ମାରୁତି କଲ୍ୟାଣ ମଣ୍ଡପରେ ନିଅଁ।

ଫୁଲବାଣୀ ଅଫିସ, ୨୮ା୪-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ହାଟପଦାରେ ଥିବା ବେଆଇନଭାବେ  ଗଢି ଉଠିଥିବା ମାରୁତି କଲ୍ୟାଣ ମଣ୍ଡପରେ ଶନିବାର ପୂର୍ବାହ୍ନରେ ନିଅଁ।  ଲାଗିଛି ।  ବିଦ୍ୟୁତ୍‌ ଶର୍ଟ ଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି ା ଠିକ୍‌ ସମୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚିବାରୁ ବଡ ଧରଣର ଅଗ୍ନିକାଣ୍ଡକୁ ଏଡାଇ ଦିଆଯାଇଛି ା ହାଟ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ପୌର ପରିଷଦ ସହଯୋଗରେ ଏହି ମଣ୍ଡପ ଗଢ଼ି ଉଠିଥିବାରୁ ଏବେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି ା ଘଟଣାକୁ ନେଇ ସାଧାରଣରେ ଚାପା ଗୁଞ୍ଜରଣ ପ୍ରକାଶ ପାଇଛି। କାହା ଛତ୍ରଛାୟା ତଳେ ଏହି ମଣ୍ଡପ ବର୍ଷ ବର୍ଷ ଧରି ଚାଲିଛି ବୋଲି ସହରର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ବଡ କଥା ହେଉଛି, ବିଦ୍ୟୁତ୍‌ ଖୁଣ୍ଟ ମଣ୍ଡପ ଭିତରେ ରହିଛି ା ଖୁଣ୍ଟ ଚାରି ପଟେ ବାଉଁଶ ବାନ୍ଧି ପଲିଥିନ୍‌  ଘେରାଇ ମଣ୍ଡପ ନିର୍ମାଣକୁ ବିଦ୍ୟୁତ୍‌ ବିଭାଗ କିପରି ଦେଖି ପାରୁ ନ ଥିଲା ା

ସହରର ଜନଗହଳିପୂର୍ଣ୍ଣ ହାଟପଦାରେ ବେଆଇନ ଭାବେ ମାରୁତି କଲ୍ୟାଣମଣ୍ଡପ ପ୍ରାୟ ୪/୫ ବର୍ଷ ହେବ ଗଢ଼ି ଉଠିଛି ା ଏଠି ବିବାହ, ଭୋଜିଠାରୁ ଆରମ୍ଭ କରି ବଡ ବଡ କାର୍ଯ୍ୟକ୍ରମ ହୋଇଥାଏ ା ଭଡାରେ ଛୋଟବଡ ବ୍ୟବସାୟୀ ପ୍ରତିଷ୍ଠାନକୁ ମଣ୍ଡପ ମଧ୍ୟ ଦିଆଯାଏ। ଏଥିରୁ ମୋଟା ପ୍ରତିଶତ ପ୍ରଶାସନିକ ଅଧିକାରୀଙ୍କ ପକେଟକୁ ଯାଏ। ଏହାର ସୁରକ୍ଷା ଉପରେ କେହି ପ୍ରଶାସନିକ ଅଧିକାରୀ କିଛି କାର୍ଯ୍ୟାନୁଷ୍ଠାନ ନିଅନ୍ତିି ନାହିଁ ା ଯଦି କିଏ ପଚାରେ ଆମେ ଚିଠି କରିଛୁ ବୋଲି ଉତ୍ତର ଦିଅନ୍ତି ା ଗତ ୪ ମାସ ହେଲା ଅଗ୍ନିଶମ ବିଭାଗ ଫାୟାର ସେଫ୍‌ଟି ସାର୍ଟିଫିକେଟ ପାଇଁ ଚିଠି କରିଥିବା ଜଣାଯାଇଛି ା ଶନିବାର ନିଅଁା ଲାଗିବା ପରେ  ପରେ ବିଦ୍ୟୁତ୍‌ ବିଭାଗ ତତ୍ପର ହୋଇ ଉଠିଛି ା ଘଟଣା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ସାହୁଙ୍କୁ ପଚାରିବାରୁ ବିଦ୍ୟୁତ୍‌ ଖୁଣ୍ଟ  ଚାରିପଟେ କେଉଁ ଆଧାରରେ ମଣ୍ଡପ ତିଆରି ହୋଇଥିଲା, କେତେ ଦିନ ପାଇଁ ପରିମିଶନ ଦିଆଯାଇଥିଲା, ସେ ବିଷୟରେ ଜାଣିବା ପାଇଁ ଚିଠି କରିବୁ, ଉତ୍ତର ମିଳିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଅଗ୍ନିଶମ ଅଧିକାରୀ ଚିତ୍ତରଞ୍ଜନ ସାହୁଙ୍କୁ ପଚାରିବାରୁ ୪ ମାସ ପୂର୍ବରୁ ଆମେ ଫାୟାର ସେଫ୍‌ଟି ନେଇ ଚିଠି କରିଛୁ। ସେ କିଛି ଉତ୍ତର ଦେଇ ନାହାନ୍ତି, କି ଆମକୁ ଭେଟି ନାହାନ୍ତି ା ଶନିବାର ନିଅଁା ଲାଗିଲା ା ଆମେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି। ପୌରପରିଷଦ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କୁ ପଚାରିବାରୁ ଆମେ ଲିଜ୍‌ ଦେଇଛୁ। ସେଠାରେ କୌଣସି ସମସ୍ୟା ହେଲେ ସେମାନେ ବୁଝିବେ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri