ଼ି ୫୧.୭ ମିଲିୟନ ଟନରେ ପହଞ୍ଚତ୍ଥିଲା। ଏଭଳି ଭାବେ ୮ ବର୍ଷରେ ୪୧.୫% ବୃଦ୍ଧି ପରିଲକ୍ଷିତ ହୋଇଥିଲା। ବାର୍ଷିକ ଆଧାରରେ ଏହା ୫.୨% ରହିଥିଲା।

ଅଶୋଧିତ ତେଲ ଆମଦାନୀ ହ୍ରାସ
ଅଶୋଧିତ ତେଲ ଆମଦାନୀ ମଧ୍ୟ ଅର୍ଥନୀତିର ଅବସ୍ଥାକୁ ସୂଚାଇଥାଏ। ଅଶୋଧିତ ତେଲ, ଏହାର ସହାୟକ ଉତ୍ପାଦ ଡିଜେଲ, ଏଲ୍‌ପିଜି, ନାପ୍‌ଥା, ଜେଟ୍‌ ଇନ୍ଧନ, ଲ୍ୟୁବ୍‌ ଅଏଲ୍‌ ଆଦି ଆମଦାନୀ କରାଯାଇଥାଏ। ଦେଶର ଇନ୍ଧନ ଆବଶ୍ୟକତା ଏହାଦ୍ୱାରା ପୂରଣ କରାଯାଏ। ପେଟ୍ରୋଲିୟମ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଚଳିତ ଦଶକର ୮ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୧୧-୧୨ରୁ ୨୦୧୮-୧୯ ମଧ୍ୟରେ ଭାରତର ମୋଟ ଅଶୋଧିତ ତେଲ ଆମଦାନୀ ବୃଦ୍ଧି ପାଇ ୧୮୭.୫୮ ମିଲିୟନ ଟନରେ ପହଞ୍ଚତ୍ଥିଲା। ଏଭଳି ଭାବେ ଏଥିରେ ମୋଟ ୩୮.୧୭ ପ୍ରତିଶତ ଏବଂ ବାର୍ଷିକ ୪.୮ପ୍ରତିଶତ ବୃଦ୍ଧି ପାଇଛି। ତେବେ ୨୦୧୮-୧୯ରେ ତୈଳ ଆମଦାନୀରେ ୧.୩% ହ୍ରାସ ପରିଲକ୍ଷିତ ହୋଇଛି। ଅନ୍ୟପକ୍ଷରେ ଗତ ଦଶକର ୮ ବର୍ଷ ଅର୍ଥାତ୍‌ ୨୦୦୦-୦୧ରୁ ୨୦୦୮-୦୯ ମଧ୍ୟରେ ଭାରତର ଅଶୋଧିତ ତୈଳ ଓ ଅନ୍ୟାନ୍ୟ ଉତ୍ପାଦର ଆମଦାନୀ ବୃଦ୍ଧି ପାଇ ୮୫.୭୨ ମିଲିୟନ ଟନରୁ ୧୫୧.୩୬ ମିଲିୟନ ଟନରେ ପହଞ୍ଚତ୍ୟାଇଥିଲା। ଏଭଳି ଭାବେ ଏହି ଅବଧିରେ ତୈଳ ଆମଦାନୀ ୭୬.୫୮% ଏବଂ ବାର୍ଷିକ ହାରରେ ୯.୬%ର ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରୀକ ସମ୍ପର୍କ ରଖୁଥିଲେ କଲେଜର ଅଧ୍ୟାପକ, ବିବାହ ପାଇଁ କହିବାରୁ…

ଦେବଗଡ,୧୫।୪(ଶଶାଙ୍କ ଶେଖର ଝାଙ୍କର): ବିବାହ ପ୍ରଲୋଭନ ଦେଖାଇ ଜଣେ ଛାତ୍ରୀଙ୍କ ସହିତ ଶାରୀରୀକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା ଅଭିଯୋଗରେ ଏକ କଲେଜର ଜଣେ ଅଧ୍ୟାପକ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri