ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ଼

ବଡ଼ସାହି,୧୨ା୨(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୁହାଗପୁରା-ଚାନ୍ଦଡିହା ରାସ୍ତା ମଧ୍ୟଭାଗ ଶାଳ ଜଙ୍ଗଲ ପରିସରରେ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା ଶନିବାର ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଛି ା ମୟୂରଭଞ୍ଜ ଜିଲା ସମେତ ପଡୋଶୀ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲା ଓ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଲକ୍ଷାଧିକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି ଅପାର କରୁଣା ଲାଭ କରିଛନ୍ତି ା ପ୍ରଥମ ଦିବସରେ ପ୍ରତିକୂଳ ପାଗ ଯୋଗୁଁ ଭକ୍ତଙ୍କ ଭିଡ କମ୍‌ ଥିବା ବେଳେ ବଡ଼ପୂଜା ଦିନ ଅନୁକୂଳ ପାଗପାଇଁ ସକାଳୁୁ ଭିଡ଼ ଲାଗିଥିଲା ା ଆକସ୍ମିକ ଅଗ୍ନିକାଣ୍ଡରୁ ଉଦ୍ଧାର କରୁଥିବା ଅଗ୍ନିରୂପିଣୀ ମା’ହିଙ୍ଗୁଳାଙ୍କୁ ବିଶ୍ୱାସ ରଖି ଭକ୍ତଙ୍କ ମାନସିକ ପୂରଣ ସହିତ ପରିବାରର ଶୁଭ ମନାସି ଘରୁ ଆଣିଥିବା ଭୋଗରାଗ ଅଗ୍ନିକୁଣ୍ଡରେ ସମର୍ପଣ କରିଥିଲେ। ଭିଡ଼କୁ ଆଖିରେ ରଖି ଚାନ୍ଦଡିହା ଓ ସୁହାଗପୁର ଛକ ପାଖରୁ ମେଳା ଭିତରକୁ ମଟରସାଇକେଲ, ଯାନବାହାନ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା। ଆଖପାଖ ଅଞ୍ଚଳରୁ ମହିଳା ଓ ଶିଶୁମାନେ ଚାଲିଚାଲି ମା’ଙ୍କ ଦର୍ଶନ ପାଇଁ ଯାଉଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ବିବେକାନନ୍ଦ ଆବାସିକ ଶିକ୍ଷାକେନ୍ଦ୍ର, ପ୍ରଜାପିତା ବ୍ରହ୍ମକୁମାରୀ ବଡସାହି ଶାଖା, ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ, ବିଜେଡି ଦଳ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ପାନୀୟ ଜଳ ଓ ଅନ୍ୟାନ୍ୟ ସହାୟତା ଭକ୍ତଙ୍କୁ ପ୍ରଦାନ କରାଯାଇଥିଲା। ଯଜ୍ଞକୁଣ୍ଡରେ ପ୍ରଦୁଷିତ ସାମଗ୍ରୀ ଯଥା ପଲିଥିନ, କାଗଜ, ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଦ୍ରବ୍ୟ ନିକ୍ଷେପକୁ ରୋକାଯାଇଥିବା ଦେଖିବାକୁ ମିଳିଥିଲା। ବଡ଼ସାହି ବଣିକ ସଂଘ ପକ୍ଷରୁ ବଜାର ଚତୁଃପାର୍ଶ୍ୱ ରାସ୍ତାରେ ପାଣି ସିଞ୍ଚନ କରାଯାଇଥିଲା। ଟ୍ରଷ୍ଟର ମୁଖ୍ୟ ସୁନିଲ ଦାଶ ମେଳାରେ ୬ଲକ୍ଷରୁ ଉର୍ଦ୍ଧ୍ୱ ଜନ ସମାଗମ ହୋଇଥିବା ପ୍ରକାଶ କରିଥିବା ବେଳେ ଶାନ୍ତିଶୃଙ୍ଖଳାର ସହିତ ମେଳା ସମ୍ପନ୍ନ ସାଙ୍ଗକୁ ପ୍ରଶାସନ ଓ ସମସ୍ତଙ୍କର ସହଯୋଗ ମିଳିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ା ଅନୁରୂପ ନିକଟସ୍ଥ ଗାୟତ୍ରୀ ମନ୍ଦିର, ଛେଳିଆ (କ) ଓ ତାଳପଦା ଗ୍ରାମରେ ପୂଜା ପାଉଥିବା ମା’ ହିଙ୍ଗୁଳାଙ୍କ ପୀଠରେ ଯଥାରୀତି ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?