ମାଲିକ ସଂଘକୁ ମିଳିବ ପର୍ଯ୍ୟାପ୍ତ କ୍ଷମତା

ଭୁବନେଶ୍ୱର,୨୮ା୩(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଆପାର୍ଟମେଣ୍ଟ ମାଲିକମାନଙ୍କୁ ସୁରକ୍ଷା ଦେବା ସକାଶେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା)ବିଲ୍‌-୨୦୨୩ ଆଣିଛନ୍ତି। ସୋମବାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହାକୁ ବିଧାନସଭାର ଅନୁମୋଦନ ସକାଶେ ଉପସ୍ଥାପନ କରିଛନ୍ତି।
ଏହି ନୂତନ ବିଧେୟକରେ ଆପାର୍ଟମେଣ୍ଟ ମାଲିକ ସଂଘକୁ ପର୍ଯ୍ୟାପ୍ତ କ୍ଷମତା ଦିଆଯାଇଛି। ସଂଘର ବାଇ-ଲ’ ଅନୁଯାୟୀ ଆପାର୍ଟମେଣ୍ଟ ପରିଚାଳିତ ହେବ। ନୂଆ ବିଧେୟକ ବ୍ୟବସ୍ଥା ଅନୁଯାୟୀ ବିଲ୍‌ଡର କିମ୍ବା ପ୍ରମୋଟର କ୍ରେତାମାନଙ୍କୁ ଅକୁପାନ୍ସି ସାର୍ଟିଫିକେଟ୍‌ ଦେବାର ୩୦ ଦିନ ମଧ୍ୟରେ ସଂଘକୁ କମନ୍‌ ଏରିଆର ସମସ୍ତ ମୂଳ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ କରାଯାଇଛି। ଏଥିସହିତ କ୍ରେତାଙ୍କଠାରୁ ସିକ୍ୟୁରିଟି, ଆଡ୍‌ଭାନ୍ସ ଆକାରରେ ନେଇଥିବା ସମସ୍ତ ଅର୍ଥ ୩୦ ଦିନ ମଧ୍ୟରେ ଫେରାଇବେ। ପ୍ରକଳ୍ପରେ ୫୦ ପ୍ରତିଶତ ଅଥବା ୭ ଜଣ କ୍ରେତା ହେବା ପରେ ସଂଘ ଗଠନ କରାଯିବ। ପୂର୍ବରୁ ମାଲିକ ସଂଘ ସାଧାରଣ ଅଞ୍ଚଳ(କମନ୍‌ ଏରିଆ)ରୁ ମାଲିକାନା ହକ୍‌ ପାଇ ପାରୁ ନ ଥିଲା। ଏହି ବିଧେୟକ ପାରିତ ହେବା ପରେ ଉକ୍ତ ଅଞ୍ଚଳର ସମସ୍ତ ମାଲିକାନା ସଂଘ ହାତରେ ନ୍ୟସ୍ତ ହେବ। ଏଥିସହିତ ଆପାର୍ଟମେଣ୍ଟ ବିକ୍ରି, ଉତ୍ତରାଧିକାରୀ ସୂତ୍ରରେ ଆବଣ୍ଟନ ଆଦି କ୍ଷେତ୍ରରେ କମନ୍‌ ଏରିଆ ହସ୍ତାନ୍ତର କରାଯାଇପାରିବ। ମାତ୍ର ଉକ୍ତ ଅଂଶକୁ କୌଣସି ଉଦ୍ଦେଶ୍ୟରେ ଖଣ୍ଡ ଖଣ୍ଡ କରାଯାଇପାରିବ ନାହିଁ। ପ୍ରତ୍ୟେକ ମାଲିକ ବିଧେୟକରେ ଥିବା ଚୁକ୍ତି, ସର୍ତ୍ତ ଓ କଟକଣା ମାନିବାକୁ ବାଧ୍ୟହେବେ। ଯଦି କେହି ଏହାକୁ ଉଲ୍ଲଂଘନ କରିବେ ତେବେ ଆପାର୍ଟମେଣ୍ଟ ମାଲିକ ସଂଘ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ କ୍ଷତିଭରଣା କରିପାରିବେ। ଏଥିସହ ନିଜ ଅଧୀନରେ ଥିବା ଆପାର୍ଟମେଣ୍ଟ ଉପରେ ମାଲିକମାନେ ଋଣ କରିପାରିବେ।
ପୂର୍ବରୁ ଆପାର୍ଟମେଣ୍ଟ ବିକ୍ରୟ କରୁଥିବା ମାଲିକମାନଙ୍କ ନାମରେ କମନ୍‌ ଏରିଆର ରେକର୍ଡ ଅଫ୍‌ ରାଇଟ୍‌ସ ରହୁଥିଲା। ଏହି ବିଧେୟକ ପାରିତ ହେବାପରେ ଉକ୍ତ ଅଞ୍ଚଳ ଆପାର୍ଟମେଣ୍ଟ ଆସୋସିଏଶନ ନାମରେ ରେଜିଷ୍ଟ୍ରେଶନ ଅଧିନିୟମ-୧୯୦୮ ଅନୁଯାୟୀ ରେଜିଷ୍ଟ୍ରି କରାଯିବ। ତେବେ ରିୟଲ ଇଷ୍ଟେଟ୍‌ ଅଧିନିୟମ(ବିନିୟମ ଓ ଉନ୍ନୟନ)ଆଇନ-୨୦୧୬ ପରେ ଯଦି କୌଣସି ଆପାର୍ଟମେଣ୍ଟ ବିକ୍ରି ହୋଇଥିବ ଏବଂ କମନ୍‌ ଏରିଆ ଆସୋସିଏଶନ ନାମରେ ଆର୍‌ଓଆର୍‌ ହୋଇ ନ ଥିବ ସେକ୍ଷେତ୍ରରେ ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା)ବିଲ୍‌-୨୦୨୩ ବ୍ୟବସ୍ଥା ଅନୁଯାୟୀ ରେଜିଷ୍ଟ୍ରି କରାଯିବାକୁ ବ୍ୟବସ୍ଥା ହୋଇଛି। ଆପାର୍ଟମେଣ୍ଟ ମାଲିକମାନେ ସଂଘର ବାଇ-ଲ’କୁ ମାନି ଚଳିବାକୁ ହେବ। କମନ୍‌ ଏରିଆ ଯେଉଁ ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ କେବଳ ସେହି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ଆପାର୍ଟମେଣ୍ଟ ସଂଘର ନୀତିନିୟମକୁ କୌଣସି ପରିସ୍ଥିତିିରେ ବାଧା ଦେବା କିମ୍ବା ହସ୍ତକ୍ଷେପ କରାଯାଇପାରିବ ନାହିଁ। ନିଜ ଆପାର୍ଟମେଣ୍ଟକୁ ନିଜ ଖର୍ଚ୍ଚରେ ମରାମତି କିମ୍ବା ରକ୍ଷଣାବେକ୍ଷଣ କରିପାରିବେ। ମାତ୍ର ସାଧାରଣ ସ୍ଥାନରେ ଥିବା କୌଣସି ଭାଗକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ। ଆପାର୍ଟମେଣ୍ଟ କାନ୍ଥ କିମ୍ବା ସାଧାରଣ ସ୍ଥାନରେ ପୋଷ୍ଟର, ହୋର୍ଡିଂ ଲଗାଇପାରିବେ ନାହିଁ। ଆପାର୍ଟମେଣ୍ଟରେ କୌଣସି ଅଦଳବଦଳ କିମ୍ବା ଯୋଗ କରିପାରିବେ ନାହିଁ। ମାଲିକ ସଂଘର ଲିଖିତ ଅନୁମତି ନ ନେଇ ବାହାରପଟ ଝରକା କିମ୍ବା କାନ୍ଥର ରଙ୍ଗ ବଦଳାଇ ପାରିବେ ନାହିଁ। ଶିଡ଼ି କିମ୍ବା ସାଧାରଣ ଯାତାୟାତ ସ୍ଥାନରେ ଓଜନିଆ ଜିନିଷ ରଖିପାରିବେ ନାହିଁ। ଆପାର୍ଟମେଣ୍ଟ ମାଲିକ ଭଡ଼ାଟିଆମାନଙ୍କର କୌଣସି କାର୍ଯ୍ୟ ବା ତ୍ରୁଟି ପାଇଁ ଦାୟୀ ରହିବେ। ଆପାର୍ଟମେଣ୍ଟ ବ୍ୟବହାର ନ କଲେ ମଧ୍ୟ ସାଧାରଣ ବ୍ୟୟ ବାବଦକୁ ନିଜର ଅଂଶ ଦେବାକୁ ବାଧ୍ୟ। ଆପାର୍ଟମେଣ୍ଟ ବିକ୍ରି ପରେ ବକେୟା ଥିବା ସମସ୍ତ ସାଧାରଣ ଦେୟ ଦେବାକୁ ପଡ଼ିବ। ଜଣେ କ୍ରେତା ଯେତୋଟି ଆପାର୍ଟମେଣ୍ଟ କ୍ରୟ କଲେ ମଧ୍ୟ ସଂଘର ଜଣେ ସଦସ୍ୟ ରୂପେ ବିବେଚିତ ହେବା ସହ ଗୋଟିଏ ଭୋଟ୍‌ ଦେବା ଅଧିକାର ପାଇବେ। ଯଦି ଆପାର୍ଟମେଣ୍ଟ କ୍ରେତାଙ୍କ ନାମରେ ଦଲିଲ ହୋଇ ନ ଥିବ ତେବେ ସେ ସଂଘର ସଦସ୍ୟ ହୋଇପାରିବେ ନାହିଁ। ଆପାର୍ଟମେଣ୍ଟ ମାଲିକ ସଂଘ ଗଠନ କରିବା ସହ ବିଧେୟକ କାର୍ଯ୍ୟକାରୀ ହେବାର ୬ ମାସ ଭିତରେ ପଞ୍ଜୀକରଣ କରିବାକୁ ହେବ। ପୂର୍ବରୁ ଥିବା ସଂଘଗୁଡ଼ିକ ମଧ୍ୟ ଏହି ବିଧେୟକ ଅନୁଯାୟୀ ପରିଚାଳିତ ହେବେ। ଉକ୍ତ ବିଧେୟକ କାର୍ଯ୍ୟକାରୀ ହେବାପରେ ପୂର୍ବର ପ୍ରଚଳିତ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨ ଅକାମୀ ହୋଇଯିବ।
ଏଠାରେ ସୂଚନାଯୋଗ୍ୟ, ପୁରୁଣା ଅଧିନିୟମରେ ଆପାର୍ଟମେଣ୍ଟ ସଂଘର ମାଲିକାନା ନେଇ କୌଣସି ବ୍ୟବସ୍ଥା ନ ଥିଲା। ଏ ନେଇ ହାଇକୋର୍ଟରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଏଥିଯୋଗୁ ଗତ କିଛିମାସ ହେବ ଆପାର୍ଟମେଣ୍ଟ ପଞ୍ଜୀକୃତ କିମ୍ବା ବିକ୍ରି ହୋଇପାରୁ ନ ଥିଲା। ଫଳରେ ରାଜ୍ୟ ସରକାରଙ୍କର ବହୁ ରାଜସ୍ବ ହାନି ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ ୨୦୨୩ ଆଗତ ହୋଇଛି। ଏଥିରେ ଆପାର୍ଟମେଣ୍ଟ ସଂଘ ମାଲିକାନା ସହ ଆପାର୍ଟମେଣ୍ଟଗୁଡ଼ିକର ବୀମା, ୩୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଢାଞ୍ଚାଗୁଡ଼ିକର ଗୁଣବତ୍ତା ପରୀକ୍ଷା, କ୍ଷମତାପ୍ରାପ୍ତ ପ୍ରାଧିକାରୀଙ୍କ ନିର୍ଦ୍ଦେଶ ବିରୋଧରେ ଅପିିଲ ଆଦି ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆଗଦା ଭୁଶୁଡ଼ି ଚାଲିଗଲା ୪ ଜୀବନ: ୩୪ ଫସିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି…

ମାନିଲା,୧୦ା୧: କେନ୍ଦ୍ରୀୟ ଫିଲିପାଇନ୍ସରେ ଏକ ଅଳିଆଗଦା ଭୁଶୁଡ଼ି ଅନୂ୍ୟନ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳିଆ ତଳେ ୩୪ ଜଣ ଫସିରହିଥିବା ଆଶଙ୍କା କରାଯାଉଛି।...

ସୁନାଦେଈ କପ୍‌ କ୍ରିକେଟ: ଉଦ୍ୟାନବନ୍ଧ ଚାମ୍ପିୟନ

ନୂଆପଡ଼ା,୭ା୧(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା କଣାଭଏଁରା ଖେଳ ପଡ଼ିଆରେ ୮ତମ ଜୟ ମା’ ସୁନାଦେଈ କପ୍‌ କ୍ରିକେଟ ଶନିବାର ଉଦ୍‌ଯାପିତ...

EPFO Profile ଅପ୍‌ଡେଟ୍‌: ନାମ-ଜନ୍ମତାରିଖରୁ ନେଇ ବୈବାହିକ ସ୍ଥିତି ଯାଏ ପରିବର୍ତ୍ତନ କରିବାର ସହଜ ଉପାୟ

ନୂଆଦିଲ୍ଲୀ,୧୦।୧: ସାରା ଦେଶରେ କୋଟି କୋଟି ପ୍ରାଇଭେଟ ସେକ୍ଟର କର୍ମଚାରୀ ଏମ୍ପ୍ଲଏ ପ୍ରୋଭିଡେଣ୍ଟ ଫଣ୍ଡ (EPF) ସହ ଜଡ଼ିତ ଅଛନ୍ତି। ସମ୍ପ୍ରତି ଇପିଏଫଓ (EPFO) ସବସ୍କ୍ରାଇବରମାନଙ୍କୁ...

ଅଯୋଧ୍ୟା ରାମ ମନ୍ଦିରରେ ପଶି ନମାଜ ପାଠ ପାଇଁ କରୁଥିଲେ ଉଦ୍ୟମ: ଆଉ ତା’ ପରେ…

ଅଯୋଧ୍ୟା,୧୦ା୧: ଅଯୋଧ୍ୟା ରାମମନ୍ଦିର ପରିସରରେ ପ୍ରବେଶ କରି ନମାଜ ପାଠ ଉଦ୍ୟମ କରୁଥିବା କଶ୍ମୀରର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ କଶ୍ମୀର...

ଦାରିଙ୍ଗବାଡି ଶୀତ ମହୋତ୍ସବ: ତୃତୀୟ ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ; ହସାଇହସାଇ ବେଦମ କଲେ…

ଦାରିଙ୍ଗବାଡି, ୧୦ା୧ (ଅରୁଣ ସାହୁ )-ଏକାଦଶ ତମ ଦାରିଙ୍ଗବାଡି ଶୀତ ମହୋତ୍ସବର ତୃତୀୟ ଦିବସର ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା।...

୧୨ ବର୍ଷ ବ୍ୟବଧାନ ପରେ ଭାରତକୁ ଫେରିଛି ଫିଫା ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୧୦।୧: ଜୁନ ୧୧ ତାରିଖରୁ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ ଟୁରର ଅଂଶବିଶେଷ ଭାବେ ଟ୍ରଫି ଶନିବାର ଭାରତରେ ପହଞ୍ଚିଛି। ୩...

ଚାଉଳ ଚୋରି କରି ବନ୍ଧା ହେଲେ ୩ ଅଭିଯୁକ୍ତ ଗିରଫ

ଖଡ଼ିଆଳ,୧୦ା୧ (ସୁଜିତ କୁମାର ପ୍ରଧାନ)- ଏକ ଚୋରି ଘଟଣାରେ ଖଡିଆଳ ପୋଲିସ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କଠାରୁ ଚୋରି ଚାଉଳ ଜବତ କରିଛି।...

ଜାତୀୟ ତାଏକୋଣ୍ଡୋ ପ୍ରତିଯୋଗିତା: ଚମକିଲେ କଳାହାଣ୍ଡିର ପ୍ରତିଯୋଗୀ

ଭବାନୀପାଟଣା,୧୦।୧(ଉତ୍ତମ କୁମାର ଦାଶ): ଗୁଜୁରାଟର ଅହମଦାବାଦ କୋବାସ୍ଥିତ ପ୍ରେକ୍ଷାଧ୍ୟାନ ଏକାଡେମୀରେ ଡିସେମ୍ବର ଶେଷରେ ୪୦ତମ ଜାତୀୟ ଆଇଟିଏଫ ତାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗୁଜରାଟ ତାଏକୋଣ୍ଡୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri