‘ମାନବିକତା ଉପରେ ଗଣମାଧ୍ୟମ ଗୁରୁତ୍ୱ ଦେଉ’

ଭୁବନେଶ୍ୱର,୧୪।୨(ବ୍ୟୁରୋ): ମାନବିକତା ଉପରେ ଗଣମାଧ୍ୟମ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ବାଧ୍ୟବାଧକତା କି ଚାପରେ ନୁହେଁ, ବରଂ ସବୁ ଖବରକୁ ସମାନ ଢଙ୍ଗରେ ଦେଖିବା ହିଁ ଗଣମାଧ୍ୟମର ବଡ଼ ଧର୍ମ ହେବା ଉଚିତ। ଉତ୍କଳର ଐତିହ୍ୟକୁ ବିଶ୍ୱରେ ପ୍ରସାରିତ କରିବା ସହ ଗଣମାଧ୍ୟମ ସମାଜରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଦିଗରେ ପ୍ରୟାସ କରିବା ଉଚିତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି। ଗୁରୁବାର ସ୍ଥାନୀୟ ହୋଟେଲରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ୨୪ ଘଣ୍ଟିଆ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ‘ନନ୍ଦିଘୋଷ ଟିଭି’କୁ ଲୋକାର୍ପିତ କରି ରାଜ୍ୟପାଳ ଏହା କହିଥିଲେ। ଆଗାମୀ ଦିନରେ ଏହାର ସଫଳତା ପାଇଁ ଶୁଭକାମନା ଜଣାଇବା ସହ ଏକ ଗଣମାଧ୍ୟମ ଚ୍ୟାନେଲ ହୋଇଥିବାରୁ ସମାଜ ପ୍ରତି ନନ୍ଦିଘୋଷର ଅବଦାନ ଯଥେଷ୍ଟ ଅଧିକ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ କହିଥିଲେ, ବର୍ତ୍ତମାନ ସମୟରେ ଗଣମାଧ୍ୟମ କେବଳ ଏକ ସ୍ତମ୍ଭ ହୋଇ ରହିନି, ଏହା ଏକ ଅଙ୍ଗରେ ପରିଣତ ହୋଇଛି। ଶାସନ ବ୍ୟବସ୍ଥାର ମାର୍ଗଦର୍ଶନ ପାଲଟିଛି। ଡିଜିଟାଲ ପ୍ଲାଟଫର୍ମ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ପାଖରେ କ୍ଷଣିକ ମଧ୍ୟରେ ଖବର ପହଞ୍ଚୁଥିବାବେଳେ ଗଣମାଧ୍ୟମର ଦାୟିତ୍ୱ ଏଭଳି ସ୍ଥଳେ ଆହୁରି ବଢ଼ିଯାଇଛି। ଗଣମାଧ୍ୟମ ସଂସ୍ଥା ଏବଂ ଖବରଦାତା ଉଭୟ ଯେପରି ତୀବ୍ର ବେଗରେ ଲୋକଙ୍କ ନିକଟରେ ଭଲ ଖବର ପହଞ୍ଚାଇପାରିବେ ସେ ଦିଗରେ ସଚେତନ ହେବାକୁ ସେ ଗୁରୁତ୍ୱ ଦେଇଥିଲେ। ଅଧିକରୁ ଅଧିକ ଅନୁସନ୍ଧାନମୂଳକ ଖବର ପରିବେଷଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥିଭାବେ ଯୋଗଦେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ନନ୍ଦିଘୋଷ ଟିଭି ସାଧାରଣ ଲୋକଙ୍କ ପାଇଁ କାମ କରିବ ବୋଲି ଆଶା ପ୍ରକଟ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମ ସମସ୍ତ ନାଗରିକଙ୍କ ଅଧିକାରକୁ ସାମ୍ନାକୁ ଆଣିବା ଦିଗରେ ପ୍ରୟାସ ଜାରି ରଖିବା ଆବଶ୍ୟକ ବୋଲି କହିଥିଲେ। ପକ୍ଷପାତିତାରୁ ଦୂରେଇ ରହି ବିଜ୍ଞାପନ ନେବା ଆଳରେ ଶିଳ୍ପ ସଂସ୍ଥା, ଉଦ୍ୟୋଗପତିଙ୍କ ନିକଟରେ ନିଜକୁ ବିକ୍ରି କରି ନ ଦେଉ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଚ୍ୟାନେଲ ସିଓଓ ଜବର ସିଂହ ସ୍ବାଗତ ଭାଷଣ ଦେବା ସହ ନନ୍ଦିଘୋଷ ଟିଭିର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଚ୍ୟାନେଲ ସମ୍ପାଦକ ଶିଶିର ଭଟ୍ଟମିଶ୍ର ନନ୍ଦିଘୋଷ ଟିଭି ଅନ୍ୟ ଗଣମାଧ୍ୟମ ସହ ପ୍ରତିଦ୍ବନ୍ଦ୍ବିତା କରିବନି ବୋଲି କହିଥିଲେ। ଟିଆରପି ଲୋଭରେ ପଥଭ୍ରଷ୍ଟ ନ ହୋଇ ସାଧାରଣ ଜନତାଙ୍କ ସହ ସବୁବେଳେ ରହିବ। ସେମାନଙ୍କ ସୁଖ, ଦୁଃଖ, ଭଲ, ମନ୍ଦ ଓ ସମସ୍ୟାକୁ ସମ୍ମୁଖକୁ ଆଣିବାକୁ ପ୍ରାଥମିକତା ଦେବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ କୁମାର ସାହୁ, ଟୁକୁନି ସାହୁ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା (ଗଣମାଧ୍ୟମ ଓ ଲୋକସମ୍ପର୍କ) ମାନସ ମଙ୍ଗରାଜ, ଶକ୍ତିମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ବିଧାୟକ ସୁଶାନ୍ତ କୁମାର ରାଉତ, ବିଜେଡି ନେତା ଅମରେଶ ଜେନା, ଓଏସ୍‌ଆଇସି ଅଧ୍ୟକ୍ଷ ଚିନ୍ମୟ ସାହୁ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri