ମାଫିଆଙ୍କ ଦ୍ୱାରା ମାଣଗୌଣୀ ପଥର ନଷ୍ଟ ହେବା ଆଶଙ୍କା : ସୁରକ୍ଷା ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ

ଖଣ୍ଡପଡ଼ା,୧ା୭(ସ୍ବ.ପ୍ର.): ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ,ପାହାଡର ସୁରକ୍ଷା ଜରୁରୀ ଅଟେ। ମାତ୍ର ଆଜିର ମଣିଷ ସମାଜ ନିଜ ଆବଶ୍ୟକତା ପୂରଣ ନିମନ୍ତେ ସବୁବେଳେ ପାହାଡ, ଜଙ୍ଗଲକୁ ଲୁଟ୍‌ କରିବାରେ ଲାଗି ପଡିଛି। ରାଜସ୍ବ ବୃଦ୍ଧି ନିମନ୍ତେ ମଧ୍ୟ ତହସିଲ ପକ୍ଷରୁ ନିଲାମ ଦିଆଯାଉଥିବା ପାହାଡ, ଜଙ୍ଗଲକୁ ମଣିଷ ପଦା କରିବାକୁ ବସିଲାଣି। ଅନେକ ପଥର ମାଫିଆ ପଥର କ୍ୱାରୀ ନିଲାମ ନ ନେଇ ଏବଂ ନୀତି ନିୟମକୁ ଉଂଲଘନ କରି ପଥର ଲୁଟୁଥିବା ଅଭିଯୋଗ ହେଉଛି। ଏଥି ମଧ୍ୟରୁ ନୟାଗଡ଼ ଜିଲା କଣ୍ଟିଲୋସ୍ଥ ଶ୍ମଶାନ ଚଣ୍ଡୀ ମନ୍ଦିର ନିକଟ ପୁରାତନ କାଳିଆପଲ୍ଲୀ ଗ୍ରାମ ରାସ୍ତାରେ ରହିଥିବା ମାଣଗୌଣୀ ପଥର ଅନ୍ୟତମ।
ପ୍ରକାଶ ଯେ,କଣ୍ଟିଲୋ ନିକଟସ୍ଥ ଭାଗବତ ମୁଣ୍ଡିଆରେ ‘ସେରେଣ୍ଡା’ ନାମକ ଏକ ବିରାଟ ପଥର ରହିଛି ା ଏହି ପଥର ମଧ୍ୟରେ ଥିବା ଏକ ଖାଲରେ ବର୍ଷାଦିନେ ଜମା ଥିବା ପାଣିକୁ ଜଙ୍ଗଲ ଜୀବଜନ୍ତୁ ଓ ବେଳେବେଳେ ମଣିଷମାନେ ପିଇ ତୃଷା ମେଣ୍ଟାଉଥିବା ଦେଖାଯାଏ। କିଛି ପଥର ମାଫିଆ ଏହି ପଥରକୁ ଭାଙ୍ଗିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଏହି କାର୍ଯ୍ୟକୁ ବିରୋଧ କରିବାରୁ ସମ୍ପୂର୍ଣ୍ଣ ପଥର ଭାଙ୍ଗିବା କାର୍ଯ୍ୟ ବନ୍ଦ ହୋଇଥିଲା। ଅପର ପକ୍ଷରେ ଭାଗବତ ମୁଣ୍ଡିଆ ନିକଟ କମେଇ ନଦୀ ପାର୍ଶ୍ୱ ନାଳକୁ ଲାଗି ତଳ ଉପର ହୋଇ ଦୁଇଟି ପଥର ରହିଛି। ଏହା ‘ମାଣ ଗୌଣୀ’ ନାମରେ ପରିଚିତ। ଏହି ଦୁଇଟି ପଥର ମଧ୍ୟରୁ ସମୟାନୁକ୍ରମେ ବଡ ପଥରଟି କ୍ଷୟ ହେଉଥିବାବେଳେ ଉପରେ ଥିବା ଛୋଟ ପଥରଟିର ବୃଦ୍ଧି ଘଟୁଥିବା ବୟସ୍କ ବ୍ୟକ୍ତିମାନେ କହିଥାନ୍ତି । ଉଭୟ ପଥରକୁ ମାମୁଁ ଭଣଜା ପଥର ବୋଲି ସ୍ଥାନୀୟ ଲୋକେ କୁହନ୍ତି। ତେବେ ଏ ଦୁଇଟି ପଥର ପୁରାତନ ସ୍ମୃତି ସହ ସଂଶ୍ଳିଷ୍ଟ ବୋଲି ଅନେକେ ମତ ପ୍ରକାଶ କରୁଛନ୍ତି। ଶ୍ରୀନୀଳମାଧବ ପୀଠ ସହ ଶବର ରାଜା ବିଶ୍ୱାବସୁ ଓ ତାଙ୍କ ପ୍ରାଚୀନ ବାସସ୍ଥଳୀ ଧାନଚେଙ୍ଗଡା ପଞ୍ଚାୟତ ଅନ୍ତର୍ଗତ କାଳିଆପଲ୍ଲୀ ବେଶ୍‌ ଜଣାଶୁଣା। ନୀଳମାଧବ ପୀଠଠାରୁ ମାତ୍ର ୬ କି.ମି.ଦୂରରେ ରହିଛି କାଳିଆପଲ୍ଲୀ ଗ୍ରାମ। ଜଙ୍ଗଲ ପାହାଡ ଘେରା ବ୍ରହ୍ମାଦ୍ରୀ ପାହାଡ ଶୀର୍ଷ ଦେଶରେ ଅଧିଷ୍ଠିତ ଶ୍ରୀନୀଳମାଧବଙ୍କୁ ପ୍ରତ୍ୟହ ପୂଜାର୍ଚ୍ଚନା ପାଇଁ ଶବର ରାଜା ବିଶ୍ୱାବସୁ କାଳିଆପଲ୍ଲୀରୁ ଆସିଥାନ୍ତି ା ଏଥି ନିମନ୍ତେ ସେ କମେଇ ନଦୀ କୂଳେ କୂଳେ ଅଗମ୍ୟ ଜଙ୍ଗଲ ରାସ୍ତା ଅତିକ୍ରମ କରିଥାନ୍ତି। ଏହି ରାସ୍ତାରେ‘ମାଣଗୌଣୀ’ ବା ‘ମାମୁଁ ଭଣଜା’ ପଥର ପଡିଥାଏ। ବଡ ପଥରଟି ‘ଗୌଣୀ’ ଏବଂ ତା ଉପରେ ଥିବା ଛୋଟ ପଥରଟିକୁ ‘ମାଣ’ବୋଲି କୁହାଯାଇଥାଏ। ଶସ୍ୟ ମାପିବା ନିମନ୍ତେ ପିତ୍ତଳ ପ୍ରସ୍ତୁତ ସାମଗ୍ରୀକୁ ଗୌଣୀ ବୋଲି କୁହାଯାଏ। ଶବର ରାଜା ବିଶ୍ୱାବସୁ ଉକ୍ତ ରାସ୍ତା ଦେଇ ଗଲାବେଳେ ଏହି ପଥର ନିକଟରେ କିଛି ସମୟ ବିଶ୍ରାମ ନେଇଥାନ୍ତି। ପରେ ସେ ନିଜ ଗନ୍ତବ୍ୟ ପଥରେ ଯାଇଥାନ୍ତି ବୋଲି କାଳିଆପଲ୍ଲୀ ଶବର ସମ୍ପ୍ରଦାୟର ମୁରଲୀ ନାୟକ, ବ୍ରଜବନ୍ଧୁ ବେହେରା ଓ ଧାନଚେଙ୍ଗଡା ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁଙ୍କଠାରୁ ପ୍ରକାଶ। ପଥର ମାଫିଆମାନେ ବ୍ଲାଷ୍ଟିଂ କରି ‘ମାଣଗୌଣୀ’ ପଥରକୁ ନଷ୍ଟ କରିବା ନେଇ ଆଶଙ୍କା କରାଯାଉଛି। ଏହାର ସୁରକ୍ଷା ନିମନ୍ତେ ପ୍ରଶାସନିକ ଦୃଷ୍ଟି ପଡ଼ିବା ସହ ସ୍ଥାନୀୟ ଗ୍ରାମବାସୀ ଯନତ୍ବାନ ନ ହେଲେ ବହୁ ପୂରାତନ ଓ କିମ୍ବଦନ୍ତୀ ପାଲଟିଥିବା ଏହି ବିରଳ ପଥର ନଷ୍ଟ ହୋଇଯିବ ବୋଲି ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri