ମାନ୍ଦାବସ୍ଥା: କେରଳ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ

ତିରୁଭାନନ୍ତପୁରମ୍‌,୧୮ା୯: ନିକଟରେ କେରଳର ସର୍ବବୃହତ୍‌ ପର୍ବ ଓଣମ୍‌ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରେ ଆୟୋଜିତ ହୁଏ ନୌକା ଚାଳନା ପ୍ରତିଯୋଗିତା। ଦେଶବିଦେଶରୁ ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସନ୍ତି। କିନ୍ତୁ ଚଳିତବର୍ଷ କେରଳରେ ସବୁକିଛି ଫିକା ପଡିଯାଇଥିଲା। ଏଥର ନୌକାଗୁଡ଼ିକ ପାଣିରେ ନ ଦୌଡ଼ି ନଦୀ କଡ଼ରେ ଛିଡା ହୋଇଥିବାର ଦେଖାଯାଇଥିଲା। ଯେକୌଣସି ବୋଟ୍‌ ମାଲିକଙ୍କୁ ପଚାରିଲେ ସମସ୍ତଙ୍କର ଗୋଟିଏ ମତ ‘ବ୍ୟବସାୟ ବୁଡିଯାଉଛି। ଲାଭ କମୁଛି ଏବଂ ପ୍ରତ୍ୟେକେ ଋଣରେ ବୁଡ଼ିଗଲେଣି।’ ମାନ୍ଦାବସ୍ଥାର ମାଡ଼ କିଭଳି କେରଳ ପର୍ଯ୍ୟଟନ ଶିଳ୍ପରେ ବାଜିଛି, ତାହା ଏଥିରୁ ସ୍ପଷ୍ଟ।
ଜଣେ ବୋଟ୍‌ ମାଲିକ ସୁବିନଙ୍କ ମତରେ ଦୁଇବର୍ଷ ପୂର୍ବେ କେରଳରେ ଦେଖା ଦେଇଥିବା ଭୟଙ୍କର ବନ୍ୟା ଯୋଗୁ ବୋଟ ଓ ପର୍ଯ୍ୟଟନ ଶିଳ୍ପ ସମ୍ପୂଣ୍ଣର୍ର୍ ଭାବେ ପ୍ରଭାବିତ ହୋଇଥିଲା। ମାସ ଭିତରେ ପୁଣିଥରେ ମୁଣ୍ଡଟେକି ଛିଡାହେଲା ବେଳକୁ ସରକାର ଦେଶରେ ଜିଏସ୍‌ଟି ଲାଗୁ କରିଦେଲେ। ଫଳରେ ଡଙ୍ଗା ତିଆରି ଖର୍ଚ୍ଚ ବଢ଼ିଗଲା। ମାନ୍ଦାବସ୍ଥା କାରଣରୁ ଏବେ ନୂଆ ଡଙ୍ଗା ତିଆରି କରିବା ଲାଗି କାହା ନିକଟରେ ଅର୍ଥ ନ ଥିବାବେଳେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଆୟ ନାହିଁ କହିଲେ ଚଳେ। ବୋଟ୍‌ ମାଲିକ ସୁବିନଙ୍କ ମତରେ ୫ ବର୍ଷ ପୂର୍ବେ ଗୋଟିଏ ହାଉସ ବୋଟ୍‌ ତିଆରି କରିବାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ଏଥିପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଲାଗୁଛି। ଘର, ଜମି ବନ୍ଧା ରଖି ସେ ଡଙ୍ଗା ତିଆରି କରିଛନ୍ତି। ପର୍ଯ୍ୟଟକ ଆସୁ ନ ଥିବାରୁ ଋଣ ପରିଶୋଧ ନେଇ ସେ ଚିନ୍ତିତ ଥିବା କହିଛନ୍ତି। ସେହିପରି ଆୟ କମିଯିବାରୁ ଏବେ ହାଉସ ବୋଟ୍‌ ମାଲିକ ଷ୍ଟାଫ୍‌ଙ୍କୁ ମାସିକ ଦରମାରେ ନିଯୁକ୍ତି ଦେଇପାରୁନାହାନ୍ତି। ୧୦ବର୍ଷ ପୂର୍ବେ ହାଉସବୋଟ୍‌ରେ କାମ କରୁଥିବା ଅନିସ୍‌ ମାସକୁ ୨୦ ହଜାର ଟଙ୍କା ଦରମା ପାଉଥିଲେ। ଏବେ ତାଙ୍କୁ ଦୈନିକ ମଜୁରି (୭୦୦ ଟଙ୍କା)ରେ କାମ କରିବାକୁ ପଡ଼ୁଛି। ପୂର୍ବେ ଗୋଟିଏ ହାଉସ ବୋଟ୍‌ ନଦୀରେ ୨୨ଥର ଚକ୍କର ମାରୁଥିଲା। ଏବେ ମାସକୁ ୩/୪ଥର ଚକ୍କର ମାରିବା କଷ୍ଟକର ହୋଇପଡିଛି। ଅନିସ୍‌ଙ୍କ କହିବାନୁଯାୟୀ, ଗତ ୫ ଦିନ ହେବ ତାଙ୍କ ନିକଟରେ କୌଣସି କାମ ନାହିଁ। ଋଣ ବୋଝ ଥିବାରୁ ବାଧ୍ୟ ହୋଇ ସେ ତାଙ୍କ ସ୍ତ୍ରୀଙ୍କ ସୁନା ଗହଣା ବିକ୍ରି କରିଛନ୍ତି। ଇଂଲିଶ୍‌ ମିଡିୟମରେ ପଢ଼ୁଥିବା ପିଲାଙ୍କୁ ଏବେ ସେ ସରକାରୀ ସ୍କୁଲ୍‌ରେ ପଢ଼ାଇବାକୁ ନିଷ୍ପତ୍ତି ନେଇଥିବା ଅନିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri