ମାନସିକ ରୁଗୀକଁର ସେବାରେ ସମରପିତ ଅକ୍ଷୟ

ଘଣ୍ଟାପଡ଼ା, ୪।୧୨(ଡି.ଏନ୍‌.ଏ.)- ନର ସେବା ହିଁ ନାରାୟଣ ସେବା, ଇ କଥାଟାକେ କାମ୍‌ରେ କରି ଦେଖେଇ ପାରିଛନ୍‌ କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଁଚେତ୍‌ ଗୋଛାଗୋରା ଗଁାର ଅକ୍ଷୟ ପ୍ରଧାନ। ଇଥିରଲାଗି ସେ ଅନେକ ପରଶଁସା ବି ସାଉଁଟିଛନ୍‌।
ସୂଚନା ଅନ୍‌ସାରେ ଗୋଛାଗୋରା ଗଁାର ଅକ୍ଷୟ ପ୍ରଧାନ ଝନେ ନିହାତି ଗରିବ୍‌ ପରିବାରର ପିଲା। ଦୁଇ ବଛର ତଲେ ଝନେ ମାନସିକ୍‌ ରୁଗୀକଁର ଗୁଲ୍‌ଗୁଲା ଦେଖି ଦୁଖ୍‌ରେ ତାକର ହୁରୁଦ୍‌ ତରଲି ଯାଇଥିଲା। ସେ ତାହାକୁ କିଛି ଖାଏବାକେ ଦେଇ ସହଯୋଗ କରିଥିଲେ। ସେ ଦିନ୍‌ଠାନୁ ସେ ମାନବ ସେବା ହିଁ ପରକୁତ ଧରମ ବଲି ଧରିନେଇଛନ୍‌। ଆଏଜ୍‌ ବି ସେ କେହେନ୍‌ସି ମାନସିକ ରୁଗୀକୁଁ ଦେଖ୍‌ଲେ ତାକର ସେବା କରବାର ଲାଗି ଗଦ୍‌ଗଦ୍‌ ମନେ ଆଗେଇ ଆସୁଛନ୍‌। ଆମର ସମାଜରେ ଅନେକ ଲୋକ ଘର ସାମ୍‌ନାରେ କେହେନ୍‌ସି ମାନସିକ ରୁଗୀକେ ଦେଖ୍‌ଲେ ପାଗଲ ବଲି ଧୂରଧୂର ମାରମାର କରସନ୍‌। ହେଲେ ଗୁଟେ ନିପଟପଟ ଗଁଲି ଗଁାରେ ଗରିବ୍‌ ପରିବାରରେ ଜନମ୍‌ ହେଇଥିବାର ଅକ୍ଷୟ ଏନ୍‌ତା କେହେନ୍‌ସି ମାନ୍‌ସିକ ରୁଗୀକୁ ଦେଖ୍‌ଲେ ତାକର ସେବା ଯତନ୍‌ କରୁଛନ୍‌। ଖାଏବା ପିଇବାକେ ଦେବାର ସଂଗେ କପଡାଲତା ଦେଉଛନ୍‌। ଅକ୍ଷୟକଁର ଇ ସାଧୁ ଉଦିଅମକେ ଅଂଚଲବାସୀ ବହୁତ୍‌ ପରଶଁସା କରୁଛନ୍‌। ବାହାରେ ବୁଲୁଥିବାର ଅଚିନ୍‌ହଁା ମାନସିକ ରୁଗୀକଁର ସେବା କରବାକେ କାହିଁଯେ ମୋତେ ଭଲ ଲାଗ୍‌ସି ମୁଇଁ ନାଇଁ ଜାନି। ହେଲେ ତାକର ମୁହେଁ ଟିକେ ହଁସ ଫୁଟେଇପାରଲେ ମତେ ବହୁତ ଖୁସି ଲାଗ୍‌ସି। ଏନ୍‌ତା ଲୁକ୍‌କର ସେବା କରବାର ଲାଗି ସଭେ ଆଗ୍‌କେ ଆଏବାର କଥା। ସମାଜରେ ମାନ୍‌ସିକ ରୁଗୀକଁର ଉପରେ ଦରଦ୍‌ ଦେଖାଲେ, ସେବା କଲେ ତାକର ଦୁଖ୍‌ ଦୂର ହେଇପାରବା ବଲି ଅକ୍ଷୟ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri