ମାଲକାନଗିରି ଜିଲା ଚିଠି: ପ୍ରହସନ ପାଲଟିଛି ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଉଦ୍ଧାର ଯୋଜନା; କାହା ପାଖରେ ତଥ୍ୟ ନାହିଁ

ଦେଶରେ ଶିଶୁମାନଙ୍କ ସୁରକ୍ଷା, ଯତ୍ନ, ଖାଦ୍ୟପେୟ, ଶିକ୍ଷାଦାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଜିଲାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଚାଇଲ୍ଡଲାଇନ୍‌, ଶିଶୁ ମଙ୍ଗଳ ସମିତି, ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ସମନ୍ବିତ ଶିଶୁ ବିକାଶ ବିଭାଗ କାର୍ଯ୍ୟ କରୁଛି। ହେଲେ ଏହି ବିଭାଗଗୁଡିକର କାହା ସହିତ କାହାର ସମନ୍ବୟ ନାହିଁ। ବିଭିନ୍ନ ସମୟରେ ଉଦ୍ଧାର ହେଉଥିବା ଶିଶୁମାନେ କେଉଁଠାରେ କେଉଁ ପରିସ୍ଥିତିରେ ଅଛନ୍ତି ତାହାର ତଦାରଖ ହେଉନାହିଁ। ତଥ୍ୟ ଅନୁଯାୟୀ, ଜିଲା ଚାଇଲ୍ଡଲାଇନ ପକ୍ଷରୁ ୨୦୧୭ରୁ ୨୦୧୯ ଜୁନ୍‌ ମଧ୍ୟରେ ୮୬୧ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ଜିଲା ଶିଶୁ ସୁରକ୍ଷା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା। କାଉନସେଲିଂ ପରେ ସେମାନଙ୍କ ମଧ୍ୟରୁ କେତେଜଣ ୧୮ ବର୍ଷରୁ ଊର୍ଦ୍ଧ୍ୱ ଜଣାପଡିବା ପରେ ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିଲା। ଏବେ ସେହି ଯୁବତୀ ଯୁବକମାନେ ନିଜ ଅଞ୍ଚଳରେ ଶିକ୍ଷା ଗ୍ରହଣ କରୁଛନ୍ତି ନା ଡ୍ରପ୍‌ ଆଉଟ୍‌ ହୋଇଛନ୍ତି ତାହା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଯଦି ସେହି ଯୁବତୀଯୁବକମାନେ ଅଳ୍ପ ଶିକ୍ଷିତ ଥିଲେ ସେମାନଙ୍କ ପାଠପଢ଼ା ଦାୟିତ୍ୱ ସରକାର ବହନ କରିବାର ନିୟମ ରହିଛି। ଜିଲା ଶିଶୁ ମଙ୍ଗଳ ସମିତି ଏବଂ ଜିଲା ଶିଶୁ ସୁରକ୍ଷା ସମିତିର ତଥ୍ୟ ଅନୁଯାୟୀ, ୨୦୧୭-୧୮ରେ ୧୧୧ଜଣ ଶିଶୁ ଶ୍ରମିକ ଏବଂ ୨୦୧୮-୧୯ରେ ୬୦ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଯେଉଁମାନେ ଅଳ୍ପ ପାଠ ପଢିଥିଲେ ସେହି ପିଲାଙ୍କୁ ଜିଲାର ବିଭିନ୍ନ ବିଦ୍ୟାଳୟ ଛାତ୍ରାବାସରେ ରଖି ଶିକ୍ଷାଦାନ କରାଯାଉଛି। ଖାଦ୍ୟପେୟ ଦାୟିତ୍ୱ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ କରାଯାଇଛି। ଉଦ୍ଧାର ଶିଶୁଙ୍କ ମଧ୍ୟରୁ ଯେଉଁମାନେ ପାଠ ପଢିନାହାନ୍ତି ସେମାନଙ୍କୁ ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ହେଲେ ଏବେ ସେମାନେ କ’ଣ କରୁଛନ୍ତି ସେ ଖବର କାହା ପାଖରେ ନାହିଁ। ସେହି ଶିଶୁମାନେ ହୁଏତ ପୁଣି ଥରେ ଶିଶୁଶ୍ରମିକ ଭାବେ କାମ କରିବାକୁ ଜିଲା ବାହାରକୁ ଯାଇଥାଇପାରନ୍ତି, ତା’ର ହିସାବ କାହା ପାଖରେ ନାହିଁ। ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଜଣାପଡିଛି, ଜିଲାରେ ଏଯାଏ ୩୨ହଜାର ୯୨୦ଜଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଶିଶୁ ମଙ୍ଗଳ, ଶିଶୁ ସୁରକ୍ଷା ଏବଂ ଶ୍ରମ ବିଭାଗ ଜିଲାର ୧୬ଟି ସ୍ଥାନରେ ଚଢାଉ କରି ୪୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିବାବେଳେ ଏଥିରେ ସମ୍ପୃକ୍ତ ଦଲାଲ ଏବଂ ସଂସ୍ଥାର ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଛି। ଜଣଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ୧୫ ଜଣଙ୍କୁ ନୋଟିସ ଜାରି କରାଯାଇଛି। ଅନ୍ୟପକ୍ଷେ ଜିଲାର ସ୍ବାଭିମାନ ଅଞ୍ଚଳରେ ଅନେକ ଅଙ୍ଗନଓ୍ବାଡି କେନ୍ଦ୍ରରେ ୦ ରୁ ୫ ବର୍ଷର ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। କେନ୍ଦ୍ରଗୁଡିକ ବନ୍ଦ ଥିବା ନେଇ ଗତ ୨୬ ତାରିଖରେ ୪ଟି ପଞ୍ଚାୟତର ଲୋକେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାଲକାନଗିରି ଜିଲା ଶିଶୁ ଗୃହରେ ଏବେ ୪୮ ଜଣ ଅନାଥ ଝିଅ ପୁଅ ରହୁଛନ୍ତି। ସେମାନଙ୍କ ପାଇଁ ଏପର୍ଯ୍ୟନ୍ତ ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଖାଦ୍ୟପେୟ, ପୋଷାକ, ପାଠ୍ୟ ପୁସ୍ତକ ଆଦି ଯୋଗାଇ ନାହାନ୍ତି। ସମ୍ପୃକ୍ତ ସଂସ୍ଥା ନିଜସ୍ବ ଅର୍ଥ ଏବଂ ଧାର କରଜ କରି ଏହି ପିଲାମାନଙ୍କୁ ଚଳାଉଛନ୍ତି। ଏଥିରୁ ସ୍ପଷ୍ଟ ଯେ, ସରକାରଙ୍କ ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ଉଦ୍ଧାର ଯୋଜନା ପ୍ରହସନ ପାଲଟିଛି।
– ଦୁର୍ଯ୍ୟୋଧନ ପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri