Posted inଫୁରସତ

ମାନବବାଦୀ ଲେଖିକା

ବିଶ୍ୱ ସାହିତ୍ୟ ହେଉ କି ଆଞ୍ଚଳିକ ସାହିତ୍ୟ- ତାହାର ଆରମ୍ଭ ହୋଇଥିଲା ଫାଣ୍ଟାସୀ ବା କଳ୍ପନାରୁ। ତେବେ ସମୟକ୍ରମେ ଧୀରେ ଧୀରେ ସାହିତ୍ୟର ଧାରା ବଦଳିଲା। ସାହିତ୍ୟ କଳ୍ପନା ବିଳାସର କଥା କହିବା ବନ୍ଦକରି ସମାଜର କଥା କହିଲା। ସାମାଜିକ ସମସ୍ୟାର କାହାଣୀକୁ ଲୋକଲୋଚନକୁ ଆଣିଲା। ଊନବିଂଶରୁ ବିଂଶଶତାବ୍ଦୀ ମଧ୍ୟରେ ସାହିତ୍ୟ ଜଗତରେ ଏକ ଆମୂଳଚୂଳ ପରିବର୍ତ୍ତନ ଘଟିଲା ବୋଲି କୁହାଯାଇପାରିବ। ବିଶ୍ୱରେ ଦୁଇ ଦୁଇଥର ସଂଘଟିତ ଭୟାନକ ରକ୍ତାକ୍ତ ମହାସମର ବା ବିଶ୍ୱଯୁଦ୍ଧ ହିଁ ସାହିତ୍ୟର ଧାରାକୁ ବଦଳେଇଦେଲା। ସାହିତ୍ୟ କ୍ରମଶଃ ବ୍ୟକ୍ତିମନସ୍କ ହେଲା। ଏହି ସମୟରେ ସୃଷ୍ଟିହେଲା ମାନବବାଦୀ ସାହିତ୍ୟ। ସମାଜରେ ବସବାସ କରୁଥିବା ମଣିଷର ନିଜକଥାକୁ ନେଇ ସୃଷ୍ଟିହେଲା ସାହିତ୍ୟ। ବହୁ ମାନବବାଦୀ ସ୍ରଷ୍ଟା ମାନବ ସମାଜର ଜୟଗାନ କଲେ। ସେମାନଙ୍କର ସୁଖଦୁଃଖର କଥା କହିଲେ। ମାନବବାଦର କଥା କହୁଥିବା ସେହିଭଳି ଚାରିଜଣ ବିଶ୍ୱ ବରେଣ୍ୟା ନାରୀ ସାହିତି୍ୟକା ହେଉଛନ୍ତି ଆଲିସ୍‌ ମୁନ୍‌ରୋ, ସୁସ୍ମିତା ବନ୍ଦୋପାଧ୍ୟାୟ, ରୁଥ୍‌ ପ୍ରୱାର ଝାବ୍‌ୱାଲା ଏବଂ ଏଲିଏନର କ୍ୟାଟନ।

ଆଲିସ୍‌ ମୁନ୍‌ରୋ: ସେ ହେଉଛନ୍ତି କାନାଡ଼ାର ଲେଖିକା। ୧୯୩୧ ମସିହା ଜୁଲାଇ ୧୦ ତାରିଖରେ ତାଙ୍କର ଜନ୍ମ। ମୁନ୍‌ରୋଙ୍କ ଗଳ୍ପ ଉପନ୍ୟାସର କାହାଣୀ ସବୁ ଆରମ୍ଭ ହୁଏ ତାଙ୍କର ବାସସ୍ଥାନ ଓଣ୍ଟାରିଓରୁ। ଆଲିସ୍‌ ହେଉଛନ୍ତି ଜଣେ ପ୍ରଚଣ୍ଡ ମାନବବାଦୀ ଲେଖିକା। ତାଙ୍କର ବହିଗୁଡ଼ିକ ମଧ୍ୟରେ ରହିଛି ନୋ ଲଭ୍‌ ନୋ ଲଷ୍ଟ, ଭିନ୍‌ଟେଜ୍‌ ମୁନ୍‌ରୋ, ସିଲେକ୍‌ଟେଡ୍‌ ଷ୍ଟୋରିଜ୍‌, ଏ ଓ୍ବାଇଲ୍ଡରନେସ୍‌ ଷ୍ଟେଶନ ଏବଂ ଆହୁରି ଅନେକ। ବିଶ୍ୱ ସାହିତ୍ୟରେ ଏହି ବରେଣ୍ୟା ସ୍ରଷ୍ଟାଙ୍କୁ ଆଣ୍ଟୋନ୍‌ ଚେକଭ୍‌ଙ୍କ ରଚନା ସହିତ ତୁଳନା କରାଯାଇଥାଏ। ୨୦୧୩ରେ ସେ ନୋବେଲ ପୁରସ୍କାର ଲାଭ କରିଥିଲେ। ନୋବେଲ କମିଟି ତାଙ୍କୁ ବିଂଶଶତାବ୍ଦୀର କ୍ଷୁଦ୍ରଗଳ୍ପର ମାଷ୍ଟର ବୋଲି ବର୍ଣ୍ଣନା କରିଥିଲା। ସମସ୍ତ ଜଟିଳତା ସତ୍ତ୍ୱେ ମଣିଷର ବିଜୟ ନିଶ୍ଚିତ। ଏହା ହେଉଛି ମୁନ୍‌ରୋଙ୍କ ସାହିତ୍ୟ ପ୍ରମୁଖ ମାନବବାଦୀ ସ୍ବର।

ସୁସ୍ମିତା ବନ୍ଦୋପାଧ୍ୟାୟ : ମାନବର ଅଧିକାର, ମାନବବାଦର ଜୟକାର କରିବାକୁ ଯାଇ ଅନେକ ସ୍ରଷ୍ଟାଙ୍କୁ ବହୁମୂଲ୍ୟ ଦେବାକୁ ହୋଇଛି। ଏମିତିକି ମାନବାଧିକାର ବିରୋଧୀମାନେ ସେମାନଙ୍କୁ ହତ୍ୟା ମଧ୍ୟ କରିଛନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି ଲେଖିକା ସୁସ୍ମିତା ବନ୍ଦୋପାଧ୍ୟାୟ। ସୁସ୍ମିତା ଆଫ୍‌ଗାନର ବୋହୂ ହେବା ପରେ ସେଠାରେ ଯାହା ଦେଖିଥିଲେ, ଯାହା ଅନୁଭବ କରିଥିଲେ ତାହାକୁ ନେଇ ରଚନା କରିଥିଲେ ଉପନ୍ୟାସ ‘କାବୁଲିଓ୍ବାଲାର ବେଙ୍ଗ୍‌ଲୀ ବୌ’। ମାତ୍ର ଏହି ଉପନ୍ୟାସ ତାଙ୍କ ପାଇଁ ମହଙ୍ଗା ପଡ଼ିଲା। ଏଥିରେ ମୌଳବାଦୀ ତାଲିବାନୀମାନଙ୍କର ଅସଲ ମୁଖାକୁ ଖୋଲି ଦିଆଯାଇଥିଲା। ଖାସ୍‌ ଏହି କାରଣ ପାଇଁ ତାଲିବାନୀ ମୌଳବାଦୀମାନେ ତାଙ୍କୁ ମାଡ଼ ମାରିଥିଲେ। ସେତିକିରେ ସେମାନଙ୍କର କ୍ରୋଧ ଶାନ୍ତ ହୋଇ ନ ଥିଲା ଯେ, ତାଙ୍କୁ ବଳାତ୍କାର କରିବା ସହ ନିର୍ମମ ଭାବରେ ଗୁଳିକରି ହତ୍ୟା କରିଥିଲେ।

ରୁଥ୍‌ ପ୍ରୱାର ଝାବ୍‌ଓ୍ବାଲା : ଜର୍ମାନୀରେ ଜନ୍ମ ହୋଇଥିବା ଏହି ମହିଳାଙ୍କୁ ଆମେରିକା ତଥା ବ୍ରିଟିଶ ଲେଖିକା ବୋଲି କୁହାଯାଏ। ମାତ୍ର ମଜାର କଥା ହେଉଛି ଏହି ଲେଖିକାଙ୍କର ସମସ୍ତ ଲେଖା ଭାରତକୁ ନେଇ। ତେଣୁ ବ୍ରିଟେନ୍‌, ଆମେରିକା, ଭାରତ ଏବଂ ଜର୍ମାନୀର ପାଠକମାନଙ୍କ ନିକଟରେ ରୁଥ୍‌ ଆଶା କରିବାଠାରୁ ଅଧିକ ଲୋକପ୍ରିୟ। ତାଙ୍କର ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି – ଏସ୍‌ମଣ୍ଡ ଇନ୍‌ ଇଣ୍ଡିଆ, ଦି ହାଉସ୍‌ ହୋଲ୍‌ଡର, ଗେଟ୍‌ ରେଡି ଫର୍‌ ବ୍ୟାଟଲ, ଲାଇକ୍‌ ବାର୍ଡସ ଲାଇକ୍‌ ଫିସେସ୍‌, ଏ ବ୍ୟାକ୍‌ଓ୍ବାର୍ଡ ପ୍ଲେସ୍‌, ଏ ଷ୍ଟ୍ରଙ୍ଗର କ୍ଲାଇମେଟ୍‌, ଏନ୍‌ ଏକ୍ସପେରିଏନ୍ସ ଅଫ୍‌ ଇଣ୍ଡିଆ, ହିଟ୍‌ ଆଣ୍ଡ ଡଷ୍ଟ, ହାଓ ଆଇ ବିକେମ୍‌ ଏ ହୋଲି ମଦର ଏବଂ ଆହୁରି ଅନେକ। ଏହି ଲେଖିକାଙ୍କର ଜନ୍ମ ୧୯୨୭ ମସିହାରେ ହୋଇଥିବା ବେଳେ ଦେହାନ୍ତ ଘଟିଥିଲା ୨୦୧୩ ଏପ୍ରିଲ ମାସରେ।

ଏଲିଏନର କ୍ୟାଟନ : ମଣିଷର ସବୁଠୁ ବଡ଼ ଆବଶ୍ୟକତା ହେଲା ବଞ୍ଚତ୍ବା। ଆଉ ବଞ୍ଚତ୍ବା ପାଇଁ ମଣିଷ ଜାରି ରଖିଛି ଅହରହ ସଂଗ୍ରାମ। ଏଭଳି ଏକ ସମ୍ବେଦନଶୀଳ ସତ୍ୟର ଲେଖିକା ହେଉଛନ୍ତି ନ୍ୟୁଜିଲାଣ୍ଡର ଲେଖିକା ଏଲିଏନର କ୍ୟାଟନ। ତାଙ୍କୁ ଆମେରିକାନ୍‌ ନ୍ୟୁଜିଲାଣ୍ଡର ଲେଖିକା ବୋଲି ମଧ୍ୟ କୁହାଯାଏ। କାରଣ ତାଙ୍କର ଜନ୍ମ ଆମେରିକାରେ। ‘ଦି ଲୁମିନାରିଜ୍‌’ ହେଉଛି ତାଙ୍କର ପ୍ରସିଦ୍ଧ ଉପନ୍ୟାସ। ଏହି ଉପନ୍ୟାସ ପାଇଁ ସେ ପାଇଥିଲେ ମର୍ଯ୍ୟାଦାଜନକ ବୁକର ସମ୍ମାନ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri