ମାର୍ଚ୍ଚ ୫ରୁ ମାଲ୍ୟଗିରି ମହୋତ୍ସବ

ପାଲଲହଡା,୫।୨(ଡି.ଏନ.ଏ.) – ପାଲଲହଡ଼ା ଉପଖଣ୍ଡରେ ପୁଣିଥରେ ଆରମ୍ଭ ହେବ ମାଲ୍ୟଗିରି ମହୋତ୍ସବ। ଆସନ୍ତା ମାର୍ଚ୍ଚ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ଏ ନେଇ ମତଗଣନା କେନ୍ଦ୍ରଠାରେ ସୋମବାର ଏକ ପ୍ରସ୍ତୁତି ବୈଠକ ଉପଜିଲାପାଳ ଅଜିତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ମୁକେଶ କୁମାର ପାଲ ଯୋଗ ଦେଇଥିଲେ। ସର୍ବସମ୍ମତି କ୍ରମେ ଚଳିତ ବର୍ଷଠାରୁ ଏହି ମହୋତ୍ସବ ପୁନର୍ବାର ଆରମ୍ଭ କରିବା ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା।
ମହୋତ୍ସବ ପାଇଁ ଗଠିତ କମିଟିର ସ୍ଥାୟୀ ଅଧ୍ୟକ୍ଷ ଦାୟିତ୍ୱ ବିଧାୟକ ପାଲ ନେଇଥିବା ବେଳେ ଉପଜିଲାପାଳ ସ୍ଥାୟୀ ଆବାହକ, ବିଡିଓ କମିଟି ସମ୍ପାଦକ କାର୍ଯ୍ୟ ତୁଲାଇବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେହିପରି ମହୋତ୍ସବର ସୁପରିଚାଳନା ପାଇଁ ଏହି କମିଟି ଅଧୀନରେ ୮ ଗୋଟି ଉପକମିଟି କାର୍ଯ୍ୟ କରିବ ବୋଲି ସ୍ଥିର କରାଯାଇଥିଲା। ଏହି ମହୋତ୍ସବରେ ପଲ୍ଲିଶ୍ରୀ ମେଳା, କବି ସମ୍ମିଳନୀ, ଲୋକକଳା, ଆଦିବାସୀ ନୃତ୍ୟ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଅନ୍ୟମାନଙ୍କ ମଧ୍ୟରେ ପାଲଲହଡା ରାଜା ସାହେବ ରାମଚନ୍ଦ୍ର ମୁନୀପାଳ, ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ, ପୂର୍ବତନ ଜିଲାପରିଷଦ ଉପସଭାପତି ଗଙ୍ଗାଧର ଜିତ, ତହସିଲଦାର ସ୍ବାଗତ ଦାସ, ଥାନା ଅଧିକାରୀ କିଶୋର ଚନ୍ଦ୍ର ସାମଲ, ସମିତିସଭ୍ୟ ଦିଲୀପ ଉଦାବଳଙ୍କ ସହ ଅଞ୍ଚଳର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋହିଗାଁ’ରୁ ବନ୍ଧାହେଲେ ୨୦ ଜୁଆଡି: ୫ ଲକ୍ଷ ୪୪ ହଜାର ଟଙ୍କା ସହ…

ବ୍ରହ୍ମପୁର, ୪/୬(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ରୋହିଗାଁରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡାରେ ଚଢାଉ କରିଥିଲା। ସେଠାରୁ…

ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ଦାରିଙ୍ଗବାଡି ମନୋନୀତ:ଚାଷ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ ଆଣିଛି ଖୁସିର ମୂହୁର୍ତ୍ତ। ପ୍ରଚଣ୍ଡ ଖରାରେ ଚାଷ ଜମି ଫାଟି ଆଁ କରିଥିବାବେଳେ ଏବେ ବର୍ଷା…

କାଠଯୋଡି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର: ବ୍ୟାଗ-ଚପଲ ରଖି…

କଟକ,୪।୬(ପ୍ରଭୁକଲ୍ୟାଣ ପାଲ୍‌): କାଠଯୋଡି ନଦୀରୁ ପୁଣି ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଟକ ତ୍ରିଶୁଳିଆ ପୋଲ ତଳେ ଭାସୁଛି ମହିଳାଙ୍କ ମୃତଦେହ। ଉଦ୍ଧାର କଲା ଅଗ୍ନିଶମ…

ଅକାମୀ ହୋଇପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମର: ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

ଆର. ଉଦୟଗିରି,୪।୬(ମନୋଜ କୁମାର ପାଢୀ):ଅକାମୀ ହୋଇଛି ବିଦ୍ୟୁତ ଟ୍ରାନ୍ସଫର୍ମର। ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଜପତି ଜିଲା…

ବାଦ୍ୟଯନ୍ତ୍ର ନିର୍ମାଣରେ ସିଦ୍ଧହସ୍ତ ରତ୍ନାକର: ପ୍ରୋତ୍ସାହନ ଅଭାବରୁ ବିତୁଛି ଅବହେଳିତ ଜୀବନ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ):ପଶ୍ଚିମ ଓଡ଼ିଶାର ଲୋକକଳାର ବିଭିଧତା ଓ ବିଭବତାକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି। ଦ୍ୱିତୀୟତଃ ଲୋକକଳା ଅଛି…

ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନକିଣା: ଗର୍ଜିଲେ ଚାଷୀ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ସପ୍ତାହକ ପରେ ଏହି ପ୍ରକ୍ରିୟାକୁ ମାସେ ବିତିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ…

ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟା: ଦୀପ୍ତିରେଖା-କୁଲଦୀପଙ୍କ ଗୀତରେ ବିଭୋର ହେଲେ ଶ୍ରୋତା

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri