ମା’ଙ୍କ ରୋଗ ଉପଶମ କରିବାକୁ ଯାଇ ପୁଅ ତିଆରି କଲେ ଅଣ୍ଡାରୁ ଚିଆଁ ଫୁଟା ଯନ୍ତ୍ର

ଖୋର୍ଦ୍ଧା ଅଫିସ,୧୬।୧୦:ମା’ଙ୍କ ରୋଗ ଉପଶମର ପଥ ଦେଖାଇଲା ନୂଆ ଉପାୟ। ପୁଅ ତିଆରି କରି ପକାଇଲେ ଅଣ୍ଡାରୁ ଚିଆଁ ଫୁଟା ଯନ୍ତ୍ର। ତାହା କୁକୁଡ଼ା ଅଣ୍ଡାରୁ ଚିଆଁ ଫୁଟାଇବାରେ ସହାୟକ ହୋଇପାରୁଛି। ମା’ଙ୍କ ରୋଗ ଉପଶମ ହେଲା। ପୁଅ କିନ୍ତୁ ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଗଲେ। ଯନ୍ତ୍ରକୁ ଦେଖିବାକୁ ଭିଡ ଜମୁଛି ବେଗୁନିଆ ବ୍ଲକର ଚଣ୍ଡିଆପଲ୍ଲା ଗଁାରେ। ଚଣ୍ଡିଆପଲ୍ଲା ଗଁାରେ ରାକେଶ କୁମାର ସ୍ବାଇଁ ଓରଫ ପପୁ ଏହି ଯନ୍ତ୍ର ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି।
ମା’ଙ୍କର ଡାଇବେଟିସ୍‌ ରୋଗ କମାଇବାକୁ ଦରକାର ପଡିଥିଲା ଝାଡ଼ଖଣ୍ଡ କୁକୁଡ଼ା କଡ଼କନାଥର ଅଣ୍ଡା। ବହୁ ଖୋଜାଖୋଜି ପରେ ଏହି ପ୍ରଜାତିର କୁକୁଡ଼ାର ଅଣ୍ଡା ପପୁ ପାଇ ନ ଥିଲେ। ନିଜ ଗଁାକୁ ଖୋର୍ଦ୍ଧାରୁ ଗଲାବେଳେ ଶରଧାପୁରର ମୁନା ଭାଇଙ୍କ ଗ୍ୟାରେଜରେ କିଛିଦିନ ତଳେ କଡ଼କନାଥ କୁକୁଡ଼ା ଦେଖିବାକୁ ପାଇଥିଲେ। ସେହି କୁକୁଡ଼ାର ଅଣ୍ଡା ମାଗି ମାତ୍ର ଗୋଟିଏ ପାଇଥିଲେ। ଗୋଟିଏ ଅଣ୍ଡା ମା’ଙ୍କୁ ଖାଇବାକୁ ଦେବେ ନଁା ଏଥିରୁ ଚିଅଁା ଜନ୍ମ କରି ଏହି ପ୍ରଜାତିର କୁକୁଡ଼ାର ବଂଶ ବଢ଼ାଇବେ, ରାତିତମାମ ଚିନ୍ତା କରିଥିଲେ। ଶେଷରେ ଅଣ୍ଡାରୁ ଚିଅଁା ଫୁଟା ଯନ୍ତ୍ର ନିର୍ମାଣ ଉପାୟ ତାଙ୍କୁ ଜୁଟିଥିଲା। ଅଣ୍ଡାଟିକୁ ମା’ଙ୍କୁ ଖାଇବାକୁ ନ ଦେଇ କୁକୁଡ଼ାର ବଂଶ ବଢ଼ାଇବାକୁ ଯନ୍ତ୍ର ପ୍ରସ୍ତୁତିରେ ଲାଗି ପଡ଼ିଲେ। ବଜାରରୁ କିଛି ସରଞ୍ଜାମ ଯୋଗାଡ଼ କରି ତିଆରି କଲେ ଦେଶୀୟ କୌଶଳରେ ଅଣ୍ଡାରୁ ଚିଅଁା ଫୁଟା ଯନ୍ତ୍ର। ଏହି ଯନ୍ତ୍ରରେ ଏକାଧିକ ଅଣ୍ଡା ଫୁଟାଇ ସାରିଲେଣି। ଏ ନେଇ ପପୁ କୁହନ୍ତି, ଯନ୍ତ୍ର ସହାୟତାରେ ୮୫ରୁ ୯୦ ପ୍ରତିଶତ ଅଣ୍ଡାରୁ ଚିଅଁା ଫୁଟିପାରୁଛି। ୨୦ଦିନ ଅଣ୍ଡା ଯନ୍ତ୍ରରେ ରହିବା ପରେ ଚିଅଁା ଜନ୍ମ ହେଉଛି। ପ୍ରଥମେ ଗୋଟିଏ ଚିଅଁା ବାହାରିଥିଲା। ୨ୟ ଥର ୨୦ଟି ଅଣ୍ଡାରୁ ୧୬ଟି ବାହାରିଛି। ତୃତୀୟ ଥର ପାଇଁ ମଙ୍ଗଳବାର ୪୦ ଅଣ୍ଡାରୁ ଗୋଟିଏ ଚିଅଁା ବାହାରିଛି। ପର୍ଯ୍ୟାୟକ୍ରମେ ଅଣ୍ଡାରୁ ଚିଅଁା ବାହାରିବ ବୋଲି ପପୁ କହିଛନ୍ତି। ପ୍ରଥମ ଚିଅଁା ୫୦ ଦିନର ହୋଇ ସାରିଲାଣି। ଅନ୍ୟଗୁଡିକ ୨୦ଦିନର। ଘରେ ଏବେ କଡ଼କନାଥ, ଆନ୍ଧ୍ର ଦେଶୀ ହାଜରା, ଆନ୍ଧ୍ରର ପ୍ୟାରେଡନୋଜ୍‌ କୁକୁଡ଼ା ରହିଛନ୍ତି। ପ୍ରଥମ ଯନ୍ତ୍ର କାଗଜ କାଟୁନରେ ତିଆରି ହୋଇଥିଲା। ପ୍ରଥମ ଯନ୍ତ୍ରର ସଫଳତା ପରେ ୨ୟ ଯନ୍ତ୍ର ପ୍ଲାଏରେ ନିର୍ମାଣ କରିଥିଲି। ଏବେ ୨୫୦ ଅଣ୍ଡାରୁ ଚିଅଁା ଫୁଟିଲା ପରି ଯନ୍ତ୍ର ନିର୍ମାଣ ଚାଲିଛି। ଏଥିରେ ୧୨ ଭୋଲ୍‌ଟ୍‌ର ଡିସି ଫ୍ୟାନ, ୪୦ ପାୱାର ବଲ ଦୁଇଟା, ହିମୋନିଟ ତାପମାତ୍ରାର ମେଶିନ୍‌, ତାପମାତ୍ରା କଣ୍ଟ୍ରୋଲ ମେଶିନ୍‌, ତାପମାତ୍ରା କଣ୍ଟ୍ରୋଲ ପାଇଁ ରିଲେ ମେଶିନ୍‌, ଅଧା ଲିଟର ପାଣିପାତ୍ର ରହୁଛି। ପ୍ରଥମ ଯନ୍ତ୍ରରେ ୮୦୦ ଟଙ୍କା ଓ ୨ୟ ମେଶିନ୍‌ରେ ୩୫ ଶହ ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷେ ଏକ ଅଟୋମେଟିକ୍‌ ଅଣ୍ଡା ରୋଟେଡ୍‌ ମେଶିନ ନିର୍ମାଣ ଚାଲିଛି। ବିଦ୍ୟୁତ୍‌ ବ୍ୟାକ ଅପ୍‌ ଏଥିରେ ୩ ଘଣ୍ଟା ରହିବ। ୨୫୦ ଗୋଟି ଚିଅଁା ବାହାରିବ।

ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri