ମାନିଲେନି, କାଉଣ୍ଟରରୁ ବୋହିନେଲେ ମଦ

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ରାଜଧାନୀ ସମେତ ଅନ୍ୟ କେତେକ ସ୍ଥାନରେ ସୋମବାରଠାରୁ ଅନ୍‌ଲାଇନ୍‌ ମଦ ବିକ୍ରି ଆରମ୍ଭ ହୋଇଛି। ଲକ୍‌ଡାଉନ୍‌ ସମୟରେ ସରକାର କେବଳ ଅନ୍‌ଲାଇନ୍‌ ମଦ ବିକ୍ରି ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଦୋକାନୀ ଓ ଗ୍ରାହକ ଏହି ନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି। ରାଜଧାନୀର କଟକରୋଡ୍‌, ବାପୁଜୀ ନଗର, ରସୁଲଗଡ଼, ବୁଦ୍ଧେଶ୍ୱରୀ କଲୋନୀ, ନୟାପଲ୍ଲୀ, ପଟିଆ ଭଳି ଅନେକ ସ୍ଥାନରେ ଥିବା ମଦ ଦୋକାନ ଅଫ୍‌ଲାଇନ୍‌ ମଦ ବିକ୍ରି କରିଛନ୍ତି। ଫଳରେ କାଉଣ୍ଟରରେ ଅସମ୍ଭାଳ ଭିଡ଼ ହେବା ସହ ଗ୍ରାହକମାନେ ପେଟି ପେଟି ମଦ ବୋହି ନେଇଛନ୍ତି। ସାମାଜିକ ଦୂରତ୍ୱକୁ ସମସ୍ତେ ଆଖି ବୁଜିଦେଇଛନ୍ତି। ଏ ସମ୍ପର୍କରେ କେତେକ ମଦ ଦୋକାନୀ ଅଦ୍ଭୁତ ସଫେଇ ଦେଇଛନ୍ତି। ଅନ୍‌ଲାଇନ୍‌ରେ ମଦ ଦିଆଯିବା ପାଇଁ କାଉଣ୍ଟର ଖୋଲି ଆଧାରକାର୍ଡ ନିଆଯାଇ ପଞ୍ଜୀକରଣ କରାଯାଉଥିବା ସେମାନେ କହିଛନ୍ତି।
ଅନ୍ୟପକ୍ଷରେ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ପୋଲିସ ଏକାଧିକ ମଦ ଦୋକାନ ବନ୍ଦ କରିଛି। ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁ ମଦ ଦୋକାନୀ ମାଲିକ ସଂଘ ଡିସିପିଙ୍କୁ ଭେଟିଥିଲା। ତାଙ୍କ ସହ ବହୁ ସମୟ ଧରି ଆଲୋଚନା ପରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ସଂଘ ରାଜି ହୋଇଥିଲା। ସକାଳ ୭ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅର୍ଡର ରଖାଯିବ ଓ ଗୋଟାଏରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡେଲିଭରି ଦେବା ପାଇଁ ଡିସିପି ଦୋକାନୀଙ୍କୁ କହିଥିଲେ। ମଦ ଦୋକାନ ଆଗରେ ପୋଲିସ ମୁତୟନ କରାଯିବ ଓ ଡେଲିଭରି ସମୟରେ ମଧ୍ୟ ପୋଲିସ ସୁରକ୍ଷା ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଜୋମାଟୋ ଓ ସ୍ବିଗି ମଦ ଡେଲିଭରି କଲେ ୩.୫ ପ୍ରତିଶତ କମିଶନ ପାଇବେ। କିନ୍ତୁ ସେମାନେ ଡେଲିଭରିର ୩ ଦିନ ଭିତରେ ପାଉଣା ନେବାକୁ କହିବାରୁ ଏହାକୁ ସଂଘ ନାପସନ୍ଦ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବ୍ୟବସାୟ ଜଗତରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ଏଲନ ମସ୍କ: ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ…

ନୂଆଦିଲ୍ଲୀ/ଶିକାଗୋ,୧୩ା୬(ରଏଟର୍ସ):ବିଶ୍ୱ ବ୍ୟବସାୟ ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରତିଷ୍ଠିତ ଆମେରିକୀୟ ଉଦ୍ୟୋଗୀ ତଥା ଟେସ୍‌ଲା ଓ ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ୍‌ ମସ୍କ ବିଶ୍ୱର ପ୍ରଥମ…

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା: ୫ କେଜି ଚାଉଳ ବଦଳରେ ଏବେ ମିଳିବ ଏତିକି…ହିତାଧିକାରୀଙ୍କ ମଧ୍ୟରେ ଖୁସିର ଲହରୀ

ଛତ୍ରପୁର, ୧୩।୬(ଦିଲ୍ଲୀପ ସାମଲ) : ଆଉ ୫ କିଲୋ ନୁହେଁ, ଏପ୍ରିଲ୨୦୨୬ରୁ ମୁଣ୍ଡ ପିଛା ହିତାଧିକାରୀ ପାଇବେ ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣା । ମୁଖ୍ୟମନ୍ତ୍ରୀ…

ଜୀବନ ରକ୍ଷାକାରୀ ମେଡିସିନ ଦର ୫୦% ବଢ଼ାଇଲେ ସରକାର: କ୍ୟାନ୍‌ସର ଔଷଧ, ଟିଟାନସ୍‌ ମହଙ୍ଗା

ନୂଆଦିଲ୍ଲୀ,୧୩ା୬(ଏଜେନ୍ସି):ରନ୍ଧନ ଗ୍ୟାସ (ଏଲ୍‌ପିଜି), ପେଟ୍ରୋଲ ଓ ଡିଜେଲ ପରେ ଏବେ ଜୀବନ ରକ୍ଷାକାରୀ ଜରୁରିକାଳୀନ ଔଷଧ ଉପରେ ପଶ୍ଚିମ ଏସିଆ ଯୁଦ୍ଧର ସାଙ୍ଘାତିକ ପ୍ରଭାବ ଦେଖିବାକୁ ମିଳିଛି।…

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ଇଲେକ୍ଟ୍ରିସିଆନ ଶୁଭମଙ୍କ ଜୀବନ, ୩ ଗୁରୁତର

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗାଁ ବାବାଜୀ ଗୁମ୍ଫ ନିକଟ ମୁଖ୍ୟରାସ୍ତାରେ ଶୁକ୍ରବାର ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିନେଲେ ୭ କିମି

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଙ୍ଗଲରେ ବସବାସ କରୁଥିବା ଲୋକେ କେତେ ଦୁର୍ଦ୍ଦିନରେ ଏବେବି ବସବାସ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। କନ୍ଧମାଳ ଜିଲା…

୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

ଭୁବନେଶ୍ୱର, ୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।…

ମୋହନା ଅଞ୍ଚଳରେ କାଳବୈଶାଖି ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

ମୋହନା, ୧୨।୬( ମନ୍ମଥ ମିଶ୍ର ): ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ  ଶୁକ୍ରବାର  ସନ୍ଧ୍ୟା ସମୟରେ ବର୍ଷା…

୧୭ ଡ୍ରମ୍‌ ମଦ ପୋଚ ନଷ୍ଟକଲେ ଗ୍ରାମବାସୀ

ନନ୍ଦପୁର,୧୨ା୬(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳିପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମବାସୀ ଲୁଚାଇ ରଖାଯାଇଥିବା ୧୭ ଡ୍ରମ୍‌ ମଦ ପୋଚ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri