ମାର୍ଚ୍ଚ ୨ରେ ସମବାୟ ସମିତିରେ ମୋ’ ସରକାର: ଯୋଡ଼ିହେବ ଏଆର୍‌ସିଏସ୍‌, ପ୍ୟାକ୍ସ, ଲ୍ୟାମ୍ପ୍ସ, ସିସିବି

ଯାଜପୁର ଅଫିସ,୧।୩: ଲୋକମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଜନସାଧାରଣଙ୍କ ସେବା ପାଇଁ ସବୁ ସରକାରୀ ଅନୁଷ୍ଠାନ ସୃଷ୍ଟି କରାଯାଇଛି। ସବୁ ସରକାରୀ କର୍ମଚାରୀ ଲୋକଙ୍କ ପାଇସାରୁ ହିଁ ବେତନ ପାଆନ୍ତି ା ଗଣତନ୍ତ୍ରରେ ସରକାରୀ ଅନୁଷ୍ଠାନ ହେଉଛି ଲୋକଙ୍କ ସମ୍ପତ୍ତି ଏବଂ ଲୋକମାନେ ହେଉଛନ୍ତି ସରକାରୀ ଅନୁଷ୍ଠାନର ପ୍ରକୃତ ମାଲିକ। ଏହି ବିଚାରଧାରାକୁ ଭିତ୍ତିକରି ସରକାରୀ ଅନୁଷ୍ଠାନକୁ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ କର୍ମଚାରୀମାନେ କିପରି ବୃତ୍ତିଗତ ଓ ସେବା ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ଅବଗତ ହେବା ନିମନ୍ତେ ମୋ ସରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହିକ୍ରମରେ ୨ା୩ା୨୦୨୦ରେ ଉପନିବନ୍ଧକ ସମବାୟ ସମିତି ସମୂହ(ଡିଆରସିଏସ୍‌), ସହକାରୀ ନିବନ୍ଧକ ସମବାୟ ସମିତି ସମୂହ(ଏଆର୍‌ସିଏସ୍‌), କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ସିସିବି), ପ୍ରାଥମିକ ସେବା ସମବାୟ ସମିତି(ପ୍ୟାକ୍ସ) ଏବଂ ଲାର୍ଜ ଏରିଆ ମଲ୍‌ଟିପର୍‌ପୋସ୍‌ କୋପୋରେଟିଭ ସୋସାଇଟି(ଲ୍ୟାମ୍ପ୍ସ) କାର୍ଯ୍ୟାଳୟ ମୋ’ ସରକାରରେ ଯୋଡ଼ି ହେବାକୁ ଯାଉଛି। ତେବେ ଯାଜପୁର ଜିଲାର ଅଧିକାଂଶ ପ୍ୟାକ୍ସରେ ଧାନ କିଣାରେ ଚାଷୀଙ୍କ ନାମରେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି କୋଟିକୋଟି ଟଙ୍କା ହଡ଼ପ ହୋଇଥିବା ପ୍ରମାଣିତ ହୋଇଛି। ତେଣୁ ମୋ’ ସରକାର ଏହି ମହାଦୁର୍ନୀତି ବିରୋଧରେ କେତେଦୂର ରୋକ ଲଗାଇ ପାରୁଛି ତାକୁ ଦେଖିବାକୁ ବାକି ରହିଲା।
ରାଜ୍ୟ ସରକାରଙ୍କ ସମବାୟ ବିଭାଗ ସଚିବ ବୀର ବିକ୍ରମ ଯାଦବ ତାଙ୍କ ପତ୍ରସଂଖ୍ୟା ୨୬୪୧/୨୭ା୨ା୨୦୨୯ରେ ଆସନ୍ତା ୨ତାରିଖରୁ ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌, ସିସିବି, ପ୍ୟାକ୍ସ ଓ ଲ୍ୟାମ୍ପ୍ସ କାର୍ଯ୍ୟାଳୟରେ ମୋ’ ସରକାର ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି। ଏଥିପାଇଁ ମୋ’ ସରକାର ବ୍ୟବସ୍ଥାରେ ଉର୍ଦ୍ଦିଷ୍ଟ ଆବଶ୍ୟକ ପଦକ୍ଷେପ ଓ କାର୍ଯ୍ୟ ସମ୍ପନ୍ନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏବେଠାରୁ କାର୍ଯ୍ୟାଳୟରେ ସମବାୟ ବିଭାଗ ପରିବର୍ତ୍ତେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ କାର୍ଯ୍ୟାଳୟ, ଯାଜପୁର ଲୋକଙ୍କ ସେବା ପାଇଁ ଅଛି ବୋଲି ଲେଖାଯିବ। ଏହା ୪/୨.୫ ଫୁଟ ଆକାରରେ ଷ୍ଟିଲ୍‌ଫ୍ରେମରେ ଲେଖାଯିବା ସହ କାର୍ଯ୍ୟାଳୟର ସମ୍ମୁଖ ଭାଗରେ ରଖାଯିବ ା କାଯର୍‌ୟାଳୟର ସମ୍ମୁଖ ଭାଗରେ୧୪୫୪୫ ଟୋଲ ନମ୍ବର ସ୍ପଷ୍ଟ ଭାବେ ପ୍ରଦର୍ଶନ କରାଯିବ। ଏହାବାଦ ମୋ’ ସରକାର ଲେଖାଥିବା ଏକ ପୋଷ୍ଟାର ସ୍ପଷ୍ଟ ଭାବେ ପ୍ରଦର୍ଶନ ହେବା ଉଚିତ ଏବଂ ଏହିସବୁ କାର୍ଯ୍ୟ କାର୍ଯ୍ୟାଳୟ କଣ୍ଟିଜେନ୍ସି ଫଣ୍ଡରୁ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ହୋଇଛି। ଏଆର୍‌ସିଏସ୍‌ ଏହିସବୁ ବ୍ୟବସ୍ଥାର ଫଟୋ ସହ ଡିଆର୍‌ସିଏସ୍‌ଙ୍କୁ ଜଣାଇବା ସହ ବିଭାଗୀୟ ହ୍ବାଟ୍ସଆପ୍‌ରେ ଅପ୍‌ଲୋଡ କରିବାକୁ କୁହାଯାଇଛି। ଏନେଇ ରାଜ୍ୟ ନିବନ୍ଧକ ସମବାୟ ସମିତି ସମୂହଆର୍‌ସିଏସ୍‌(ଆର୍‌ସିଏସ୍‌) ମଧ୍ୟ ତାଙ୍କ ପତ୍ରସଂଖ୍ୟା ୬୫୦୯/୨୮ା୨ା୨୦୨୦ରେ ସମସ୍ତ ଡିଆର୍‌ସିଏସ୍‌ ଓ ଏଆର୍‌ସିଏସ୍‌ଙ୍କୁ ଅବଗତ କରାଇଛନ୍ତି। ପ୍ୟାକ୍ସ ଓ ଲ୍ୟାମ୍ପ୍ସରେ ମୋ’ ସରକାର ବ୍ୟବସ୍ଥା ଲାଗୁ ହେବା ପରେ ଦୁର୍ନୀତି, ଅନିୟମିତତା ଓ ଜାଲସାଦି କାର୍ଯ୍ୟ ନିୟନ୍ତ୍ରଣ ହେବ ବୋଲି ଜିଲାବାସୀ ଆଶାପ୍ରକଟ କରିଛନ୍ତି। ତେବେ ପୂର୍ବରୁ ଦୁର୍ନୀତିରେ ଛନ୍ଦି ହୋଇଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ସମୟ ହିଁ କହିବ ବୋଲି ମତପ୍ରକାଶ ପାଉଛି। ଅନେକ ସମୟରେ ଯାଜପୁର ଜିଲାର ପ୍ୟାକ୍ସ, ଲ୍ୟାମ୍ପ୍ସ, ସିସିବି ପ୍ରଭୃତି କାର୍ଯ୍ୟାଳୟରେ ସମ୍ପୃକ୍ତ ଚାଷୀ ଓ ସଭ୍ୟମାନେ ହଇରାଣ ହେବା ସହିତ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି। ଏପରି କି ସରକାର ଆର୍ଥିକ କ୍ଷତିର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ମାର୍କଣ୍ଡପୁର, କୋରେଇ ବ୍ଲକ ବନ୍ଦାଳ, ରସୁଲପୁର ବ୍ଲକ ବ୍ରହ୍ମବରଦା, ଧର୍ମଶାଳା ବ୍ଲକ ରଖିଦେଇପୁର, ମହିଶରା ପ୍ରଭୃତି ପ୍ୟାକ୍ସରେ ପୂର୍ବରୁ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହିସବୁ ପ୍ୟାକ୍ସରେ ତଦନ୍ତ ଚାଲିଥିବାବେଳେ ମାର୍କଣ୍ଡପୁର ପ୍ୟାକ୍ସର ସମ୍ପୃକ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳପୁର ସିସିବିରେ ମଧ୍ୟ ବ୍ୟାପକ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ମୋ’ ସରକାର ବ୍ୟବସ୍ଥା ଲାଗୁ ହେବା ପରେ ଚାଷୀଙ୍କ ନାମରେ ଜାଲ କାଗଜପତ୍ର ପ୍ରସ୍ତୁତ କରି ଅର୍ଥ ହରିଲୁଟ କାର୍ଯ୍ୟ ବନ୍ଦ ହେବାର ସମ୍ଭାବନା ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଯାଜପୁର ଏଆର୍‌ସିଏସ୍‌ ଶରତଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ ମୋ’ ସରକାର ବ୍ୟବସ୍ଥା ପାଇଁ ସବୁପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଟୋଲ୍‌ ଫ୍ରି ନମ୍ବର, ସହକାରୀ ନିବନ୍ଧକ ଯାଜପୁର ମଣ୍ଡଳ ଜନସାଧାରଣଙ୍କ ସେବାରେ ଆଦି ପୋଷ୍ଟର ପ୍ରଦର୍ଶନ ହୋଇ ସାରିଛି। ରାଜ୍ୟ ସରକାରଙ୍କ ମୋ’ ସରକାର ବ୍ୟବସ୍ଥାକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବାକୁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?