ମାଉସୀ ମା’ ମନ୍ଦିରରେ ଜଳାଶାୟୀ ନୀତି

ପୁରୀ ଅଫିସ, ୬ା୫: ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ବୁଧବାର ମାଉସୀ ମା’ ମନ୍ଦିରରେ ଜଳାଶାୟୀ ନୀତି ସମ୍ପନ୍ନ ହୋଇଛି। ସ୍ଥାନୀୟ ବ୍ରାହ୍ମଣ ଯୁବକମାନେ କୂଅରୁ ଜଳ ଆଣି ଏହି ନୀତିରେ ସାମିଲ ହୋଇ ଥିଲେ। ଠାକୁରାଣୀଙ୍କୁ ଜଳ ମଧ୍ୟରେ ନିମଗ୍ନ କରିଥିଲେ। ତେବେ ଏହି ଜଳ ଆପେ ଆପେ ଅଦୃଶ୍ୟ ହୋଇଯାଇଥିଲା। ପରେ ଭୋଗରାଗ, ନୀତି ହୋଇ ପ୍ରସାଦ ବଣ୍ଟାଯାଇଥିଲା। କରୋନା କବଳରୁ କିପରି ମୁକ୍ତି ମିଳିବ ସେ ନେଇ ମା’ଙ୍କୁ ପ୍ରାର୍ଥନା କରାଯାଇଥିଲା।
ଏହି ନୀତି ସମ୍ପର୍କରେ ପୂଜକ ବିଶ୍ୱନାଥ ମିଶ୍ର କହିଛନ୍ତି, ବହୁ ପୂର୍ବରୁ ପୁରୀ ବଡ଼ଦାଣ୍ଡ ମାଳିନୀ ନଦୀ ଦ୍ୱାରା ଦୁଇ ଭାଗ ଥିଲା। ସେତେବେଳେ ରଥଯାତ୍ରା ସମୟରେ ୬ଟି ରଥ ହେଉଥିଲା। ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତି ଆସି ନଦୀ ଆରପଟେ ଓହ୍ଲାଉଥିଲେ। ଠାକୁରଙ୍କୁ ନଦୀ ପାର କରାଯାଇ ପୁନଶ୍ଚ ନଦୀ ଏପଟେ ଥିବା ରଥରେ ବିଜେ କରାଯାଉଥିଲା। ଏହି ଅସୁବିଧା ଦେଖି ମହାପ୍ରଭୁଙ୍କ ମାଉସୀ ମାଳିନୀ ନଦୀକୁ ଶୋଷି ଦେଇଥିଲେ, ଯେଉଁଥିପାଇଁ ତାଙ୍କୁ କୁହାଯାଏ ଅର୍ଦ୍ଧଶୋଷିନୀ ବା ଅର୍ଦ୍ଧାଶିନୀ। ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ସେବେଠାରୁ ନୃସିଂହ ଚତୁର୍ଦ୍ଦଶୀରେ ଜଳଶାୟୀ ନୀତି ପାଳନ କରାଯାଉଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅସୁବିଧା ଦୂର ପାଇଁ ମାଉସୀ ନଦୀ ଜଳ ଶୋଷି ନେଇଥିବାରୁ ମହାପ୍ରଭୁ ଜଗନ୍ନାଥ କଥା ରକ୍ଷା କରି ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବା ସମୟରେ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଖାଇ ଯାଇଥାନ୍ତି ବୋଲି ମିଶ୍ର କହିଛନ୍ତି। ସାମାଜିକ ଦୂରତା ରକ୍ଷା କରି ଏହି ନୀତି ସମ୍ପନ୍ନ ହୋଇଥିଲା ବୋଲି ପୂଜକ ମିଶ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ବିଧାନସଭା ପ୍ରାର୍ଥୀ: ଘସିପୁରାରୁ ଲଢିବେ…

ଭୁବନେଶ୍ୱର,୨।୫: ଭାଜପା ଗୁରୁବାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଘସିପୁରାରୁ ଶମ୍ବୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ,...

ପ୍ରାର୍ଥିପତ୍ର ଦାଖଲ କଲେ ପରିଣୀତା ମିଶ୍ର

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଲୋକସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ପରିଣୀତା ମିଶ୍ର ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି । ଏହି...

ଭଟଲି ଆସନ ପାଇଁ ନାମାଙ୍କନ ଭରିଲେ ବ୍ରହ୍ମାନନ୍ଦ ମହାକୁଡ଼

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ବ୍ରହ୍ମାନନ୍ଦ ମହାକୁଡ଼ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି।...

”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର,୨ା୫: ଓଡ଼ିଶାରେ ତୀବ୍ର ରାଜନୈତିକ ମାହୋଲ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ ଏବଂ ନବୀନ ଓଡ଼ିଶା ଚେୟାରମ୍ୟାନ...

ଅତାବିରା ଆସନ ନାମାଙ୍କନ ଭରିଲେ ନିହାର ରଞ୍ଜନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ଗୁରୁବାର ନାମାଙ୍କନ ଦାଖଲ...

ବିଜେଡି ଛାଡ଼ିବା ପରେ ଏମିତି କହିଲେ ଅନୁଭବ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ...

ନାମାଙ୍କନପତ୍ର ଦାଖଲ କଲେ ଦେବେଶ

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, କଟକ ବାରବାଟୀରୁ ଲଢିବେ…

ଭୁବନେଶ୍ୱର,୨।୫: ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା। ଘସିପୁରାରୁ ଶମ୍ବୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri