ମା’ଙ୍କ ପାଇଁ ୪୫୩ କି.ମି. ଯାତ୍ରା

କଟକ ଅଫିସ,୯।୫: ଲକଡାଉନରେ ଅସ୍ତବ୍ୟସ୍ତ ହୋଇଗଲାଣି ଜୀବନ। ମଣିଷ ଏବେ ବନ୍ଦୀ ପ୍ରାୟ। କେଉଁ ଆଡେ ଯାଇପାରୁନି କି କାହା ସୁଖଦୁଃଖରେ ଭାଗିଦାରି ହୋଇପାରୁନି। ଦିନକୁ ଦିନ ଭିନ୍ନ ଭିନ୍ନ ଚିତ୍ର ନଜରକୁ ଆସୁଛି, ଯାହା ଅତ୍ୟନ୍ତ କରୁଣ ଓ ହୃଦୟ ବିଦାରକ। ଖୋର୍ଦ୍ଧାରୁ ସାଇକେଲ ଯୋଗେ ପଶ୍ଚିମବଙ୍ଗ ଫେରିବାକୁ ବାହାରିଛନ୍ତି ମେଦିନିପୁର ଅଞ୍ଚଳର ଦୁଇ ଭାଇ। ପଶ୍ଚିମବଙ୍ଗକୁ ଏଠାରୁ ଦୂରତା ୪୫୩ କିଲୋମିଟର। ମା’ଙ୍କ ଦେହ ବହୁତ ଖରାପ। ମା’ ଫୋନରେ ବାରମ୍ବାର ଡାକୁଛନ୍ତି। ଯାହା ହେଲେ ବି ଫେରିବାକୁ ପଡ଼ିବ। ପକେଟରେ ଅଛି ମାତ୍ର ୨୫୦ ଟଙ୍କା। ଭଗବାନଙ୍କୁ ଭରସା କରି ଘରମୁହାଁ ଏହି ପଶ୍ଚିମବଙ୍ଗ ଭ୍ରାତା ଦ୍ୱୟଙ୍କୁ ଶୁକ୍ରବାର କଟକ ଗୋପାଳପୁର ବ୍ରିଜ ନିକଟରେ ଭେଟିଥିଲେ ଆମ ପ୍ରତିନିଧି। ଲକ୍‌ଡାଉନ ସମୟରେ ଭୋଗିଥିବା କଷ୍ଟ ବଖାଣିଥିଲେ ବଡ଼ଭାଇ ଜାଭେଦ ହାସିମ।
ସେ କହିଥିଲେ, ୩ବର୍ଷ ତଳେ ଦୁଇଭାଇ କାମ କରିବାକୁ ଓଡ଼ିଶା ଆସିଥିଲୁ। ପ୍ରଥମେ କିଛି ବର୍ଷ ଆମେ ବାଲେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଦିନମଜୁରିଆ ଭାବେ କାମ କରିଥିଲୁ। ହେଲେ ପାରିଶ୍ରମିକ ଯାହା ମିଳୁଥିଲା, ସେଥିରୁ ନିଜ ଖର୍ଚ୍ଚ ଉଠାଇ ପରିବାର ପାଇଁ ସଞ୍ଚି ପାରୁ ନ ଥିଲୁ। ତେଣୁ ଖୋର୍ଦ୍ଧାର ଏକ ଟାଇଲ୍‌ କମ୍ପାନୀରେ କାମ କରିବାକୁ ଚାଲି ଆସିଲୁ। ଏଠାରେ ଗତ ବର୍ଷ ଠାରୁ କାମ କରୁଛୁ। କିଛି ମାସ ତଳେ ଘରକୁ ଯାଇ ସଞ୍ଚିଥିବା ସମସ୍ତ ଟଙ୍କା ଦେଇ ଆସିଥିଲୁ। ଏଠାକୁ ଫେରିବା ପରେ ୧୦ ଦିନ କାମ ନ କରୁଣୁ ଲକଡାଉନ ହୋଇଗଲା। କିଛି ଦିନ ପରେ ସବୁ କିଛି ଠିକ ହୋଇଯିବ ବୋଲି ଭାବି ଭଡ଼ାଘରେ ପଡ଼ି ରହିଥିଲୁ। ହେଲେ ଦିନକୁ ଦିନ ପରିସ୍ଥିତି ଜଟିଳ ହେଲା। ଯାହା ଟଙ୍କା ଥିଲା, ସେଥିରେ ଯେମିତି ସେମିତି ତେଲ, ଲୁଣ କିଣି ଚଳିଯାଉଥିଲୁ। ମାତ୍ର ଗତ ୨୦ ଦିନ ହେବ ପେଟ ପୁରାଇ ଖାଇନୁ କି ରାତିରେ ଠିକରେ ଶୋଇ ପାରିନୁ। ସବୁଦିନ ସକାଳ ହେଲେ କ’ଣ ଖାଇବୁ ତାହା ଆମକୁ ଚିନ୍ତାରେ ପକାଉଥିଲା। ଯଦି କେହି କିଛି ଦେଉଥିଲେ ତାହାଲେ ପେଟକୁ ଦାନା ମିଳୁଥିଲା। ଗତ ୭ଦିନ ହେବ ମା’ଙ୍କ ଦେହ ଖରାପ ବୋଲି ଘରୁ ଫୋନ ଆସିଥିଲା। ଏଣୁ ଖୋର୍ଦ୍ଧାର ଏକ ଥାନାରୁ ପାସ୍‌ ଆଣି ଦୁଇଟି ସାଇକେଲ ଧରି ଆମେ ପଶ୍ଚିମବଙ୍ଗ ଫେରୁଛୁ। ଉଭୟ ଏକସଙ୍ଗେ ଖୋର୍ଦ୍ଧାରୁ ବାହାରିଥିଲେ ସୁଦ୍ଧା ସେ କଟକରେ ପହଞ୍ଚି ସାରିଥିବାବେଳେ ସାନଭାଇ ବହୁତ ପଛରେ ରହିଯାଇଛନ୍ତି ବୋଲି ଜାଭେଦ କହିଥିଲେ। ଖୋଦ୍ଧର୍ର୍ା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳି ନ ଥିବାବେଳେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମଧ୍ୟ ଘରକୁ ଯିବା ଲାଗି ବ୍ୟବସ୍ଥା କରାଯାଇନାହିଁ ବୋଲି ଜାଭେଦ କ୍ଷୋଭର ସହ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri