‘ମାନବିକତା ଉପରେ ଗଣମାଧ୍ୟମ ଗୁରୁତ୍ୱ ଦେଉ’

ଭୁବନେଶ୍ୱର,୧୪।୨(ବ୍ୟୁରୋ): ମାନବିକତା ଉପରେ ଗଣମାଧ୍ୟମ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ବାଧ୍ୟବାଧକତା କି ଚାପରେ ନୁହେଁ, ବରଂ ସବୁ ଖବରକୁ ସମାନ ଢଙ୍ଗରେ ଦେଖିବା ହିଁ ଗଣମାଧ୍ୟମର ବଡ଼ ଧର୍ମ ହେବା ଉଚିତ। ଉତ୍କଳର ଐତିହ୍ୟକୁ ବିଶ୍ୱରେ ପ୍ରସାରିତ କରିବା ସହ ଗଣମାଧ୍ୟମ ସମାଜରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଦିଗରେ ପ୍ରୟାସ କରିବା ଉଚିତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି। ଗୁରୁବାର ସ୍ଥାନୀୟ ହୋଟେଲରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ୨୪ ଘଣ୍ଟିଆ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ‘ନନ୍ଦିଘୋଷ ଟିଭି’କୁ ଲୋକାର୍ପିତ କରି ରାଜ୍ୟପାଳ ଏହା କହିଥିଲେ। ଆଗାମୀ ଦିନରେ ଏହାର ସଫଳତା ପାଇଁ ଶୁଭକାମନା ଜଣାଇବା ସହ ଏକ ଗଣମାଧ୍ୟମ ଚ୍ୟାନେଲ ହୋଇଥିବାରୁ ସମାଜ ପ୍ରତି ନନ୍ଦିଘୋଷର ଅବଦାନ ଯଥେଷ୍ଟ ଅଧିକ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ କହିଥିଲେ, ବର୍ତ୍ତମାନ ସମୟରେ ଗଣମାଧ୍ୟମ କେବଳ ଏକ ସ୍ତମ୍ଭ ହୋଇ ରହିନି, ଏହା ଏକ ଅଙ୍ଗରେ ପରିଣତ ହୋଇଛି। ଶାସନ ବ୍ୟବସ୍ଥାର ମାର୍ଗଦର୍ଶନ ପାଲଟିଛି। ଡିଜିଟାଲ ପ୍ଲାଟଫର୍ମ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ପାଖରେ କ୍ଷଣିକ ମଧ୍ୟରେ ଖବର ପହଞ୍ଚୁଥିବାବେଳେ ଗଣମାଧ୍ୟମର ଦାୟିତ୍ୱ ଏଭଳି ସ୍ଥଳେ ଆହୁରି ବଢ଼ିଯାଇଛି। ଗଣମାଧ୍ୟମ ସଂସ୍ଥା ଏବଂ ଖବରଦାତା ଉଭୟ ଯେପରି ତୀବ୍ର ବେଗରେ ଲୋକଙ୍କ ନିକଟରେ ଭଲ ଖବର ପହଞ୍ଚାଇପାରିବେ ସେ ଦିଗରେ ସଚେତନ ହେବାକୁ ସେ ଗୁରୁତ୍ୱ ଦେଇଥିଲେ। ଅଧିକରୁ ଅଧିକ ଅନୁସନ୍ଧାନମୂଳକ ଖବର ପରିବେଷଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥିଭାବେ ଯୋଗଦେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ନନ୍ଦିଘୋଷ ଟିଭି ସାଧାରଣ ଲୋକଙ୍କ ପାଇଁ କାମ କରିବ ବୋଲି ଆଶା ପ୍ରକଟ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମ ସମସ୍ତ ନାଗରିକଙ୍କ ଅଧିକାରକୁ ସାମ୍ନାକୁ ଆଣିବା ଦିଗରେ ପ୍ରୟାସ ଜାରି ରଖିବା ଆବଶ୍ୟକ ବୋଲି କହିଥିଲେ। ପକ୍ଷପାତିତାରୁ ଦୂରେଇ ରହି ବିଜ୍ଞାପନ ନେବା ଆଳରେ ଶିଳ୍ପ ସଂସ୍ଥା, ଉଦ୍ୟୋଗପତିଙ୍କ ନିକଟରେ ନିଜକୁ ବିକ୍ରି କରି ନ ଦେଉ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଚ୍ୟାନେଲ ସିଓଓ ଜବର ସିଂହ ସ୍ବାଗତ ଭାଷଣ ଦେବା ସହ ନନ୍ଦିଘୋଷ ଟିଭିର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଚ୍ୟାନେଲ ସମ୍ପାଦକ ଶିଶିର ଭଟ୍ଟମିଶ୍ର ନନ୍ଦିଘୋଷ ଟିଭି ଅନ୍ୟ ଗଣମାଧ୍ୟମ ସହ ପ୍ରତିଦ୍ବନ୍ଦ୍ବିତା କରିବନି ବୋଲି କହିଥିଲେ। ଟିଆରପି ଲୋଭରେ ପଥଭ୍ରଷ୍ଟ ନ ହୋଇ ସାଧାରଣ ଜନତାଙ୍କ ସହ ସବୁବେଳେ ରହିବ। ସେମାନଙ୍କ ସୁଖ, ଦୁଃଖ, ଭଲ, ମନ୍ଦ ଓ ସମସ୍ୟାକୁ ସମ୍ମୁଖକୁ ଆଣିବାକୁ ପ୍ରାଥମିକତା ଦେବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ କୁମାର ସାହୁ, ଟୁକୁନି ସାହୁ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା (ଗଣମାଧ୍ୟମ ଓ ଲୋକସମ୍ପର୍କ) ମାନସ ମଙ୍ଗରାଜ, ଶକ୍ତିମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ବିଧାୟକ ସୁଶାନ୍ତ କୁମାର ରାଉତ, ବିଜେଡି ନେତା ଅମରେଶ ଜେନା, ଓଏସ୍‌ଆଇସି ଅଧ୍ୟକ୍ଷ ଚିନ୍ମୟ ସାହୁ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri