ମାତିଛନ୍‌ ଜଂଗଲି ବର୍‌ହା, ଉଜାଡୁଛନ୍‌ ଫସଲ: ମଚାନ୍‌ ବାଁଧି ଫସଲ ଜୁଗିଛେ ଚାଷୀ

ବିନିକା, ୧୩ା୫(ଡି.ଏନ୍‌.ଏ.):  ବିନିକା ବ୍ଲକ ଅଂଚଲରେ ଏହେଦେ ଚାଷୀ ରବିଧାନ ଫସଲ କରିଛନ୍‌। ଫସଲ ଅମଲ କରବାର ସମିଆ ପାଖେଇ ଆଏଲାନ, ଧାନ ମଥା ନଇଁ ଲପ୍‌ଲପେଇ ଯାଉଛେ। ଅଂଚଲର ଚାଷୀ ଇଥର ଭଲ ଅମଲ ହେବାର ଆଶ୍‌ ବାଁଧି ବସିଛେ। ହେଲେ ଏନ୍‌ତାଥି ଦାଉ ସାଧୁଛନ୍‌ ଜଂଗଲି ବର୍‌ହା। ବିନିକା ବ୍ଲକର ସିଂଘିଯୁବା, ଜାମପାଲି, ପାପି, ଭଣ୍ଡାର, ସର୍ଗୁଣା, କଦଲୀପାଲି, ଅମରପାଲି, ଅନ୍ତର୍ଡ଼ା, ମହୁଲପାଲି ଚରଦା, ବାଞ୍ଜିପାଲି, ସିଆଲଜୁରୀ, ନକ୍‌ଟାମୁଣ୍ଡା, ପଥରଖଣ୍ଡି, ମହଦା, ସିଆଲି, ଅମାମୁଣ୍ଡା ମଉଜାମାନକେ ଜଂଗଲି ବର୍‌ହା ମାତିଛନ୍‌। ବର୍‌ହା ଧାନ୍‌ଖେତ୍‌କେ ପସି ମଡ଼ାଦଲା କରବାର ସଂଗେ ଫସଲ ଉଜାଡ଼ି ଦେଉଛନ୍‌। ଇଥିରଲାଗି ଫିଦିନ ଚାଷୀକର ବଡ଼ଭାରି ନୁକ୍‌ସାନ ହେଉଛେ। ଅନେକ ଜାଗାରେ ଚାଷୀ ଖେତ୍‌ମାନକେ ମଚାନ୍‌ ବଁଧି ଦିନ୍‌ରାଏତ୍‌ ବର୍‌ହା ଖେଦ୍‌ବାର ଲାଗି  ଜୁଗିରହିଛନ୍‌। ବିଭାଗୀୟ ଅଧ୍‌କାରୀମାନକୁ ଇ ବାବ୍‌ଦେ ଯେତେ କହେଲେ ନାଇଁ ଶୁନୁଥିବାର ଚାଷୀ ମହଲରୁ ଅଭିଯୋଗ ହେଉଛେ। ଗଲା ଖରିଫ୍‌ରେ ବି ବର୍‌ହା ଉପଦ୍ରବରେ ଅନେକ ଚାଷୀକର ଫସଲ ଖରାପ ହେଇଥିଲା। ହେଲେ ଯେନ୍‌ହିସାବେ ଚାଷୀକର କ୍ଷତି ହେଇଥିଲା ସେ ହିସାବେ କ୍ଷତିପୂରନ ନାଇଁମିଲି। ଗଲା ଖରିଫ୍‌ରେ ବର୍‌ହା ଉପଦ୍ରବର କ୍ଷୟକ୍ଷତି ବାବ୍‌ଦେ ୫ରୁ ୬ ଏକର ପଟ୍ଟାଧାରୀ ଚାଷୀକୁ ୯ଶହରୁ ୧୨ଶହ ଟଁକା ତକ୍‌ ମିଲିଥିଲା। ଯେନ୍‌ଟା ଚାଷୀର କ୍ଷତିର ୫ ଭାଗ୍‌ ବି ଭରନା ନାଇଁ ହେଇପାରି। ବିନିକା ଅଂଚଲର ଚାଷୀ ଗୁଟେ ପରେ ଗୁଟେ ଅସବିଧାର ସାମନା କରୁଛନ୍‌। କେତେବେଲେ ପାଏନ୍‌ ଅଭାବୁ ଚାଷ୍‌ ମରୁଛେ ତ ଆର କେତେବେଲେ ରୋଗ୍‌ପୋକ୍‌, ଜଂଗଲି ବର୍‌ହାକର ଉତ୍‌ପାତରେ ଫସଲ ମାଡ଼ ଖାଉଛେ। ଏହେଦେ ରବିଧାନ ଫସଲ ଅମଲ ହେବାର ପାସ ପାସ ହେଲାନ। ଇ ସମିଆରେ ଜଂଗଲ ତରାମାନକେ ଥିବାର ଗଁାମାନ୍‌କେ ଜଂଗଲି ବର୍‌ହା ଚାଷୀକର ଫସଲ ଉଜାଡ଼ୁଛନ୍‌। ବେଲବୁଡ଼ଲେ ଦଲ ଦଲ ବର୍‌ହା ଖେତ୍‌ମାନକୁ ପସି ଫସଲ ମାଡ଼ିଦଲି କେଚ୍‌କେଚା କରିପକଉଛନ୍‌। ଏନ୍‌ତାଥି ଫସଲର ବଡ଼ଭାରି ନୁକ୍‌ସାନ ହେଉଥିବାର ଚାଷୀମାନେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଚାଷୀ ବିଦ୍ୟାଧର ସାହୁକୁଁ ପଚରାଲାରୁ ଫିବଛର ଧାନ ଫସଲ ଅମଲ କରବାର ଆଗ୍‌ରୁ ଜଂଗଲି ବର୍‌ହା ଉପଦ୍ରବ କରୁଛନ୍‌। ଖରିଫ୍‌ ଆର ଡାଲୁଅ ଦୁଇ ଫସଲରେ ବର୍‌ହାକର ଉପଦ୍ରବରେ ବଡ଼ଭାରି ନୁକ୍‌ସାନ ହେଉଛେ। ହେଲେ ଚାଷୀ ସେ ହିସାବେ କ୍ଷତିପୂରନ ନାଇଁ ପାଏବାର। ସରକାରୀ ନିୟମ ହିସାବେ ଚାଷୀକୁ ୧୫ ଦିନ୍‌ ଭିତରେ କ୍ଷତିପୂରନ୍‌ ଯୁଗେଇ ଦେବାର କଥା, ହେଲେ କିଏ କାହାକେ ପଚରଉଛେ ବଲି ସେ କହିଥିଲେ। ସେନ୍‌ତା ଚାଷୀ ଚୌବନ ସାହୁକେ ପଚରାଲାରୁ ଫିବଛର ଇ ଜଂଗଲି ବର୍‌ହାକର ଉତ୍‌ପାତ୍‌ ଗୁଟେ ମୁଡ଼୍‌ଦୁଖା ହେଇଗଲାନ ଆଗିଅଁା। ଯାହାକେ କହେଲେ କେହି ନାଇଁ ଶୁନବାର। ଗଲା ବଛର୍‌ ହେଇଥିବାର କ୍ଷୟକ୍ଷତିର ଟଁକା ଆଏଜ୍‌ଯାଏ ନୂହେମିଲେ। ଧାନ୍‌ ଅମଲ କରବାର ଆଗ୍‌ରୁ ଖେତେ ମଚାନ୍‌ ବଁାଧି ଦିନ୍‌କେ ରାଏତ୍‌ ଜୁଗବାକେ ପଡ଼ୁଛେ ବଲି ସେ କହିଥିଲେ।  ଇ ଦିଗେ ବନବିଭାଗ ଦୁରୁଷ୍‌ଟି ଦେଇ କ୍ଷତିଗ୍ରସ୍ତ ଚାଷୀକୁ ଚିନ୍‌ହଁଟ କରବାର ସଂଗେ ଯେତେ ଜଲଦି ହେବା କ୍ଷତିପୂରନ ଯୁଗେଇ ଦେବାକେ ଅଂଚଲର ଚାଷୀମାନେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri